ସମୁଦୁଣୀ ରାବଡ଼ି ଦେବୀଙ୍କୁ ଏକ୍ସପୋଜ କରିବେ କହିଲେ ସମୁଦୀ

ପାଟନା: ବିହାରର ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଘରେ ପୁଣିଥରେ ହାଇଡ୍ରାମା ଦେଖିବାକୁ ମିଳିଛି। ରବିବାର ସନ୍ଧ୍ୟାରେ ଏହି ହାଇଭୋଲ୍‌ଟେଜ୍‌ ପାରିବାରିକ ନାଟକ ପାଟନା ସ୍ଥିତ ରାବିଡି ଦେବୀଙ୍କ ବାସଭବନ ଆଗରେ  ଦେଖିବାକୁ ମିଳିଛି। ଲାଲୁଙ୍କ ବଡ଼ ପୁଅ ତେଜ ପ୍ରତାପଙ୍କ ସ୍ତ୍ରୀ ଐଶ୍ୱର୍ଯ୍ୟା, ଲାଲୁଙ୍କ ପତ୍ନୀ ତଥା ଶାଶୁ ରାବିଡି ଦେବୀ, ନଣନ୍ଦ ତଥା ଲାଲୁଙ୍କ ଝିଅ ମିସା ଭାରତୀ ଓ ସ୍ୱାମୀ ତେଜ ପ୍ରତାପଙ୍କ […]

lalu yadav family

Subhransu Sekhar
  • Published: Monday, 16 December 2019
  • , Updated: 16 December 2019, 12:57 PM IST

ପାଟନା: ବିହାରର ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଘରେ ପୁଣିଥରେ ହାଇଡ୍ରାମା ଦେଖିବାକୁ ମିଳିଛି। ରବିବାର ସନ୍ଧ୍ୟାରେ ଏହି ହାଇଭୋଲ୍‌ଟେଜ୍‌ ପାରିବାରିକ ନାଟକ ପାଟନା ସ୍ଥିତ ରାବିଡି ଦେବୀଙ୍କ ବାସଭବନ ଆଗରେ  ଦେଖିବାକୁ ମିଳିଛି।

ଲାଲୁଙ୍କ ବଡ଼ ପୁଅ ତେଜ ପ୍ରତାପଙ୍କ ସ୍ତ୍ରୀ ଐଶ୍ୱର୍ଯ୍ୟା, ଲାଲୁଙ୍କ ପତ୍ନୀ ତଥା ଶାଶୁ ରାବିଡି ଦେବୀ, ନଣନ୍ଦ ତଥା ଲାଲୁଙ୍କ ଝିଅ ମିସା ଭାରତୀ ଓ ସ୍ୱାମୀ ତେଜ ପ୍ରତାପଙ୍କ ନାଁରେ ମାମଲା ରୁଜୁ କରିଛନ୍ତି। ଏହି ୩ ଜଣଙ୍କ ବିରୋଧରେ ଘରୋଇ ହିଂସା ମାମଲା ରୁଜୁ ହୋଇଛି।

ସେପଟେ ଶାଶୁଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ବୋହୂ ଐଶ୍ୱର୍ଯ୍ୟା। ସେ କହିଛନ୍ତି, ମୋ ବାପା ମାଆଙ୍କ ନାମରେ ତେଜ ପ୍ରତାପ ବି.ଏନ କଲେଜ ସମ୍ମୁଖରେ ଆପତ୍ତିଜନକ ପୋଷ୍ଟର ଲଗାଇଛନ୍ତି। ଏ ବାବଦରେ ନିଜ ଫୋନରେ ଥିବା ସମସ୍ତ ପ୍ରମାଣ ଦେଖାଇବା ପରେ ଶାଶୁ ରାବଡି ଦେବୀ ମୋବାଇଲ ଛଡ଼ାଇ ନେଇଛନ୍ତି। ଏହାପରେ ରାବିଡ଼ି ଦେବୀ ମୋ ଚୁଟି ଧରି ଘୋଷାଡ଼ି ଘୋଷାଡ଼ି ମାଡ଼ ମାରି ଘରୁ ବାହାର କରି ଦେଇଛନ୍ତି। ଏସବୁ ଘଟଣା ସିକ୍ୟୁରିଟି ଗାର୍ଡମାନେ ଦେଖୁଥିଲେ ବି କେହିବି ସାହାଯ୍ୟ କରିବାକୁ ଆଗକୁ ଆସିନଥିଲେ। ”

