ବିହାରରେ ବିଜେପି ହାରିନି, ଆତ୍ମହତ୍ୟା କରିଛି: ସାଂସଦ ଭୋଲା ସିଂହ

ପାଟଣା: ବିହାର ବିଧାନସଭା ନିର୍ବାଚନରେ ପରାଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ବିରୁଦ୍ଧରେ ଦଳ ଭିତରୁ ଧୀରେ ଧୀରେ ସମାଲୋଚନାର ସ୍ୱର ବଢ଼ିବାରେ ଲାଗିଛି। ଏହି ଧାରାରେ ସାମିଲ ହୋଇଛନ୍ତି ବିହାରର ବେଗୁସରାୟର ଦଳୀୟ ସାଂସଦ ଭୋଲା ସିଂହ। ସେ କହିଛନ୍ତି ଯେ ବିହାରରେ ବିଜେପି ହାରି ନାହିଁ, ଆତ୍ମହତ୍ୟା କରିଛି। ସେ କହିଛନ୍ତି, ବିହାର ବିଧାନସଭା ନିର୍ବାଚନରେ ଦଳ ପ୍ରସଙ୍ଗ ବଦଳାଇ ବିଜେପି ପରାଜୟର ସମ୍ମୁଖୀନ ହୋଇଛି। ସବୁ […]

bola sing

bola sing

Rakesh Mallick
  • Published: Tuesday, 10 November 2015
  • Updated: 10 November 2015, 07:49 AM IST

Sports

Latest News

ପାଟଣା: ବିହାର ବିଧାନସଭା ନିର୍ବାଚନରେ ପରାଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ବିରୁଦ୍ଧରେ ଦଳ ଭିତରୁ ଧୀରେ ଧୀରେ ସମାଲୋଚନାର ସ୍ୱର ବଢ଼ିବାରେ ଲାଗିଛି। ଏହି ଧାରାରେ ସାମିଲ ହୋଇଛନ୍ତି ବିହାରର ବେଗୁସରାୟର ଦଳୀୟ ସାଂସଦ ଭୋଲା ସିଂହ। ସେ କହିଛନ୍ତି ଯେ ବିହାରରେ ବିଜେପି ହାରି ନାହିଁ, ଆତ୍ମହତ୍ୟା କରିଛି।

ସେ କହିଛନ୍ତି, ବିହାର ବିଧାନସଭା ନିର୍ବାଚନରେ ଦଳ ପ୍ରସଙ୍ଗ ବଦଳାଇ ବିଜେପି ପରାଜୟର ସମ୍ମୁଖୀନ ହୋଇଛି। ସବୁ ବେଳେ ସାଧାରଣ ଲୋକଙ୍କ ପେଟପାଟଣା କଥା କହୁଥିବା ବିଜେପି ବିହାର ନିର୍ବାଚନରେ ଗୟା ଓ ପାକିସ୍ତାନକୁ ଅଧିକ ଗୁରୁତ୍ୱ ଦେଇଥିଲା। ସେହି କାରଣରୁ ଦଳକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି।

ସେହିପରି ପ୍ରଧାନମମନ୍ତ୍ରୀଙ୍କୁ ବି ଛାଡ଼ି ନାହାନ୍ତି ଭୋଲା ସିଂହ। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ରାଜ୍ୟର ଅନ୍ୟ ନେତାମାନେ ପ୍ରଚାର ବେଳେ ଯେଉଁ ଶବ୍ଦର ପ୍ରୟୋଗ କରୁଥିଲେ ତାହା ଠିକ୍ ନଥିଲା। ସେହି ଶବ୍ଦଗୁଡ଼ିକୁ ବିହାରବାସୀ ଗ୍ରହଣ କରିପାରି ନାହାନ୍ତି। ତାହା ଦଳ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos