ଭାରତୀୟ ବାୟୁସେନାର ଏଏନ୍‌-୩୨ ବିମାନ ନିଖୋଜ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଏକ ଏଏନ୍‌-୩୨ ବିମାନ ଆଜି ସକାଳେ ଚେନ୍ନାଇର ତମ୍ବାରମ୍‌ରୁ ପୋର୍ଟ ବ୍ଲେୟାର ଯାଉଥିବା ବେଳେ ନିଖୋଜ ହୋଇଯାଇଛି। ବିମାନରେ ପ୍ରାୟ ୨୯ ଜଣ ଯାତ୍ରୀ ଥିଲେ। ଏମାନଙ୍କ ମଧ୍ୟରେ ୬ଜଣ କ୍ରୁ ମେମ୍ବର ଅଛନ୍ତି। ବଙ୍ଗୋପସାଗର ଉପର ଦେଇ ଯାଉଥିବା ସମୟରେ ଏୟାର ଟ୍ରାଫିକ କଣ୍ଟ୍ରୋଲର୍‌ ସହ ବିମାନର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଏହା ପରଠାରୁ ବିମାନଟିର ପତ୍ତା ମିଳୁ ନ ଥିବା  କୁହାଯାଉଛି। ବିମାନକୁ ଖୋଜିବା ଲାଗି ତଟରକ୍ଷୀ ବାହିନୀର ୪ଟି […]

aeroplane

Rakesh Mallick
  • Published: Friday, 22 July 2016
  • , Updated: 22 July 2016, 04:48 PM IST

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଏକ ଏଏନ୍‌-୩୨ ବିମାନ ଆଜି ସକାଳେ ଚେନ୍ନାଇର ତମ୍ବାରମ୍‌ରୁ ପୋର୍ଟ ବ୍ଲେୟାର ଯାଉଥିବା ବେଳେ ନିଖୋଜ ହୋଇଯାଇଛି। ବିମାନରେ ପ୍ରାୟ ୨୯ ଜଣ ଯାତ୍ରୀ ଥିଲେ। ଏମାନଙ୍କ ମଧ୍ୟରେ ୬ଜଣ କ୍ରୁ ମେମ୍ବର ଅଛନ୍ତି।

ବଙ୍ଗୋପସାଗର ଉପର ଦେଇ ଯାଉଥିବା ସମୟରେ ଏୟାର ଟ୍ରାଫିକ କଣ୍ଟ୍ରୋଲର୍‌ ସହ ବିମାନର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଏହା ପରଠାରୁ ବିମାନଟିର ପତ୍ତା ମିଳୁ ନ ଥିବା  କୁହାଯାଉଛି। ବିମାନକୁ ଖୋଜିବା ଲାଗି ତଟରକ୍ଷୀ ବାହିନୀର ୪ଟି ଜାହାଜ ଏବଂ ୨ଟି  ଡୋର୍ନିୟର ବିମାନକୁ ନିୟୋଜିତ କରାଯାଇଛି।

Related story