ମୋଦିମୟ ୧୯ ରାଜ୍ୟ

ନୂଆଦିଲ୍ଲୀ: ପଦ୍ମମୟ ଭାରତ। ଗୁଜରାଟ ନିର୍ବାଚନରେ ବିଜୟ ପରେ ବିଜେପିର ଗଡ଼ ଦଖଲର ତାଲିକା ବୃଦ୍ଧି ପାଇଛି। କ୍ରଂଗ୍ରେସ ଶାସନ ସମୟରେ ମଉଳି ଯାଇଥିବା ପଦ୍ମ ମୋଦି ସରକାର ଆସିବା ପରେ ମହକିବା ଆରମ୍ଭ କରିଛି। ଦେଶର ଅଧିକାଂଶ ରାଜ୍ୟରେ ଗୈରିକ ଦଳର ରାଜ ଆରମ୍ଭ ହୋଇଛି। ଗୁଜରାଟ ଏବଂ ହିମାଚଳପ୍ରଦେଶ ବିଧାନ ସଭା ନିର୍ବାଚନରେ  ବିମୁଦ୍ରାକରଣ, ଜିଏସଟି, ବେକାରୀ ସମସ୍ୟାକୁ ଆୟୁଧ କରି ବିରୋଧୀ କଗ୍ରେଂସ ଅନ୍ୟାନ୍ୟ ଦଳମାନେ ରଣକ୍ଷେତ୍ରକୁ ଲମ୍ଫ ମାରିଥିଲେ ମଧ୍ୟ ମୋଦିବାହନୀର […]

bjpimage

bjpimage

Rakesh Mallick
  • Published: Tuesday, 19 December 2017
  • Updated: 19 December 2017, 01:40 PM IST

ନୂଆଦିଲ୍ଲୀ: ପଦ୍ମମୟ ଭାରତ। ଗୁଜରାଟ ନିର୍ବାଚନରେ ବିଜୟ ପରେ ବିଜେପିର ଗଡ଼ ଦଖଲର ତାଲିକା ବୃଦ୍ଧି ପାଇଛି। କ୍ରଂଗ୍ରେସ ଶାସନ ସମୟରେ ମଉଳି ଯାଇଥିବା ପଦ୍ମ ମୋଦି ସରକାର ଆସିବା ପରେ ମହକିବା ଆରମ୍ଭ କରିଛି। ଦେଶର ଅଧିକାଂଶ ରାଜ୍ୟରେ ଗୈରିକ ଦଳର ରାଜ ଆରମ୍ଭ ହୋଇଛି। ଗୁଜରାଟ ଏବଂ ହିମାଚଳପ୍ରଦେଶ ବିଧାନ ସଭା ନିର୍ବାଚନରେ  ବିମୁଦ୍ରାକରଣ, ଜିଏସଟି, ବେକାରୀ ସମସ୍ୟାକୁ ଆୟୁଧ କରି ବିରୋଧୀ କଗ୍ରେଂସ ଅନ୍ୟାନ୍ୟ ଦଳମାନେ ରଣକ୍ଷେତ୍ରକୁ ଲମ୍ଫ ମାରିଥିଲେ ମଧ୍ୟ ମୋଦିବାହନୀର ପରାକ୍ରମ ଆଗରେ ମାଟି କାମୁଡ଼ିଥିଲେ।

ଏହି ବିଜୟ ପରେ ବିଜେପି ଲଗାତାର ଷଷ୍ଠଥର ପାଇଁ ଗୁଜରାଟରେ କ୍ଷମତା ହାତେଇଛି। ଆଉ ସେପଟେ ହିମାଚଳ ପ୍ରଦେଶରେ କଂଗ୍ରେସକୁ ଶକ୍ତ ଝଟକା ଲାଗିଛି। ହିମାଚଳ ପ୍ରଦେଶରେ କଂଗ୍ରେସ ହାତରେ ଥିବା ଶାସନ କ୍ଷମତାକୁ ବିଜେପି ଛଡ଼ାଇ ଆଣିଛି। କଂଗ୍ରେସ ସହିତ କଡ଼ା ଟକ୍କର ହୋଇଥିଲେ ମଧ୍ୟ ଶେଷରେ ବିଜେପିକୁ ମିଳିଛି ସଂଖ୍ୟା ଗରିଷ୍ଠତା। ଗୁଜରାଟର  ୧୮୨ଟି ବିଧାନସଭା ଆସନରୁ ବିଜେପିକୁ ୯୯ଟି ଆସନ ମିଳିଛି । ଆଉ କଂଗ୍ରେସକୁ ୮୦ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ସେହିପରି ହିମାଚଳ ପ୍ରଦେଶରେ ମଧ୍ୟ ବିଜେପିର ବିଜୟ ଧ୍ୱଜା ଉଡ଼ିଛି ।  ଏଠି ବିଜେପିକୁ  ମୋଟ ୬୮ଟି ଆସନରୁ ବିଜେପିକୁ ୪୪ଟି, କଂଗ୍ରେସକୁ ୨୧ ଏବଂ ଅନ୍ୟାନ ଦଳକୁ ୩ଟି ଆସନ ମିଳିଛି।  ଉଭୟ ରାଜ୍ୟରେ ବିଜୟ ପରେ ବିଜେପି ଦେଶର ୧୯ଟି ରାଜ୍ୟକୁ ନିଜ ଦଖଲରେ ନେବାକୁ ସମର୍ଥ ହୋଇଛି। ମୋଦିଙ୍କ ନେତୃତ୍ୱରେ ବିଜେପି ୨୦୧୪ରେ କେନ୍ଦ୍ରରେ ଶାସନ କ୍ଷମତାକୁ ଆସିଥିଲା। ସେତେବଳେ ମୋଦିଙ୍କ କଂଗ୍ରେସ ମୁକ୍ତ ନାରା ନିର୍ବାଚନରେ ଖୁବ୍‌ ପ୍ରଭାବ ପକାଇଥିଲା। କଳାଧନ ପ୍ରସଙ୍ଗ, ୟୁପିଏ ସରକାରଙ୍କ ମେଗା ଦୁର୍ନୀତି ଏବଂ ଯୁବପୀଢିଙ୍କୁ ନିଯୁକ୍ତି ସ୍ୱପ୍ନ ଦେଖାଇ ମୋଦି ଦିଲ୍ଲୀ କବ୍‌ଜା କରିଥିଲେ।

ହେଲେ ଏତେ ସବୁ ପ୍ରତିଶ୍ରୁତି ପାଳନ କରିବାରେ ବିଜେପି ବିଫଳ ହୋଇ ଥିଲେ ମଧ୍ୟ ଜନତାଙ୍କ ଆସ୍ଥା ହରାଇ ନାହିଁ। ଯାହା ସଦ୍ୟ ନିର୍ବାଚନ ଫଳାଫଳରୁ ପ୍ରମାଣିତ ହୋଇଛି। ତେବେ ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ପାଞ୍ଚଟି ରାଜ୍ୟରେ ସରକାର ଥିଲା। ସେଗୁଡ଼ିକ ହେଉଛି  ଗୁଜରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ନାଗାଲାଣ୍ଡ। ୧୪ ନିର୍ବାଚନରେ ଏକ ପ୍ରକାର ମୋଦି ସୁନାମି ବୋହି ଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ସେ ସମୟରେ ସବୁ ରାଜନୈତିକ ପଣ୍ଡିତଙ୍କ ଗଣନାକୁ ଭୁଲ ପ୍ରମାଣିତ ହୋଇଥିଲା। କେବଳ ବିଜେପିକୁ ୨୮୨ ସିଟ୍‌ ମିଳିଥିବା ବେଳେ ନିଜ ସହଯୋଗୀ ୫୪ ସିଟ୍ ହାତେଇଥିଲା। ମୋଟ ୩୬୩ଟି ଆସନ ସହ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା। ଏହା ପରେ  ପ୍ରଭାବ ବିସ୍ତାର କରି ଚାଲିଛି ବିଜେପି।

ପରେ ପରେ ଜାମ୍ମୁ କାଶ୍ମୀର,  ହରିୟାଣା, ମହାରାଷ୍ଟ୍ର ଏପରିକି କଂଗ୍ରେସର ଗଡ଼  ଆଶାମକୁ ମଧ୍ୟ ନିଜ ଦଖଲକୁ ନେବାରେ ବିଜେପି ସମର୍ଥ ହୋଇଛି। ଏବେ ୨୯ଟି ରାଜ୍ୟରୁ ୧୯ଟିରେ ବିଜେପି କବ୍‌ଜାରେ ରହିଛି। ଆଗକୁ ୨୦୧୮ରେ ମେଘାଳୟ, ନାଗାଲାଣ୍ଡ, ତ୍ରିପୁରା, କର୍ଣ୍ଣାଟକ, ରାଜସ୍ଥାନ ଏବଂ ମିଜୋରାମରେ ନିର୍ବାଚନ ରହିଛି। ତେବେ ଏ ସବୁ ରାଜ୍ୟରେ ମୋଦି ହାୱା କାମ କରିବା ନେଇ ମଧ୍ୟ ଆକଳନ ହେଉଛି।  ୨୪ ବର୍ଷ ପୂର୍ବେ କଂଗ୍ରେସ ନିୟନ୍ତ୍ରଣରେ ୧୮ ଟି ରାଜ୍ୟ ଥିଲା। ବର୍ତ୍ତମାନ ବିଜେପି ୧୯ଟି ରାଜ୍ୟକୁ ନିଜ ନିୟନ୍ତ୍ରଣରେ ରଖିବାରେ ସମର୍ଥ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story