ଲକଡାଉନରେ ବଟର ଚିକେନ ଓ ମସାଲା ଦୋସାକୁ ମାତ୍‌ ଦେଲା ବିରିୟାନୀ, ଜାଣନ୍ତୁ କେମିତି

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଓ ଏଥିପାଇଁ ଲାଗୁ ଲକଡାଉନ ଅନେକ ଲୋକଙ୍କୁ ଭଲ ରୋଷେୟା କରିଦେଇଛି। ଲକଡାଉନ ଯୋଗୁ ଲୋକମାନେ ଘରେ ରହୁଥିବାରୁ ବିଭିନ୍ନ ପ୍ରକାରର ନୂଆ ନୂଆ ବ୍ୟଞ୍ଜନ ତିଆରି କରବାର ନଜିର ରହିଛି। ତେବେ ଯେଉଁମାନେ ରୋଷେଇ କରିପାରୁ ନାହାନ୍ତି, ସେମାନେ ଅନଲାଇନରେ ଖାଦ୍ୟ ଅର୍ଡର କରୁଛନ୍ତି। ନୂଆ ତଥ୍ୟ ଅନୁଯାୟୀ, ଭାରତୀୟମାନେ ଲକଡାଉନ ସମୟରେ ଅଧିକ ସଂଖ୍ୟାରେ ବିରିୟାନୀ ଅର୍ଡର ଦେଇ ଘରକୁ ଆଣିଛନ୍ତି। StatEATistics report: The Quarantine Editionରେ […]

fa

Hemant Lenka
  • Published: Saturday, 25 July 2020
  • , Updated: 25 July 2020, 11:35 AM IST

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଓ ଏଥିପାଇଁ ଲାଗୁ ଲକଡାଉନ ଅନେକ ଲୋକଙ୍କୁ ଭଲ ରୋଷେୟା କରିଦେଇଛି। ଲକଡାଉନ ଯୋଗୁ ଲୋକମାନେ ଘରେ ରହୁଥିବାରୁ ବିଭିନ୍ନ ପ୍ରକାରର ନୂଆ ନୂଆ ବ୍ୟଞ୍ଜନ ତିଆରି କରବାର ନଜିର ରହିଛି। ତେବେ ଯେଉଁମାନେ ରୋଷେଇ କରିପାରୁ ନାହାନ୍ତି, ସେମାନେ ଅନଲାଇନରେ ଖାଦ୍ୟ ଅର୍ଡର କରୁଛନ୍ତି।

ନୂଆ ତଥ୍ୟ ଅନୁଯାୟୀ, ଭାରତୀୟମାନେ ଲକଡାଉନ ସମୟରେ ଅଧିକ ସଂଖ୍ୟାରେ ବିରିୟାନୀ ଅର୍ଡର ଦେଇ ଘରକୁ ଆଣିଛନ୍ତି। StatEATistics report: The Quarantine Editionରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଲୋକମାନେ ଲକଡାଉନ ସମୟରେ ୫.୫ ଲକ୍ଷ ଥର ବିରିୟାନୀକୁ ସେମାନଙ୍କ ଫେଭରାଇଟ ରେଷ୍ଟୁରାଣ୍ଟରୁ ଅର୍ଡର ଦେଇଛନ୍ତି। ଲକଡାଉନ ବେଳେ ଯେତେ ସବୁ ଖାଦ୍ୟ ସାମଗ୍ରୀର ଅର୍ଡର ଲୋକମାନେ ଦେଇଛନ୍ତି, ତା’ ମଧ୍ୟରେ ବିରିୟାନୀ ୧ନଂ ସ୍ଥାନରେ ରହିଛି।

ଏହା ପଛକୁ ବଟର ନାନ ୩,୩୫,୧୮୫ ଓ ମସାଲା ଦୋସା ୩,୩୧,୪୩୨ ରହିଛନ୍ତି। କ୍ରମାଗତ ୪ର୍ଥ ଥର ପାଇଁ ସ୍ୱିଗି ଦ୍ୱାରା ଲୋକମାନେ ସର୍ବାଧିକ ଥର ବରିୟାନୀ ହିଁ ଅର୍ଡର କରିଛନ୍ତି।

ଲକଡାଉନ ବେଳେ ଭାରତୀୟମାନେ ପାଟିକୁ ମିଠା କରିବାକୁ ଆଦୌ ଭୁଲି ନାହାନ୍ତି। ଲକଡାଉନ ସମୟରେ ଲୋକମାନେ Choco Lava cakeକୁ ୧,୨୯,୦୦୦ ଥର ଅର୍ଡର କରିଛନ୍ତି। ଏହାପଛକୁ ଗୁଲାବ ଜାମୁନ ୮୯,୫୫୮ ଓ chic Butterscotch Mousse cake ୨୭,୩୧୭ ଥର ରହିଛନ୍ତି।

ଲକଡାଉନ ବେଳେ ଯିବା ଆସିବାରେ କଟକଣା ରହିଛି ଓ ସାମାଜିକ ଦୂରତାକୁ ଗୁରୁତ୍ୱ ଦେବାକୁ କୁହାଯାଇଛି। ଏହା ସତ୍ତ୍ୱେ ଲୋକମାନେ ଭିଡିଓ କଲ ଓ ଭର୍ଚ୍ୟୁଆଲ ପାର୍ଟି ଆୟୋଜନ କରି ଜନ୍ମଦିନ ପାଳନ କରିଛନ୍ତି। ଏଥିପାଇଁ ଲକଡାଉନ ବେଳେ ପ୍ରାୟ ୧,୨୦,୦୦୦ କେକ୍‌ ଅର୍ଡର କରାଯାଇଛି।

ପ୍ରତିଦିନ ରାତି ୮ଟା ବେଳେ ପ୍ରାୟ ୬୫,୦୦୦ ଖାଦ୍ୟ ପ୍ୟାକେଟ ଲୋକେ ଅର୍ଡର କରୁଛନ୍ତି। ଏହାବାଦ୍‌ ସ୍ୱିଗି ୩୨୩ ମିଲିୟନ କେଜିର ପିଆଜ ଓ ୫୬ ମିଲିୟନ କେଜିର କଦଳୀ ବିଭିନ୍ନ ଲୋକଙ୍କ ଘରେ ଡେଲିଭରୀ କରିଛି।। ଲକଡାଉନ ସମୟରେ ସ୍ୱିଗି ପକ୍ଷରୁ ୪୦ ମିଲିୟନର ଖାଦ୍ୟ ସାମଗ୍ରୀ, ଗ୍ରୋସରୀ, ମେଡିସିନ ଓ ଅନ୍ୟ ଜିନିଷପତ୍ର ଡେଲିଭରୀ କରାଯାଇଛି।

Related story