ନୂଆଦିଲ୍ଲୀ: କିଛିଦିନ ହେବ ଦଳିତ ପରିବାର ଉପରେ ହେଉଥିବା ନିର୍ଯାତନା ଓ ହତ୍ୟା ଘଟଣାକୁ ନେଇ ବିଏସପି ସୁପ୍ରିମୋ ମାୟାବତୀ ବିଜେପି ସରକାରଙ୍କୁ ଦୃଢ଼ ନିନ୍ଦା କରିଛନ୍ତି। ସେ କହିଛନ୍ତି ବିଜେପି ଶାସନ କାଳରେ ଦଳିତ ପରିବାରମାନେ ସୁରକ୍ଷିତ ନୁହଁନ୍ତି।
ହରିୟାଣାର ଫରିଦାବାଦ ଜିଲ୍ଲା ସୁନପେଡ଼ ଗାଁରେ ଏକ ଦଳିତ ପରିବାରର ୪ ଜଣଙ୍କୁ ଜିଅନ୍ତା ଜାଳି ଦିଆଯିବା ଘଟଣାକୁ ନେଇ ମାୟାବତୀ କହିଛନ୍ତି ଥାନାଠାରୁ ଅଳ୍ପ ଦୂରରେ ଏହି ଘଟଣା ଘଟିଥିଲା। ପୋଲିସ ଉପସ୍ଥିତରେ ଏହି ଦଳିତ ପରିବାରର ଲୋକଙ୍କୁ ଜାଳି ଦିଆଗଲା। ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଏଥିରୁ ଲାଗୁଛି ବିଜେପିର ଦଳିତମାନଙ୍କ ପ୍ରତି କୌଣସି ଚିନ୍ତା ନାହିଁ ବୋଲି ସେ କହିଛନ୍ତି।
ସେହିପରି କଂଗ୍ରେସକୁ ମଧ୍ୟ ମାୟାବତୀ ସମାଲୋଚନା କରିଛନ୍ତି । ଉଚ୍ଚବର୍ଗର ଲୋକେ ଦଳିତମାନଙ୍କୁ ସବୁବେଳେ ଶୋଷଣ କରିଆସୁଛନ୍ତି । ଆଉ ହରିୟାଣା ସରକାର ଏପରି କାଣ୍ଡ ଘଟାଉଥିବା ଅଭିଯୁକ୍ତମାନଙ୍କୁ ସୁରକ୍ଷା ଦେଉଛନ୍ତି । କେନ୍ଦ୍ର ହେଉ କି ରାଜ୍ୟ ଦଳିତମାନେ ସବୁବେଳେ ଦଳିତମାନଙ୍କୁ ନିର୍ଯାତନା ଦେଇ ଆସୁଛନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
କିଏ ହେବ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ? ଫଡନାବିସଙ୍କୁ ସମର୍ଥନ କଲେ ଅଜିତ ପାଓ୍ୱାର
ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଆସନରେ କିଏ ବସିବ ତାକୁ ନେଇ ଜାରି ରହିଛି ସସ୍ପେନ୍ସ। ଏହାରି ଭିତରେ ଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି ଦେବେନ୍ଦ୍ର ଫଡନାବସ, ଅଜିତ ପାଓ୍ୱାର ଓ ଏକନାଥ ସିନ୍ଦେ।
National
ଜୀବନ ନେଲା ଗୁଗୁଲ ମ୍ୟାପ୍, ଅଧା ଗଢ଼ା ପୋଲରୁ ଖସି ପଡ଼ିଲା କାର୍
ଏକ ବିବାହ ଭୋଜରେ ଯୋଗ ଦେବା ପାଇଁ ୩ ଜଣକ ସାଙ୍ଗ ଗୁରୁଗ୍ରାମରୁ ରାଇବରେଲିକୁ କାର୍ ଯୋଗେ ବାହାରିଥିଲେ। ତେବେ ଠିକଣା ସ୍ଥାନରେ ପହଞ୍ଚିବା ପାଇଁ ଏମାନେ ଗୁଗୁଲ ମ୍ୟାପ୍ର ସାହାରା ନେଇଥିଲେ।
National
ମସଜିଦ ସର୍ଭେକୁ ନେଇ ଥମୁନି ହିଂସା: ୪ ମୃତ, ସ୍କୁଲ ବନ୍ଦ
ହିଂସା ପରେ ସମ୍ଭଲ ଏବଂ ଏହାର ଆଖପାଖ ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି। ସେହିପରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକୁ ଆଜି ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
National
ଆଜିଠୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ
ଡିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଅଧିବେଶନକୁ ସୁରୁଖୁରୁରେ ଚଳାଇବାକୁ ଗତକାଲି ସର୍ବଦଳୀୟ ବୈଠକରେ ଆଲୋଚନା କରାଯାଇଛି।
National
'ଓଡ଼ିଶା ସନ୍ଥ ଓ ବିଦ୍ୱାନଙ୍କ ଧରିତ୍ରୀ', ଭୀମ ଭୋଇଙ୍କ କବିତା କହିଲେ ପ୍ରଧାନମନ୍ତ୍ରୀ
ଦିଲ୍ଲୀରେ ଆୟୋଜିତ 'ଓଡ଼ିଶା ପର୍ବ' ୨୦୨୪ରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।