ଲକ୍ଷ୍ନୌ: ଯାଦୁଗର ଆଖି ପିଛୁଳାକେ ଗୋଟିଏ ବସ୍ତୁରୁ ଆଉ ଗୋଟିଏରେ ପରିଣତ କରିବାକୁ ବେଶି ସମୟ ନେଇନଥାଏ। କେହି କେହି ଏହାକୁ ଚକ୍ଷୁ ବନ୍ଧନ କହୁଥିଲେ ହେଁ, ଏହା ଦେଖିବା ବାଲା ପାଇଁ ଖୁବ୍ ମଜାଦାର ହୋଇଥାଏ। କିନ୍ତୁ ଯେତେବେଳେ ଜଣେ ରାଜନୀତିକ ବ୍ୟକ୍ତି ଏପରି ଯାଦୁ ବା ମ୍ୟାଜିକ୍ ଦେଖାଇବ କେଉଁ ପ୍ରକାର ଯାଦୁ ଦେଖାଇବ ସମସ୍ତେ ସେଥିନେଇ ଆଗ୍ରହୀ ଥା’ନ୍ତି। ଉତ୍ତରପ୍ରଦେଶର ଜଣେ ବିଜେପି ନେତା ଏପରି ଚମତ୍କାର ରାଜନୀତିକ ଯାଦୁ ଦେଖାଇ ଚର୍ଚ୍ଚାକୁ ଆସିଛନ୍ତି।
https://twitter.com/ANINewsUP/status/1184743323879297024
ସୂଚନାଯୋଗ୍ୟ ଯେ, ଉତ୍ତରପ୍ରଦେଶରେ ବିଜେପିର ଲଢ଼େଇ କଂଗ୍ରେସ୍, ଏସ୍ପି ଏବଂ ବିଏସ୍ପି ସହ ହୋଇଥାଏ। ଭାଇରାଲ ହେଉଥିବା ଏକ ଭିଡିଓରେ ନେତା ଜଣକ ଏହି ୩ ଦଳର ପତାକାକୁ ନେଇଛନ୍ତି। ଏସବୁକୁ ବିଜେପି ପତାକା ସହ ଗଣ୍ଠି ପକାଇବା ପରେ ଏହାକୁ ଏପରି ଭାବେ ବଦଳାଇ ଦେଉଛନ୍ତି ଯେ ଏହି ପତାକା ସବୁ ମିଶିଯାଇ ଏକ ବୃହତ୍ ବିଜେପି ପତାକାର ରୂପ ନେଉଛି। ଅର୍ଥାତ ଅନ୍ୟ ଦଳର ପତାକା ଏଥିରେ ଲୀନ ହୋଇଥିବା ପ୍ରତୀୟମାନ ହେଉଛି।
ଉତ୍ତରପ୍ରଦେଶର ରାମପୁରଠାରେ ହେବାକୁଥିବା ଉପନିର୍ବାଚନ ପାଇଁ ହେଉଥିବା ପ୍ରଚାରରରେ ଏଭଳି କାର୍ଯ୍ୟକ୍ରମ ହୋଇଥିଲା। ଏହି ଯାଦୁକର ନେତା ଜଣକଙ୍କ ନାମ ଅଜୟ ଦିୱାକର ବୋଲି ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।