ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ ଦ୍ୱାରା ଯୋଗାଇ ଦିଆଯାଉଥିବା ସୁରକ୍ଷା କର୍ମୀ ତାଙ୍କୁ ହତ୍ୟା କରିପାରନ୍ତି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଗତକାଲି କହିଥିଲେ। ତେବେ ତାଙ୍କୁ ହତ୍ୟା କରିବା ପାଇଁ ବିଜେପି ଓ ପ୍ରଧାନମନ୍ତ୍ରୀ ଯୋଜନା କୁରଛନ୍ତି ବୋଲି ଦର୍ଶାଇଥିଲେ। ଏବେ ଏହାକୁ ନେଇ ବିଜେପି ପ୍ରତିକ୍ରିୟା ରଖିଛି। ଦିଲ୍ଲୀ ପୁଲିସ କମିଶନର କେଜ୍ରିଓ୍ୱାଲଙ୍କ ସୁରକ୍ଷାକୁ ନେଇ କ୍ଷମା ମାଗିବା ଉଚିତ ନହେଲେ ଦିଲ୍ଲୀ ପୁଲିସ କମିଶନର ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲଙ୍କ ପାଖରୁ ସୁରକ୍ଷା କାଢ଼ି ନେବା ଦରକାର ବୋଲି ଜଣେ ବିଜେପି ମୁଖପାତ୍ର ଉପ ରାଜ୍ୟପାଳ, କେନ୍ଦ୍ର ଗୃହମନ୍ତ୍ରୀ ଓ ଦିଲ୍ଲୀ ପୁଲିସ କମିଶନରଙ୍କୁ ଚିଠି ଲେଖି ଜଣାଇଛନ୍ତି।
ସେ କହିଛନ୍ତି, ନିଜ ସୁରକ୍ଷା ନେଇ କେଜ୍ରିଓ୍ୱାଲ ସୁରକ୍ଷାକର୍ମୀଙ୍କ ଉପରେ ଯେଉଁଭଳି ସନ୍ଦେହ କରୁଛନ୍ତି, ତା' ଦ୍ୱାରା ଅନେକ ସୁରକ୍ଷାକର୍ମୀ ମାନସିକ ଚାପଗ୍ରସ୍ତ ଥିବେ । ତେଣୁ ଯେଉଁ ସୁରକ୍ଷାକର୍ମୀ କେଜ୍ରିଓ୍ୱାଲଙ୍କ ସୁରକ୍ଷାରେ ନିୟୋଜିତ ରହୁଛନ୍ତି ସେମାନଙ୍କର ମାନସିକ ସ୍ଥିତି ପରୀକ୍ଷା ହେବା ଦରକାର ବୋଲି ଦିଲ୍ଲୀର ଏହି ବିଜେପି ମୁଖପାତ୍ର କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ତାଙ୍କୁ ହତ୍ୟା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ଯୋଜନା କରୁଛନ୍ତି ବୋଲି କେଜ୍ରିୱାଲ କହିଥିଲେ। ଗେରୁଆ ଦଳ ତାଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭଳି ହତ୍ୟା କରିପାରେ ବୋଲି କେଜ୍ରିଓ୍ୱାଲ ସନ୍ଦେହ ପ୍ରକାଶ କରିଥିଲେ। ତେବେ ଦିଲ୍ଲୀ ପୁଲସ କେଜ୍ରିଓ୍ୱାଲଙ୍କ ପାଖରୁ ସୁରକ୍ଷା ପ୍ରତ୍ୟାହାର କରିନାହାନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।