ଟ୍ରମ୍ପଙ୍କ ନିଷ୍ପତ୍ତି ବଦଳାଇଲେ ବାଇଡେନ, ଏଚ୍-୧ବି ଭିସାଧାରୀଙ୍କୁ ଦେଲେ ବଡ଼ ଆଶ୍ୱସ୍ତି

ୱାଶିଂଟନ: ଜାନୁଆରୀ ୨୦ରେ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେଇଥିବା ଜୋ ବାଇଡେନ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଉ ଏକ ନିଷ୍ପତ୍ତି ଉପରେ ରୋକ ଲଗାଇଛନ୍ତି। ଟ୍ରମ୍ପ ପ୍ରଶାସନ ଏଚ୍-୧ବି ଭିସା ଧାରୀଙ୍କ ଜୀବନସାଥୀମାନଙ୍କୁ ଆମେରିକାରେ କାମ କରିବା ପାଇଁ ମିଳିଥିବା ଏଚ୪ ଭିସା ଉପରେ ରୋକ ଲଗାଇଥିଲେ। ଏହା ମଧ୍ୟରେ ଅଧିକାଂଶ ଭାରତୀୟ କୁଶଳୀ ମହିଳା ଥିଲେ। ଏଚ୍‌-୪ ଭିସା ଏଚ-୧ବି ଭିସାଧାରୀଙ୍କ ୨୧ ବର୍ଷରୁ ଅଧିକ ବୟସ୍କ ପତ୍ନୀ ଓ ପିଲାମାନଙ୍କୁ ପ୍ରଦାନ […]

a

Hemant Lenka
  • Published: Thursday, 28 January 2021
  • , Updated: 28 January 2021, 11:49 PM IST

ୱାଶିଂଟନ: ଜାନୁଆରୀ ୨୦ରେ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେଇଥିବା ଜୋ ବାଇଡେନ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଉ ଏକ ନିଷ୍ପତ୍ତି ଉପରେ ରୋକ ଲଗାଇଛନ୍ତି। ଟ୍ରମ୍ପ ପ୍ରଶାସନ ଏଚ୍-୧ବି ଭିସା ଧାରୀଙ୍କ ଜୀବନସାଥୀମାନଙ୍କୁ ଆମେରିକାରେ କାମ କରିବା ପାଇଁ ମିଳିଥିବା ଏଚ୪ ଭିସା ଉପରେ ରୋକ ଲଗାଇଥିଲେ।

ଏହା ମଧ୍ୟରେ ଅଧିକାଂଶ ଭାରତୀୟ କୁଶଳୀ ମହିଳା ଥିଲେ। ଏଚ୍‌-୪ ଭିସା ଏଚ-୧ବି ଭିସାଧାରୀଙ୍କ ୨୧ ବର୍ଷରୁ ଅଧିକ ବୟସ୍କ ପତ୍ନୀ ଓ ପିଲାମାନଙ୍କୁ ପ୍ରଦାନ କରାଯାଇ ଥାଏ। ଏଚ୍‌-୧ବି ଭିସାଧାରୀଙ୍କ ମଧ୍ୟରେ ଅଧିକାଂଶ ଭାରତୀୟ ରହିଥିଲେ। ଏହାକୁ ଆଜି ବାଇଡେନ ପ୍ରତ୍ୟାହାର କରି ନେଇଛନ୍ତି।

ଏଚ-୧ବି ଭିସା ହେଉଛି ଗୋଟିଏ ନନ୍‌-ଇମିଗ୍ରାଣ୍ଟ ଭିସା। ଏହି ଭିସା ଧାରୀଙ୍କୁ ଆମେରିକାର କମ୍ପାନୀ ନିଯୁକ୍ତି ଦେଇ କାମରେ ଲଗାଇଥାଏ। ଭାରତ ଓ ଚାଇନାରୁ ହଜାର ହଜାର ଯୋଗ୍ୟ ପ୍ରାର୍ଥୀଙ୍କୁ ହାୟର କରି କମ୍ପାନୀଗୁଡ଼ିକ ଚାକିରି ଦିଅନ୍ତି। ଏହାପରେ ସେମାନଙ୍କ ଜୀବନସାଥୀ ଓ ପିଲାମାନଙ୍କୁ ଏଚ୍-୪ ଭିସା ଆଧାରରେ ଆମେରିକାରେ ରହିବା ଓ କାମ କରିବାର ସୁଯୋଗ ମିଳିଥାଏ।

Related story