ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନ ବିହାର ମୁଖ୍ୟମନ୍ତ୍ରୀ ହେବାକୁ ଆଗ୍ରହୀ। ସେ ନିଜେ ଏ କଥା କହିଛନ୍ତି। ହାଇଦ୍ରାବାଦର ଏକ ଉଦଘାଟନୀ ଉତ୍ସବରେ ଯୋଗ ଦେବା ଅବସରରେ ସେ ଏହା କହିଥିଲେ।
ପାଶୱାନ କହିଥିଲେ ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ତାଙ୍କୁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିଲେ।
ତେବେ ଏହା କହିବା ପୂର୍ବରୁ ପାଶୱାନ ବାରମ୍ୱାର ସ୍ପଷ୍ଟ କରିଥିଲେ ଯେ ଚଳିତବର୍ଷ ଅକ୍ଟୋବର-ନଭେମ୍ୱରରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନ ପାଇଁ ସେ ମୁଖ୍ୟମନ୍ତ୍ରୀ ଦୌଡରେ ନାହାନ୍ତି।
ଲୋକ ଜନ ଶକ୍ତି ପାର୍ଟିର ମୁଖ୍ୟ ପାଶୱାନ ଆହୁରି ମଧ୍ୟ କହିଥିଲେ ଯେ ବିହାରର ବିକାଶ ପାଇଁ ସେ ଦୀର୍ଘ ବର୍ଷ ହେଲା କାର୍ଯ୍ୟ କରି ଆସୁଛନ୍ତି। ରାଜନୀତିରେ ତାଙ୍କର ଯଥେଷ୍ଟ ଅଭିଜ୍ଞତା ରହିଛି।
ପାଶୱାନ ଏସବୁ କଥା କହିବା ବେଳେ ସେଠାରେ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ଭେଙ୍କିୟା ନାଇଡୁ ମଧ୍ୟ ଉପସ୍ଥିତ ଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ରାଜଧାନୀରେ ଭୟଙ୍କର ବିସ୍ଫୋରଣ, PVR ସିନେମା ନିକଟରେ ବ୍ଲାଷ୍ଟ
ଲୋକେ ଭୟଭୀତ ହୋଇ ପଡିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି।
National
ହାତରେ ସମ୍ବିଧାନ ଧରି ଶପଥ ନେଲେ ପ୍ରିୟଙ୍କା ଗାନ୍ଧି
ଶପଥ ଗ୍ରହଣ ସମୟରେ ପ୍ରିୟଙ୍କା ଗାନ୍ଧି କେରଳର ପାରମ୍ପରିକ କାସାଭୁ ଶାଢ଼ୀ ପିନ୍ଧିଥିବା ନଜର ଆସିଛନ୍ତି।
National
ମୋଦିଙ୍କୁ ହତ୍ୟା ପାଇଁ ଚାଲିଛି ଷଡ଼ଯନ୍ତ୍ର, ପୁଲିସ ପାଖକୁ ଆସିଲା କଲ୍
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରାଯାଉଛି ବୋଲି ଫୋନ୍ କରିଥିବା ବ୍ୟକ୍ତି ଦାବି କରିଛନ୍ତି।
National
ଯାଞ୍ଚ ପାଇଁ ଯାଇଥିବା ଇଡି ଟିମ୍ ଉପରେ ଆକ୍ରମଣ, ଆସିଷ୍ଟାଣ୍ଟ ନିର୍ଦ୍ଦେଶକ ଆହତ
ପିପିପିଏଲ୍ ସାଇବର ଆପ୍ ଠକେଇ ମାମଲାର ଯାଞ୍ଚ ପାଇଁ ଇଡି ଟିମ୍ ପହଞ୍ଚିଥିଲା। ଏହି ସମୟରେ ସ୍ଥାନୀୟ ପୁଲିସ ମଧ୍ୟ ତାଙ୍କ ସହ ଥିଲା।
National
ଆଜି ବାତ୍ୟାର ରୂପ ନେବ ଫେଙ୍ଗଲ! ରେଡ୍ ଆଲର୍ଟ ଜାରି
ସତର୍କତା ଦୃଷ୍ଟିରୁ ଆଜି ପୁଡୁଚେରୀରେ ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି।