ବିହାରରେ ଟ୍ରକ୍‌-ଆମ୍ୱୁଲାନ୍ସ ଧକ୍କା, ୭ ମୃତ

ପୁନିଆ: ବିହାରର ପୁର୍ନିଆ ଜିଲ୍ଲାର ମରଗା ଥାନା ଅନ୍ତର୍ଗତ ନେବାବାଲା ଛକରେ ଶୁକ୍ରବାର ଏକ ଟ୍ରକ୍ ଓ ଆମ୍ୱୁଲାନ୍ସ ମଧ୍ୟରେ ଧକ୍କା ହେବା ଫଳରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଆମ୍ୱୁଲାନ୍ସଟି ଭାଗଲପୁର ମେଡିକାଲ କଲେଜରୁ ଅରରିଆ ଫେରୁଥିବା ବେଳେ ପୁନିଆ ନେବାବାଲା ଛକରେ ଏକ ଟ୍ରକକୁ ଧକ୍କା ଦେଇଥିଲା। ଆମ୍ୱୁଲାନ୍ସରେ ଥିବା ଦୁଇ ମହିଳାଙ୍କ ସହିତ ୭ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଏକ ନବଜାତ ଶିଶୁ ରହିଛି। ଦୁର୍ଘଟଣାରେ ଆମ୍ୱୁଲାନ୍ସ ଡ୍ରାଇଭର ବିଶାଲ […]

busturn

Rakesh Mallick
  • Published: Friday, 03 June 2016
  • , Updated: 03 June 2016, 10:58 AM IST

ପୁନିଆ: ବିହାରର ପୁର୍ନିଆ ଜିଲ୍ଲାର ମରଗା ଥାନା ଅନ୍ତର୍ଗତ ନେବାବାଲା ଛକରେ ଶୁକ୍ରବାର ଏକ ଟ୍ରକ୍ ଓ ଆମ୍ୱୁଲାନ୍ସ ମଧ୍ୟରେ ଧକ୍କା ହେବା ଫଳରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଆମ୍ୱୁଲାନ୍ସଟି ଭାଗଲପୁର ମେଡିକାଲ କଲେଜରୁ ଅରରିଆ ଫେରୁଥିବା ବେଳେ ପୁନିଆ ନେବାବାଲା ଛକରେ ଏକ ଟ୍ରକକୁ ଧକ୍କା ଦେଇଥିଲା। ଆମ୍ୱୁଲାନ୍ସରେ ଥିବା ଦୁଇ ମହିଳାଙ୍କ ସହିତ ୭ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଏକ ନବଜାତ ଶିଶୁ ରହିଛି। ଦୁର୍ଘଟଣାରେ ଆମ୍ୱୁଲାନ୍ସ ଡ୍ରାଇଭର ବିଶାଲ କୁମାର ଓ ମାଲିକ ନବୀନ କୁମାରଙ୍କ ମଧ୍ୟ ମୃତ୍ୟୁ ଘଟିଛି।

ମରଗା ଥାନା ଅଧିକାରୀ ମୁକେଶ କୁମାର କହିଛନ୍ତି, ‘ମୃତକଙ୍କ ମଧ୍ୟରେ ପାଞ୍ଚ ଜଣ ଗୋଟିଏ ପରିବାର ସଦସ୍ୟ। ଶବ ବ୍ୟବଚ୍ଛେଦ ପାଇଁ ପୁର୍ନିଆ ସଦର ହସ୍ପିଟାଲକୁ ପଠାଇ ଦିଆଯାଇଛି। ଘଟଣାର ତଦନ୍ତ କରାଯାଉଛି।”

Related story