ବିହାର ଯୁକ୍ତଦୁଇ ପରୀକ୍ଷାରେ ଅନିୟମିତତା: ବୋର୍ଡ ସମ୍ପାଦକଙ୍କ ଇସ୍ତଫା

ପାଟଣା: ବିହାରର ଯୁକ୍ତଦୁଇ ପରୀକ୍ଷାରେ ଅନିୟମିତତା ଘଟଣା ପଦାକୁ ଆସିବା ପରେ ବିହାର ସ୍କୁଲ ପରୀକ୍ଷା ବୋର୍ଡ (ବିଏସ୍‌ଇବି) ସମ୍ପାଦକ ହରିହର ନାଥ ଝା ଆଜି ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ବିହାର ଶିକ୍ଷା ବିଭାଗ ଦ୍ୱାରା ଦ୍ୱିତୀୟ ନୋଟିସ୍‌ ପରେ ବୋର୍ଡର ସଭାପତି ଲାଲକେଶର ପ୍ରସାଦ ସିଂ ଇସ୍ତଫା ଦେବାର କିଛି ସମୟ ପରେ ଝା ନିଜ ପଦବୀରୁ ଇସ୍ତଫା ଦେଇଥିଲେ। ରାଜ୍ୟ ପୋଲିସ ଓ ସିଆଇଡିର ଏକ ଦଳ ଗତକାଲି ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ […]

bihar

Rakesh Mallick
  • Published: Wednesday, 08 June 2016
  • , Updated: 08 June 2016, 10:47 PM IST

ପାଟଣା: ବିହାରର ଯୁକ୍ତଦୁଇ ପରୀକ୍ଷାରେ ଅନିୟମିତତା ଘଟଣା ପଦାକୁ ଆସିବା ପରେ ବିହାର ସ୍କୁଲ ପରୀକ୍ଷା ବୋର୍ଡ (ବିଏସ୍‌ଇବି) ସମ୍ପାଦକ ହରିହର ନାଥ ଝା ଆଜି ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ବିହାର ଶିକ୍ଷା ବିଭାଗ ଦ୍ୱାରା ଦ୍ୱିତୀୟ ନୋଟିସ୍‌ ପରେ ବୋର୍ଡର ସଭାପତି ଲାଲକେଶର ପ୍ରସାଦ ସିଂ ଇସ୍ତଫା ଦେବାର କିଛି ସମୟ ପରେ ଝା ନିଜ ପଦବୀରୁ ଇସ୍ତଫା ଦେଇଥିଲେ।

ରାଜ୍ୟ ପୋଲିସ ଓ ସିଆଇଡିର ଏକ ଦଳ ଗତକାଲି ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ଯୁକ୍ତଦୁଇ ପରୀକ୍ଷାର ଫଳାଫଳ ସମ୍ପର୍କରେ ତଦନ୍ତ କରିଥିଲେ। ଏହି ଟିମ୍‌ ସିଂଙ୍କ କମ୍ପ୍ୟୁଟର, ଲାପଟପ୍‌ ଓ ମୋବାଇଲ ଜବତ କରି ନେଇଯାଇଛନ୍ତି।

ସରକାରଙ୍କ ବିନା ଅନୁମତିରେ ସିଂ ଏକତରଫା ଭାବେ ଘଟଣାର ନ୍ୟାୟିକ ଯାଞ୍ଚ ଆଦେଶ ଦେବା ପରେ ଶନିବାର ତାଙ୍କୁ ପ୍ରଥମ ନୋଟିସ୍‌ କରାଯାଇଥିଲା। ଉକ୍ତଦିନ ଶିକ୍ଷା ବିଭାଗ ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରିଥିଲେ। ଦୁଇଟି କମିଟି ଗଠନର ପରଦିନ ମୁଖ୍ୟମନ୍ତ୍ରୀ ନିତୀଶ କୁମାର କମିଟି ଦୁଇଟିକୁ ରଦ୍ଦ କରିଦେବା ସହ ଅପରାଧିକ ଯାଞ୍ଚ କରିବା ପାଇଁ ଆଦେଶ ଦେଇଥିଲେ। ସେ କହିଥିଲେ, “ଏହା ହେଉଛି ତଦନ୍ତ, ଅନୁସନ୍ଧାନ ନୁହେଁ। ଏପରି ଅନିୟମିତତା ପାଇଁ କିଏ ଦାୟୀ ତାହା ନିର୍ଦ୍ଧାରଣ କରାଯିବ ଓ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ଜୁନ ୪ ତାରିଖରେ ବିଏସ୍‌ଇବି ଦୁଇ ଟପ୍ପର ସୌରଭ ଶ୍ରେଷ୍ଠ (ବିଜ୍ଞାନ) ଏବଂ ତାଙ୍କ ସହପାଠୀ ରାହୁଲ କୁମାରଙ୍କ ପରୀକ୍ଷା ଫଳ ବାତିଲ କରିଥିଲେ। ଏମାନଙ୍କ ପୁନଃପରୀକ୍ଷା କରାଯାଇଥିଲା। ଯେଉଁଥିରେ ଦୁହେଁ ବିଫଳ ହୋଇଥିଲେ। ସୌରଭ କ୍ୟାମେରା ସମ୍ମୁଖରେ ସାଧାରଣ ପ୍ରଶ୍ନର ଉତ୍ତର ଦେଇପାରି ନ ଥିଲେ।

କଳାରେ ୫୦୦ରୁ ୪୪୪ ନମ୍ବର ରଖଇ ଟପ୍ପର ହୋଇଥିବା ରୁବି ରାଏ ନିଜର ସ୍ୱାସ୍ଥ୍ୟ ଖରାପ କଥା କହି ପୁନଃପରୀକ୍ଷା ଦେଇ ନ ଥିଲେ। ସେ ମଧ୍ୟ କ୍ୟାମେରା ସମ୍ମୁଖରେ ତାଙ୍କ ପାଠ୍ୟକ୍ରମରେ କେତୋଟି ବିଷୟ ଅଛି ଠିକ୍‌ ଭାବେ କହିପାରି ନ ଥିଲେ।

Related story