ବିହାରରେ ପୁଣି ଅନର କିଲିଂ:ପ୍ରେମୀ ଯୁଗଳଙ୍କୁ ପିଟିଲେ,ଜୀଅନ୍ତା ଜାଳିଦେଲେ

ଗୟା: ବିହାରର ଗୟାଠାର ପୁଣି ଅନର କିଲିଂ ଅଭିଯୋଗ ହୋଇଛି। ଆଉ ଅନର କିଲିଂର ଶିକାର ହୋଇଛନ୍ତି ୧୬ବର୍ଷର ଝିଅ ଓ ୩୦ବର୍ଷର ପୁଅ। ଏହି ପ୍ରେମୀଯୁଗଳଙ୍କୁ ପଞ୍ଚାୟତର ନିର୍ଦ୍ଦେଶ ପରେ ମାଡ ମରାଯିବା ସହ ସର୍ବସମ୍ମୁଖରେ ଜୀଅନ୍ତା ଜାଳି ଦିଆଯାଇଛି। ତିନିଦିନ ତଳେ ନାବାଳିକ ଜଣଙ୍କ ପଡୋଶୀ ଗାଁର ଜଣେ ୩୦ ବର୍ଷୀୟ ପ୍ରମିକଙ୍କ ସହ ଲୁଚି ପଳାଇଥିଲେ। ତେବେ ପରିବାରବର୍ଗଙ୍କୁ ତାଙ୍କୁ ଖୋଜଖୋଜି କରିଆଣିଥିଲେ। ପୁଅର ପରିବାର ଅଭିଯୋଗ ଅନୁସାରେ ନାବାଳିକା ପରିବାର ପରିବାର […]

honour-killing

Rakesh Mallick
  • Published: Thursday, 14 May 2015
  • , Updated: 14 May 2015, 09:19 AM IST

ଗୟା: ବିହାରର ଗୟାଠାର ପୁଣି ଅନର କିଲିଂ ଅଭିଯୋଗ ହୋଇଛି। ଆଉ ଅନର କିଲିଂର ଶିକାର ହୋଇଛନ୍ତି ୧୬ବର୍ଷର ଝିଅ ଓ ୩୦ବର୍ଷର ପୁଅ। ଏହି ପ୍ରେମୀଯୁଗଳଙ୍କୁ ପଞ୍ଚାୟତର ନିର୍ଦ୍ଦେଶ ପରେ ମାଡ ମରାଯିବା ସହ ସର୍ବସମ୍ମୁଖରେ ଜୀଅନ୍ତା ଜାଳି ଦିଆଯାଇଛି। ତିନିଦିନ ତଳେ ନାବାଳିକ ଜଣଙ୍କ ପଡୋଶୀ ଗାଁର ଜଣେ ୩୦ ବର୍ଷୀୟ ପ୍ରମିକଙ୍କ ସହ ଲୁଚି ପଳାଇଥିଲେ। ତେବେ ପରିବାରବର୍ଗଙ୍କୁ ତାଙ୍କୁ ଖୋଜଖୋଜି କରିଆଣିଥିଲେ। ପୁଅର ପରିବାର ଅଭିଯୋଗ ଅନୁସାରେ ନାବାଳିକା ପରିବାର ପରିବାର ପକ୍ଷରୁ ପଞ୍ଚୟତର ଡକାଯାଇଥିଲା। ଏହାପରେ ପଞ୍ଚାୟତରେ ଉପସ୍ଥିତ ଥିବା ୧୦୦ରୁ ଅଧିକ ଗ୍ରାମବାସୀଙ୍କ ସମୁଖରେ ଏହି ଦୁଇ ପ୍ରେମୀଯୁଗଳଙ୍କୁ ଜାଳି ଦିଆଯାଇଛି। ପ୍ରେମୀ ଯୁଗଳଦ୍ୱୟ ଯନ୍ତ୍ରଣାରେ ଛଟପଟ ହଉଥିଲେ ମାଧ୍ୟ କୌଣସି ଗ୍ରାମବାସୀ ପୁଲିସକୁ ଖବର ଦେଇନଥିଲା ବୋଲିଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଏହି ମାମଲାରେ ସମ୍ପୃକ୍ତ ଥିବା ଝିଅର ବାପାକୁ ଗିରଫ କରାଯାଇଥିବାବେଳେ ଅନ୍ୟ ୧୫ଜଣଙ୍କ ନାମରେ ମାମଲା  ରୁଜୁ କରିଛି ଗୟା ପୁଲିସ।

Related story