ବିହାର ବିଧାନସଭା ନିର୍ବାଚନ: ନୀତୀଶଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ ଜେଡିୟୁ, ଆରଜେଡି ଓ କଂଗ୍ରେସକୁ ନେଇ ହୋଇଥିବା ମହାମେଣ୍ଟର ବିପୁଳ ବିଜୟ ପରେ ନୀତୀଶ କୁମାରଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଆରମ୍ଭ ହୋଇଛି। ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କୁ ଫୋନ କରି ଶୁଭେଚ୍ଛା ଜଣାଇଛନ୍ତି। ଏ କଥା ନିଜେ ମୋଦି ଟ୍ୱିଟ୍ କରି କହିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ ଫୋନରେ ନୀତୀଶ କୁମାରଙ୍କ ସହ କଥା ହେଲି ଓ ବିଜୟ ପାଇଁ ଶୁଭେଚ୍ଛା ଜଣାଇଲି। ତାଙ୍କର ଏହି […]

modi-nitish

modi-nitish

Rakesh Mallick
  • Published: Sunday, 08 November 2015
  • Updated: 08 November 2015, 04:40 PM IST

Sports

Latest News

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ ଜେଡିୟୁ, ଆରଜେଡି ଓ କଂଗ୍ରେସକୁ ନେଇ ହୋଇଥିବା ମହାମେଣ୍ଟର ବିପୁଳ ବିଜୟ ପରେ ନୀତୀଶ କୁମାରଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଆରମ୍ଭ ହୋଇଛି। ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କୁ ଫୋନ କରି ଶୁଭେଚ୍ଛା ଜଣାଇଛନ୍ତି। ଏ କଥା ନିଜେ ମୋଦି ଟ୍ୱିଟ୍ କରି କହିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ ଫୋନରେ ନୀତୀଶ କୁମାରଙ୍କ ସହ କଥା ହେଲି ଓ ବିଜୟ ପାଇଁ ଶୁଭେଚ୍ଛା ଜଣାଇଲି। ତାଙ୍କର ଏହି ଟ୍ୱିଟ୍ ପରେ ନୀତୀଶ ଟ୍ୱିଟ୍ କରିଥିଲେ ଯେ ସେ ପ୍ରଧାନମନ୍ତ୍ରୀଙ୍କ ଫୋନ୍ ପାଇଥିଲେ। ପ୍ରଧାନମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେ ବି ତାଙ୍କୁ ଏଥିପାଇଁ ଧନ୍ୟବାଦ ଦେଇଥିଲେ।

ଅନ୍ୟପକ୍ଷରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍, ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ ସାଂସଦ ବୈଜୟନ୍ତ ପଣ୍ଡା ସମେତ ଅନ୍ୟ ବହୁ ନେତା ନୀତୀଶଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଜେଡିୟୁ ସହିତ ମେଣ୍ଟ କରିଥିବା ରାଷ୍ଟ୍ରୀୟ ଜନତା ଦଳର ମୁଖ୍ୟ ଲାଲୁ ଯାଦବ ବିହାରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଅନ୍ୟପକ୍ଷରେ ବିହାର ବିଜେପିର ତୁଙ୍ଗ ନେତା ତଥା ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି କହିଛନ୍ତି ଯେ ଆମେ ପରାଜୟ ସ୍ୱୀକାର କରି ନେଇଛୁ।

ନୀତୀଶ କୁମାର ତୃତୀୟ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos