ଅନ୍ତିମ ଦୁଇ ପର୍ଯ୍ୟାୟ ନିର୍ବାଚନ ପାଇଁ ମମତାଙ୍କ ଗଡ଼ ଉପରେ ମୋଦିଙ୍କ ନଜର

ନୂଆଦିଲ୍ଲୀ: ୨୦୧୪ ସାଧାରଣ ନିର୍ବାଚନରେ ବିଜେପି ଉତ୍ତର ପ୍ରଦେଶରେ ଯେଉଁ ରଣନୀତି ଆପଣାଇଥିଲା ଚଳିତ ନିର୍ବାଚନରେ ସେହି ସମାନ ରଣନୀତିକୁ ପଶ୍ଚିମବଙ୍ଗରେ ଆପଣାଇଛି। ଏଥର ଉତ୍ତର ପ୍ରଦେଶ ସମେତ ହିନ୍ଦୀ ହାର୍ଟ ଲ୍ୟାଣ୍ଡ (ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼)ରେ ଯେଉଁ କ୍ଷତି ହେବ, ତା’ର ଭରଣା ପଶ୍ଚିମବଙ୍ଗ ଓ ଓଡ଼ିଶାରୁ କରିବ ବୋଲି ଦଳ ଆଶା ରଖିଛି। ଚଳିତ ନିର୍ବାଚନରେ ଆଉ ଦୁଇଟି ପର୍ଯ୍ୟାୟ ମତଦାନ ବାକି ରହିଛି। ଉତ୍ତର ପ୍ରଦେଶରେ ୨୭ଟି ଓ ପଶ୍ଚିମବଙ୍ଗରେ ୧୭ଟି ଆସନ […]

MAMATA VS MODI

MAMATA VS MODI

Subhransu Sekhar
  • Published: Thursday, 09 May 2019
  • Updated: 09 May 2019, 12:46 PM IST

Sports

Latest News

ନୂଆଦିଲ୍ଲୀ: ୨୦୧୪ ସାଧାରଣ ନିର୍ବାଚନରେ ବିଜେପି ଉତ୍ତର ପ୍ରଦେଶରେ ଯେଉଁ ରଣନୀତି ଆପଣାଇଥିଲା ଚଳିତ ନିର୍ବାଚନରେ ସେହି ସମାନ ରଣନୀତିକୁ ପଶ୍ଚିମବଙ୍ଗରେ ଆପଣାଇଛି। ଏଥର ଉତ୍ତର ପ୍ରଦେଶ ସମେତ ହିନ୍ଦୀ ହାର୍ଟ ଲ୍ୟାଣ୍ଡ (ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼)ରେ ଯେଉଁ କ୍ଷତି ହେବ, ତା’ର ଭରଣା ପଶ୍ଚିମବଙ୍ଗ ଓ ଓଡ଼ିଶାରୁ କରିବ ବୋଲି ଦଳ ଆଶା ରଖିଛି।

ଚଳିତ ନିର୍ବାଚନରେ ଆଉ ଦୁଇଟି ପର୍ଯ୍ୟାୟ ମତଦାନ ବାକି ରହିଛି। ଉତ୍ତର ପ୍ରଦେଶରେ ୨୭ଟି ଓ ପଶ୍ଚିମବଙ୍ଗରେ ୧୭ଟି ଆସନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଯଥାକ୍ରମେ ୮ଟି ଓ ୭ଟି ରାଲି ରହିଛି। ରାଲି ସଂଖ୍ୟାରୁ ଜଣାପଡ଼ୁଛି ଯେ, ମୋଦି ପଶ୍ଚିମବଙ୍ଗକୁ କେତେ ଗୁରୁତ୍ୱ ଦେଉଛନ୍ତି। ଗତଥର ପଶ୍ଚିମବଙ୍ଗରୁ ବିଜେପି ମାତ୍ର ୨ଟି ଆସନ ଜିତିଥିବା ବେଳେ ଚଳିତ ଥର ଅଧାରୁ ଅଧିକ ଆସନ ଜିତିବ ବୋଲି ଦାବି କରିଛି।

ତେବେ ପଶ୍ଚିମବଙ୍ଗରେ ବିଜେପି ପାଇଁ ସବୁଠୁ ବଡ଼଼ ଚ୍ୟାଲେଞ୍ଜ ହେଉଛି ଉତ୍ତର ପ୍ରଦେଶ ଭଳି ଏଠାରେ ତୃଣମୂଳସ୍ତରରେ ଦଳର ସଂଗଠନ ଏତେ ମଜବୁତ୍‌ ନାହିଁ। ପଶ୍ଚିମବଙ୍ଗରେ ସଂଗଠନ ଏବେ ନୂଆ ହୋଇଥିବାରୁ କେତେ ଦୂର ଉତ୍ତର ପ୍ରଦେଶ ରଣନୀତି ଏଠାରେ ପ୍ରଭାବ ପକାଇ ପାରିବ, ତାହା ମେ’ ୨୩ରେ ଫଳାଫଳ ପ୍ରକାଶ ପାଇବା ପରେ ଜଣାପଡ଼ିବ।

ବିଜେପି ମହାସଚିବ ମୁରଲୀଧର ରାଓ କହିଛନ୍ତି, ୨୦୧୭ରେ ତ୍ରିପୁରା ବିଧାନସଭା ନିର୍ବାଚନରେ ସିପିଆଇ(ଏମ୍)କୁ ହଟାଇ ଶାସନ ଭାର ହାତେଇ ଥିଲା ବିଜେପି। ଦୀର୍ଘବର୍ଷର ସରକାର ଓ ତାଙ୍କର ଅହଂକାର ବିରୋଧରେ ତ୍ରିପୁରବାସୀ ଭୋଟ୍‌ ଦେଇ ବିଜେପି ସପକ୍ଷରେ ଜନାଦେଶ ଦେଇଥିଲେ। ପଶ୍ଚିମବଙ୍ଗରେ ଟିଏମସି ସରକାର ଆସିବା ପୂର୍ବରୁ ସିପିଆଇ(ଏମ) ସରକାର ଥିଲା। ହେଲେ ଅହଂକାର ଏବଂ ଦୁର୍ନୀତି ବିରୋଧରେ ଭୋଟ୍‌ ଦେଇ ପଶ୍ଚିମବଙ୍ଗବାସୀ ଟିଏମ୍‌ସିକୁ ଜନାଦେଶ ଦେଇଥିଲେ। ଏବେ ଟିଏମ୍‌ସିର ପାଳି ପଡ଼ିଛି। ଏଠାରେ ଏବେ କ୍ଷମତା ବିରୋଧୀ ଅର୍ଥାତ୍‌ ଟିଏମ୍‌ସି ବିରୋଧୀ ହାଓ୍ୱା ବହୁଛି। ଲୋକେ ବିକଳ୍ପ ଦଳ ଭାବେ ବିଜେପିକୁ ବାଛିବେ। ଫଳାଫଳ ପ୍ରକାଶ ପାଇବା ପରେ ବିଜେପି ଅଧିକରୁ ଅଧିକ ଆସନ ଜିତି ଇତିହାସ ସୃଷ୍ଟି କରିବ। ଆଉ ଏହି ଫଳାଫଳ ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମଧ୍ୟ ପ୍ରତିଫଳିତ ହେବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story