ଲଣ୍ଡନ: ଭାରତ ଓ ବ୍ରିଟେନ ମଧ୍ୟରେ ବେସାମରିକ ପରମାଣୁ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଗୁରୁବାର ଲଣ୍ଡନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ବ୍ରିଟିଶ୍ ପ୍ରତିପକ୍ଷ ଡେଭିଡ କାମେରୁନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ପରେ ଏହି ଚୁକ୍ତିରେ ସ୍ୱାକ୍ଷର କରାଯାଇଛି। ଆଲୋଚନା ପରେ ଏକ ମିଳିତ ସାମ୍ୱାଦିକ ସମ୍ମିଳନୀରେ ମୋଦି ଏହା ସୂଚନା ଦେଇଛନ୍ତି। ଭାରତରେ ଅସହିଷ୍ଣୁତାର କୌଣସି ଘଟଣାକୁ ବରଦାସ୍ତ କରାଯିବ ନାହିଁ ବୋଲି ମୋଦି କହିଛନ୍ତି। ସେପଟେ ଜାତିସଂଘ ନିରାପତ୍ତା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ବ୍ରିଟେନ ସମର୍ଥନ କରିବ ବୋଲି କାମେରୁନ କହିଛନ୍ତି। ଦ୍ୱିପାକ୍ଷିକ ଆଲୋଚନା ପରେ ମୋଦି ବ୍ରିଟିଶ ପାର୍ଲାମେଣ୍ଟକୁ ସମ୍ୱୋଧିତ କରିଛନ୍ତି। ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ତିନି ଦିନିଆ ବ୍ରିଟେନ୍ ଗସ୍ତରେ ଲଣ୍ଡନରେ ପହଞ୍ଚିବା ପରେ ତାଙ୍କୁ ରାଜକୀୟ ସମ୍ୱର୍ଦ୍ଧନା ଦିଆଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଦିଲ୍ଲୀ ପ୍ରଦୂଷଣ; ଚେକ୍ ପୋଷ୍ଟରେ ଜଗୁନି ପୁଲିସ, ତାତିଲେ ସୁପ୍ରିମକୋର୍ଟ
ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ରୋକିବା ଲାଗି ନିର୍ମାଣ କାର୍ଯ୍ୟ ଠାରୁ ଆରମ୍ଭ କରି ସହରରେ ଗାଡ଼ି ଚଳାଚଳ ଉପରେ ମଧ୍ୟ କଟକଣା ଲାଗିଛି। ହେଲେ ଏସବୁକୁ ତଦାରଖ କରିବା ପାଇଁ ସହରର ଚେକ୍ ପୋଷ୍ଟରେ ନାହାନ୍ତି ପୁଲିସ ଅଧିକାରୀ।
Politics
ସଞ୍ଜୟ ରାଉତଙ୍କ ବିସ୍ଫୋରକ ବୟାନ, ପରାଜୟ ପାଇଁ ପୂର୍ବତନ CJI ଦାୟୀ
ମହାରାଷ୍ଟ୍ରରେ ପରାଜୟ ପାଇଁ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ଦାୟୀ କରିଛନ୍ତି ସଞ୍ଜୟ ରାଉତ।
Guest Column
ନିର୍ବାଚନରେ ଅପ୍ରାସଙ୍ଗିକ ହେଉଛି ଗଣମାଧ୍ୟମ
ଭାରତର ଲୋକମାନେ ଗଣମାଧ୍ୟମ ଦ୍ୱାରା ଯେ ସମ୍ପୂର୍ଣ୍ଣ ଭାବରେ ପ୍ରଭାବିତ ହୁଅନ୍ତି ନାହିଁ, ତାହା ଜରୁରୀ ପରିସ୍ଥିତି ପରେ ପରେ ହୋଇଥିବା ନିର୍ବାଚନରେ ପ୍ରମାଣିତ ହୋଇଥିଲା। ଜରୁରୀ ପରିସ୍ଥିତି ସମୟରେ ଭାରତର ସବୁ ଗଣମାଧ୍ୟମ ସରକାରଙ୍କର ଓ ଇନ୍ଦିରା ଗାନ୍ଧୀଙ୍କର ପ୍ରଶଂସାରେ ଭରି ରହିଥିଲେ ମଧ୍ୟ ନିର୍ବାଚନ ଘୋଷଣା କ୍ଷଣି ଜନସାଧାରଣ ଆପେ ଆପେ ସେମାନଙ୍କର ମତ ସ୍ଥିର କରିନେଲେ।
National
ତଦନ୍ତ ଆଳରେ ଉଲଗ୍ନ କଲା ପୁଲିସ, ଆତ୍ମହତ୍ୟା କରିଦେଲେ ମହିଳା
ମହିଳା ଜଣକ ଛାଡିଯାଇଥିବା ସୁସାଇଡ୍ ନୋଟ୍ ଅନୁଯାୟୀ, ପୁଲିସ ଅଧିକାରୀ ତାଙ୍କୁ ସମସ୍ତଙ୍କ ସାମ୍ନାରେ ଡ୍ରେସ୍ ଖୋଲିବାକୁ କହିବା ସହ ୨୫ ଲକ୍ଷ ଟଙ୍କା ଲାଞ୍ଚ ମଧ୍ୟ ମାଗିଥିଲେ।