ମମତା ବାନାର୍ଜୀଙ୍କୁ ଧୃତରାଷ୍ଟ୍ରଙ୍କ ସହିତ ତୁଳନା କଲେ ବିପ୍ଲବ ଦେବ

କୋଲକତା: ମହାଭାରତ ଯୁଗରେ ଇଣ୍ଟରନେଟ୍‌ ଏବଂ ସ୍ୟାଟେଲାଇଟ୍‌ ଆଦି ଥିଲା କିମ୍ବା ଏହାର ଟେକ୍ନୋଲୋଜି ସେହି ସମୟରେ ମଧ୍ୟ ଉପଲବ୍ଧ ଥିଲା ଭଳି ବିବାଦୀୟ ମନ୍ତବ୍ୟ ଦେଇ ଖୁବ୍‌ ଚର୍ଚ୍ଚାରେ ଥିବା ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ଏବେ ଆଉ ଏକ ବୟାନ ଦେଇ ବିବାଦ ଘେରକୁ ଆସିଛନ୍ତି। ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମହାଭାରତର ଅନ୍ଧ ରାଜା ଧୃତରାଷ୍ଟ୍ରଙ୍କ ସହିତ ତୁଳନା କରିଛନ୍ତି। ପଶ୍ଚିମବଙ୍ଗରେ ଚାଲିଥିବା ‘ସିଣ୍ଡିକେଟ୍‌ ରାଜ୍‌’ ଏବଂ ‘ଆତଙ୍କରାଜ୍‌’ ପ୍ରତି ମମତା […]

biplav

biplav

Subrat Kumar Nayak
  • Published: Tuesday, 29 January 2019
  • Updated: 29 January 2019, 07:40 PM IST

Sports

Latest News

କୋଲକତା: ମହାଭାରତ ଯୁଗରେ ଇଣ୍ଟରନେଟ୍‌ ଏବଂ ସ୍ୟାଟେଲାଇଟ୍‌ ଆଦି ଥିଲା କିମ୍ବା ଏହାର ଟେକ୍ନୋଲୋଜି ସେହି ସମୟରେ ମଧ୍ୟ ଉପଲବ୍ଧ ଥିଲା ଭଳି ବିବାଦୀୟ ମନ୍ତବ୍ୟ ଦେଇ ଖୁବ୍‌ ଚର୍ଚ୍ଚାରେ ଥିବା ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ଏବେ ଆଉ ଏକ ବୟାନ ଦେଇ ବିବାଦ ଘେରକୁ ଆସିଛନ୍ତି। ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମହାଭାରତର ଅନ୍ଧ ରାଜା ଧୃତରାଷ୍ଟ୍ରଙ୍କ ସହିତ ତୁଳନା କରିଛନ୍ତି।

ପଶ୍ଚିମବଙ୍ଗରେ ଚାଲିଥିବା ‘ସିଣ୍ଡିକେଟ୍‌ ରାଜ୍‌’ ଏବଂ ‘ଆତଙ୍କରାଜ୍‌’ ପ୍ରତି ମମତା ବାନାର୍ଜୀ ଅନ୍ଧ ଭଳି ଆଚରଣ କରୁଥିବା ସେ ଅଭିଯୋଗ କରିଛନ୍ତି। ଜନତା ଭବିଷ୍ୟତରେ ଏହାକୁ ବରଦାସ୍ତ କରିବେନି ବୋଲି ମଧ୍ୟ ସେ କହିଛନ୍ତି।

ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାର ଆରାମବାଗଠାରେ ଏକ ଶୋଭାଯାତ୍ରାରେ ଯୋଗଦେଇ ବିପ୍ଲବ ଏପରି କହିଥିଲେ। "ସବୁ ଚୋରଙ୍କୁ ମହାନ ଲୋକଙ୍କ ରାଜ୍ୟ ପଶ୍ଚିମବଙ୍ଗକୁ ନେଇ ଆସିଲ। ଲୋକେ ଏହାର ଜବାବ ଦେବେ" ବୋଲି ସେ କହିଥିଲେ। ଗତ ୧୯ ତାରିଖରେ ହୋଇଥିବା ମହାଗଠବନ୍ଧନ ବୈଠକ ବାବଦରେ ସେ ଏଭଳି କହିଥିଲେ।

ମମତା ବାନାର୍ଜୀ ନିଜ ଗାତ ନିଜେ ଖୋଳୁଛନ୍ତି। ଧୃତରାଷ୍ଟ୍ରଙ୍କ କୌରବ ମାତ୍ର ୫ ଜଣଙ୍କଠାରୁ ହାରିଯାଇଥିଲେ, ୨୦୧୯ ମସିହାରେ ତାହା ହିଁ ହେବ।

ସେ ଆହୁରି ମଧ୍ୟ କହିଥିଲେ,“ପଶ୍ଚିମବଙ୍ଗରୁ ସିପିଏମ୍‌କୁ ହଟାଇଥିବା ଲୋକେ ଏବେ ଗୋଟିଏ ସିଣ୍ଡିକେଟ୍‌ ସରକାର ପାଇଛନ୍ତି। ମମତାଙ୍କ ସରକାର ସିପିଏମ୍‌ ସରକାରର ଜେରକ୍ସ କପି। ଆପଣମାନେ କ’ଣ ଗୋଟିଏ ଜେରକ୍ସ କପି ଚାହୁଁଛନ୍ତି ? ଏହି ଜେରକ୍ସ କପିକୁ ଫୋପାଡ଼ି ଦିଅନ୍ତୁ। ପଶ୍ଚିମବଙ୍ଗ ଲୋକେ ପ୍ରକୃତ ନରେନ୍ଦ୍ର ମୋଦିଙ୍କୁ ଚାହାନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos