ନୂଆଦିଲ୍ଲୀ: ଆଫଗାନିସ୍ତାନର ହିନ୍ଦୁକୁଶ ପର୍ବତମାଳାରେ ଗତକାଲି ହୋଇଥିବା ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଉଭୟ ଆଫଗାନିସ୍ତାନ ଓ ପାକିସ୍ତାନରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୨ଶହ ୮୦ରେ ପହଞ୍ଚିଛି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭଗ୍ନାବଶେଷ ତଳେ ଆହୁରି ବହୁ ଲୋକ ଚାପି ହୋଇ ରହିଥିବା ଆଶଙ୍କ। କରାଯାଉଛି। ଭୂମିକମ୍ପ ପରେ ବିଭିନ୍ନ ଦେଶ ଉଭୟ ରାଷ୍ଟ୍ରକୁ ସହାୟତାର ପ୍ରତିଶ୍ରୁତି ଦେଇଛନ୍ତି । ଏହି ପରିପେକ୍ଷିରେ ଭରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମିକମ୍ପ ପ୍ରଭାବିତ ପାକିସ୍ତାନ ଓ ଆଫଗାନିସ୍ତାନକୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ସୋମାବାର ୭.୫ ତୀବ୍ରତାର ଭୂମିକମ୍ପରେ ଥରି ଉଠିଥିଲା ଆଫଗାନିସ୍ତାନ ଓ ପାକିସ୍ତାନ। ଏହି ଶକ୍ତିଶାଳୀ ଭୂକମ୍ପର ପ୍ରଭାବ ଉତ୍ତର ଭାରତ ସମେତ ସମଗ୍ର ଦକ୍ଷିଣ ଏସିଆରେ ଅନୁଭୂତ ହୋଇଥିଲା। ଭୂକମ୍ପରେ ଆଫଗାନିସ୍ତାନ ଓ ପାକିସ୍ତାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ସେହିପରି ଭୂକମ୍ପ ପ୍ରଭାବରୁ ବର୍ତ୍ତିବା ଲାଗି ଆଫଗାନିସ୍ତାନର ଏକ ସ୍କୁଲରେ ଦଳଚକଟା ଘଟିବାରୁ ୧୨ ଜଣ ସ୍କୁଲ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ରାଜଧାନୀ କାବୁଲଠାରୁ ୨୫୦ କିଲୋମିଟର ଦୂର ହିନ୍ଦୁକୁଶ ପର୍ବତମାଳାରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିବା କୁହାଯାଉଛି। ଭୂକମ୍ପ ପ୍ରଭାବରେ ଆଫଗାନିସ୍ତାନର ତାଖର ପ୍ରୋଭିନସରେ ବହୁ ସଂଖ୍ୟାରେ ଘର ଭୁଶୁଡ଼ି ପଡ଼ିଛି। ଅନେକ ସ୍ଥାନରେ ବିଦ୍ୟୁତ୍ ଓ ଟେଲି ସଂଯୋଗ ବିଚ୍ଛିନ୍ନ ହୋଇଯାଇଛି।
ଭୂମିକମ୍ପର ପ୍ରଭାବ ଦିଲ୍ଲୀ, ଜାମ୍ମୁ- କାଶ୍ମୀର ସମେତ, ପଞ୍ଜ।ବ, ହରିୟାଣା ଓ ହିମାଚଳ ପ୍ରଦେଶରେ ମଧ୍ୟ ଅନୁଭୂତ ହୋଇଥିଲା। ଭୂମିକମ୍ପ ଯୋଗୁଁ ଦିଲ୍ଲୀରେ ମୋଟ୍ରୋ ସେବାକୁ କିଛି ସମୟ ପାଇଁ ବନ୍ଦ କରି ଦିଆଯାଇଥିଲା। ସେହିପରି ଶ୍ରୀନଗରରେ ମଧ୍ୟ ଟେଲିଫେ।ନ ଓ ବିଦ୍ୟୁତ ସେବା ପ୍ରଭାବିତ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।