ଐଶ୍ୱର୍ଯ୍ୟା କାନ୍ଦି କାନ୍ଦି ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି,  ‘ମୋତେ ସେମାନେ(ଶାଶୁ ଘର ଲୋକ) ଘରୁ ବାହାର କରି ଦେବାସହ ମୋର ସବୁ ଗହଣା ରଖି ଦେଇଛନ୍ତି। ବାପାଙ୍କ ପାଖରୁ ଟଙ୍କା ଆଣିବା ପରେ ଖାଇବାକୁ ମିଳିବ ବୋଲି କହୁଛନ୍ତି। ଗତ ସେପ୍ଟେମ୍ୱର ମାସରେ ମଧ୍ୟ ଶାଶୁ ଘର ଲୋକେ ଘରୁ ବାହାର କରିଦେଇଥିଲେ। ହେଲେ କୋର୍ଟଙ୍କ ହସ୍ତକ୍ଷେପ ପରେ ମୁଁ ଶାଶୁ ଘରକୁ ଫେରିଥିଲି’।

ଶାଶୁ ଘରେ ଏଭଳି ନିର୍ଯାତନା ଦିଆଯାଉଥିବା ନେଇ ଐଶ୍ୱର୍ଯ୍ୟା କାନ୍ଦି କାନ୍ଦି ମା’ ପୂର୍ଣ୍ଣିମାଙ୍କୁ ଫୋନ୍‌ କରି ଏସମ୍ପର୍କରେ ଜଣାଇଥିଲେ। ଏହାପରେ ରବିବାର ଦିନ ପୂର୍ଣ୍ଣିମାଙ୍କ ସମେତ ଐଶ୍ୱର୍ଯ୍ୟାଙ୍କ ବାପା ଚନ୍ଦ୍ରିକା ରାୟ ଓ ତାଙ୍କର ସମର୍ଥକ ଲାଲୁ ପ୍ରସାଦଙ୍କ ବାସଭବନରେ ପହଞ୍ଚିଥିଲେ। ସେଠାରେ ଚନ୍ଦ୍ରିକାଙ୍କ ସମର୍ଥକମାନେ ଲାଲୁଙ୍କ ପରିବାର ବିରୋଧରେ ନାରାବାଜି କରିଥିଲେ।

ଐଶ୍ୱର୍ଯ୍ୟାଙ୍କ ବାପା ତଥା ଆରଜେଡି ନେତା ଚନ୍ଦ୍ରିକା ରାୟ ଜ୍ୱାଇଁ ତେଜ ପ୍ରତାପଙ୍କୁ ପାଗଳ ବୋଲି କହିଛନ୍ତି। ଆଗାମୀ ଦିନରେ ଏହି ଦୁଇ ପରିବାରର କଳ ରାଜନୀତିକ ଲଢ଼େଇରେ ପରିଣିତ ହେବ। ଏଥିସହ ସମୁଦୁଣୀ ରାବଡି ଦେବୀଙ୍କୁ ସେ ଏକ୍ସପୋଜ କରିବେ ବୋଲି କହିଛନ୍ତି। ଜଣେ ମହିଳା ହୋଇ ଯିଏ ନିଜ ଘରେ ଅନ୍ୟାୟ କରୁଛି ସେ କେମିତି ରାଜ୍ୟବାସୀଙ୍କୁ ନ୍ୟାୟ ଦେବେ ବୋଲି ଚନ୍ଦ୍ରିକା ପ୍ରଶ୍ନ କରିଛନ୍ତି।

ଏହି ଘଟଣା ପରେ ଲାଲୁ ପରିବାରର କୌଣସି ସଦସ୍ୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନାହାନ୍ତି। ତେବେ ପୂର୍ବରୁ ଲାଲୁଙ୍କ ସାନ ପୁଅ ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ କହିଥିଲେ ରାଜ୍ୟର ମୁଖ୍ୟ ପ୍ରସଙ୍ଗକୁ ଏଡ଼ାଇବାକୁ ଯାଇ ଷଡ଼ଯନ୍ତ୍ର ରଚାଯାଇ ତାଙ୍କ ପରିବାର କଳିକୁ ଆଗକୁ ଅଣାଯାଉଛି।

ସୂଚନାଥାଉ କି, ଏହି ଘଟଣା ପୂର୍ବରୁ ମଧ୍ୟ ଲାଲୁଙ୍କ ପରିବାର ଭିତରେ ଚାଲିଥିବା ଝଗଡ଼ା ସାମ୍ନାକୁ ଆସିଥିଲା। ଶାଶୁ ଘରେ ନିର୍ଯାତନା ଦିଆଯିବା ସହ ଖାଇବାକୁ ଦିଆଯାଉ ନ ଥିବା ଐଶ୍ୱର୍ଯ୍ୟା ପୂର୍ବରୁ ମଧ୍ୟ ଅଭିଯୋଗ କରିଥିଲେ।

Related story