୨୪ ଘଣ୍ଟାରେ ପଶ୍ଚିମବଙ୍ଗର ଦୁଇ ବିଜେପି ନେତାଙ୍କୁ ହତ୍ୟା, ଟିଏମସି ନାଁରେ ଆସିଲା ଅଭିଯୋଗ

କୋଲକାତା: ଥମୁନି ପଶ୍ଚିମବଙ୍ଗରେ ବିଜେପି ଓ ଟିଏମସି ମଧ୍ୟରେ ହିଂସା। ୨୪ ଘଣ୍ଟା ମଧ୍ୟରେ ବିଜେପିର ଦୁଇ ଜଣ ନେତା ହତ୍ୟାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ହତ୍ୟା ପଛରେ ରାଜ୍ୟର ଶାସକ ଦଳ ତୃଣମୂଳ କଂଗ୍ରେସ(ଟିଏମସି) ରହିଛି ବୋଲି ଅଭିଯୋଗ ହୋଇଛି। ତେବେ ଟିଏମସି ଏହି ଅଭିଯୋଗକୁ ଖଣ୍ଡନ କରିଛି। ଗତକାଲି ରାତିରେ ବୀରଭୂମ ଜିଲ୍ଲାର ଲାଭପୁରରେ ଜଣେ ୫୦ ବର୍ଷୀୟ ବିଜେପି ନେତା ଡାଲୁ ଶେଖଙ୍କ ଘର ଉପରକୁ ବୋମା ପକାଯାଇଥିଲା। ଏଥିରେ […]

BJP LEADER Dalu Sheikh

Subhransu Sekhar
  • Published: Sunday, 18 August 2019
  • , Updated: 18 August 2019, 06:09 PM IST
କୋଲକାତା: ଥମୁନି ପଶ୍ଚିମବଙ୍ଗରେ ବିଜେପି ଓ ଟିଏମସି ମଧ୍ୟରେ ହିଂସା। ୨୪ ଘଣ୍ଟା ମଧ୍ୟରେ ବିଜେପିର ଦୁଇ ଜଣ ନେତା ହତ୍ୟାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ହତ୍ୟା ପଛରେ ରାଜ୍ୟର ଶାସକ ଦଳ ତୃଣମୂଳ କଂଗ୍ରେସ(ଟିଏମସି) ରହିଛି ବୋଲି ଅଭିଯୋଗ ହୋଇଛି। ତେବେ ଟିଏମସି ଏହି ଅଭିଯୋଗକୁ ଖଣ୍ଡନ କରିଛି।

ଗତକାଲି ରାତିରେ ବୀରଭୂମ ଜିଲ୍ଲାର ଲାଭପୁରରେ ଜଣେ ୫୦ ବର୍ଷୀୟ ବିଜେପି ନେତା ଡାଲୁ ଶେଖଙ୍କ ଘର ଉପରକୁ ବୋମା ପକାଯାଇଥିଲା। ଏଥିରେ ତାଙ୍କର ମୃତ୍ୟୁ ଘଟିଥିବା ଲଭପୁର ଥାନା ସ୍ପଷ୍ଟ କରିଛି। ତେବେ କିଏ ଏବଂ କାହିଁକି ଡାଲୁ ଶେଖଙ୍କ ଘର ଉପରକୁ ବୋମା ପକାଇଥିଲା, ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ନିକଟରେ ସିପିଆଇ ଛାଡ଼ି ଡାଲୁ ବିଜେପିରେ ମିଶିଥିଲେ। ସ୍ଥାନୀୟ ଅଞ୍ଚଳରେ ସେ ବିଜେପିକୁ ତୃଣମୂଳ ସ୍ତରରେ ମଜବୁତ କରାଉଥିଲେ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ପୁଲିସ ଆସିବାରେ ବିଳମ୍ୱ କରିବାରୁ ବୋମା ପକାଇଥିବା ବ୍ୟକ୍ତି ଖସି ପଳାଇବାରେ ସକ୍ଷମ ହୋଇଥିଲା। ଏପରି କାର୍ଯ୍ୟ ଯିଏ କରିଛି ସେ ଟିଏମସିର କର୍ମୀ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ରାଜ୍ୟ ବିଜେପି ମଧ୍ୟ ଟିଏମସି ନେତାଙ୍କ ଦ୍ୱାରା ବାରମ୍ୱାର ଧମକ ଚମକର ଶିକାର ହେଉଥିବା କହିଛି।

ସେହିପରି ଅନ୍ୟ ଏକ ହତ୍ୟା ଘଟଣା ଦକ୍ଷିଣ ୨୪ପ୍ରଗଣାର ଢୋଲଘାଟରେ ଘଟିଛି। ସ୍ଥାନୀୟ ବିଜେପି ନେତା ଅବଦୁଲ୍ଲ କାଦିର ମୁଲ୍ଲା ଦୁଇ ଦିନ ହେଲା ନିଖୋଜ ଥିଲେ। ଆଜି ସକାଳୁ ତାଙ୍କର ମୃତଦେହ କାଳନାଗିନୀ ନଦୀରୁ ଉଦ୍ଧାର ହୋଇଛି। ଅବଦୁଲ୍ଲଙ୍କ ହତ୍ୟା ପଛରେ ଟିଏମସିର ହାତ ଥିବା ବିଜେପି କହିଛି।

ସୂଚନାଯୋଗ୍ୟ, ବିଜେପି ପଶ୍ଚିମବଙ୍ଗରେ ସକ୍ରିୟ ହେବା ପରେ ଟିଏମସି ସହିତ ତା'ର ବିବାଦ ବଢ଼ି ଚାଲିଛି। ଲୋକସଭା ନିର୍ବାଚନରେ ବିଜେପି ଆଖିଦୃଶିଆ ସଫଳତା ପାଇବା ପରେ ଦୁଇ ଦଳ ମଧ୍ୟରେ ବିବାଦ ଘନୀଭୂତ ହେବାରେ ଲାଗିଛି।

Related story