ଜଳପଥରେ ଆକ୍ରମଣ ଆଶଙ୍କାକୁ ଏଡ଼ାଇ ହେବନି ବୋଲି କହିଲେ ପ୍ରତିରକ୍ଷା ମନ୍ତ୍ରୀ

କୋଲ୍ଲାମ: ଭାରତ ବିରୋଧରେ ପାକିସ୍ତାନ କରୁଥିବା ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ପାକିସ୍ତାନ ନାଁ ନେଇ ରାଜନାଥ କହିଛନ୍ତି, ପଡ଼ୋଶୀ ଦେଶରେ ସିକ୍ରିୟ ଥିବା ଆତଙ୍କବାଦୀମାନେ ଜଳପଥରେ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି। ତେଣୁ ଏହି ବିପଦକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ। ପଡ଼ୋଶୀ ଦେଶ ଭାରତ ବିରୋଧରେ ବଡ଼ଧରଣର ଷଡ଼ଯନ୍ତ୍ର କରୁଛି। ଆତଙ୍କବାଦୀଙ୍କୁ ବ୍ୟବହାର କରି ଭାରତରେ ହିଂସା ସୃଷ୍ଟି କରିବାକୁ ପଡ଼ୋଶୀ ଦେଶ ସର୍ବଦା ଚେଷ୍ଟା କରୁଛି। କିନ୍ତୁ ଭାରତ […]

as

Hemant Lenka
  • Published: Friday, 27 September 2019
  • , Updated: 27 September 2019, 04:37 PM IST

କୋଲ୍ଲାମ: ଭାରତ ବିରୋଧରେ ପାକିସ୍ତାନ କରୁଥିବା ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ପାକିସ୍ତାନ ନାଁ ନେଇ ରାଜନାଥ କହିଛନ୍ତି, ପଡ଼ୋଶୀ ଦେଶରେ ସିକ୍ରିୟ ଥିବା ଆତଙ୍କବାଦୀମାନେ ଜଳପଥରେ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି। ତେଣୁ ଏହି ବିପଦକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ। ପଡ଼ୋଶୀ ଦେଶ ଭାରତ ବିରୋଧରେ ବଡ଼ଧରଣର ଷଡ଼ଯନ୍ତ୍ର କରୁଛି। ଆତଙ୍କବାଦୀଙ୍କୁ ବ୍ୟବହାର କରି ଭାରତରେ ହିଂସା ସୃଷ୍ଟି କରିବାକୁ ପଡ଼ୋଶୀ ଦେଶ ସର୍ବଦା ଚେଷ୍ଟା କରୁଛି। କିନ୍ତୁ ଭାରତ ସରକାର ଉଭୟ ଉପକୂଳ ଓ ସାମୁଦ୍ରିକ ସୁରକ୍ଷା ପାଇଁ ସର୍ବଦା ପ୍ରସ୍ତୁତ ହୋଇ ରହିଛନ୍ତି ବୋଲି ସେ କହିଛନ୍ତି।

କେରଳର କୋଲ୍ଲାମ ଠାରେ ଆୟୋଜିତ ମାତା ଅମୃତାନନ୍ଦମୟୀ ଦେବୀଙ୍କ ୬୬ତମ ଜନ୍ମ ବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ସିଂହ କହିଛନ୍ତି, “ପଡ଼ୋଶୀ ଦେଶ ସହ କଚ୍ଚରୁ କେରଳ ଯାଏ ଜଳପଥ ଲାଗି ରହିଛି। ତେଣୁ ପଡ଼ୋଶୀ ଦେଶର ଆତଙ୍କବାଦୀମାନେ ଉଭୟ ଉପକୂଳ ଓ ସାମୁଦ୍ରିକ ପଥରେ ଭାରତ ଉପରେ ଆକ୍ରମଣ କରିବାର ଆଶଙ୍କା ରହିଛି। ତେବେ ମୁଁ ପ୍ରତିରକ୍ଷା ମନ୍ତ୍ରୀ ହିସବାରେ ସମସ୍ତଙ୍କୁ ଏମିତି କହିବାକୁ ଚାହୁଁଛି ଯେ ଆମର ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥା ଅତ୍ୟନ୍ତ ଶକ୍ତିଶାଳୀ।

ଆମେ ଉପକୂଳ ଓ ସାମୁଦ୍ରିକ ସୁରକ୍ଷା ପାଇଁ ସର୍ବଦା ପ୍ରତିଶ୍ରୁତିବଦ୍ଧ।” ପୁଲୱାମା ଓ ଏୟାର ଷ୍ଟ୍ରାଇକ କଥା ଉଠାଇ ଶ୍ରୀ ସିଂହ କହିଛନ୍ତି, “ପୁଲୱାମା ଘଟଣା ପରେ କ’ଣ ହେଲା, ସେକଥା ଆପଣମାନେ ଜାଣିଛନ୍ତି।

ଆମ ବାୟୁସେନାର ଯବାନମାନେ ପାକିସ୍ତାନର ବାଲାକୋଟ୍‌ରେ ପ୍ରବେଶ କରି ଏୟାର ଷ୍ଟ୍ରାଇକ୍‌ କରିଥିଲେ। ଆମେ କାହା ବିରୋଧରେ କାର୍ଯ୍ୟ କରୁନାହୁଁ। କିନ୍ତୁ ଆମ ଦେଶ ସହ ଯିଏ ଲାଗିବ, ତା’କୁ ଆମେ ଶାନ୍ତିରେ ରହିବାକୁ ଦେବୁନାହିଁ। ଦେଶ ପାଇଁ ବଳିଦାନ ଦେଉଥିବା ଯବାନଙ୍କୁ କେବେ ଭୁଲିବା ଉଚିତ ନୁହେଁ। ଯବାନଙ୍କ ମଧ୍ୟ ପରିବାର ରହିଛି। ତେଣୁ ସେମାନଙ୍କୁ ସମ୍ମାନ ଦେବା ଦରକାର।”

Related story