‘ମାୟାବତୀ ଜୀ,ଏଇଟା କ’ଣ ସେହି ଶାଲ୍?’
ଲକ୍ଷ୍ନୌ: ବହୁଜନ ସମାଜବାଦୀ ପାର୍ଟି ସୁପ୍ରିମୋ ମାୟାବତୀଙ୍କୁ ପୁଣି ଜଣେ ବିଜେପି ନେତା ଉପହାସ କରିଛନ୍ତି। ଉତ୍ତରପ୍ରଦେଶ ବିଜେପି ମୁଖ୍ୟ ମହେନ୍ଦ୍ର ନାଥ ପାଣ୍ଡେ ୧୯୯୫ ମସିହାରେ ମାୟାବତୀଙ୍କ ଉପରେ ସମାଜବାଦୀ ପାର୍ଟି କର୍ମୀ କରିଥିବା ଆକ୍ରମଣ ବାବଦରେ ଉଦାହରଣ ଦେଇ ଏକ ପରିହାସମୁଳକ ବୟାନ ଦେଇଛନ୍ତି।
ସେ କହିଛନ୍ତି, “ମୁଁ ସୋଶାଲ ମିଡିଆରେ ପଢ଼ିବାକୁ ପାଇଲି ଜଣେ ଯୁବକ ପୋଷ୍ଟ କରିଥିଲେ ଯେ, ଅଖିଲେଶ ମାୟାବତୀଙ୍କୁ ସେହି ଶାଲ୍ ପ୍ରଦାନ କରିଥିଲେ ଯାହା ତାଙ୍କ ବାପା ମୁଲାୟମ ୧୯୯୫ ମସିହା ଗେଷ୍ଟହାଉସ୍ ଘଟଣାରେ ଛଡ଼ାଇନେଇଥିଲେ।” ସେ ଆହୁରି ମଧ୍ୟ କହିଛନ୍ତି, ଅଖିଲେଶଙ୍କ ଦଳ ପୂର୍ବରୁ ମଧ୍ୟ ମାୟାବତୀକୁ ପରୀକ୍ଷା କରି ଛାଡ଼ି ସାରିଛି।
#WATCH: UP Min MN Pandey says,' Meine social media pe dekha ek naujavan ne post kar diya ki Shri Akhilesh ji, Maya ji ko shawl pehna rahe hain, Toh naujavan likhta hai niche –Akhilesh ke mooh se ki… ye wahi shawl hai jo guest house mein pita ji ne utara tha. (28-01-2019) pic.twitter.com/E19CF06HJ2
— ANI (@ANI) January 29, 2019
ପୂର୍ବରୁ ଜଣେ ଉତ୍ତରପ୍ରଦେଶ ବିଜେପି ବିଧାୟକ ସାଧନା ସିଂହ କହିଥିଲେ, “ମାୟାବତୀଙ୍କର କୌଣସି ଆତ୍ମସମ୍ମାନ ନାହିଁ। ତାଙ୍କୁ ଅସଦାଚରଣ କରାଯାଇଥିଲା। ଦ୍ରୌପଦୀଙ୍କୁ ଅସଦାଚରଣ କରାଯାଇଥିବାବେଳେ ସେ ପ୍ରତିଶୋଧ ନେଇଥିଲେ, କିନ୍ତୁ ଏହି ସ୍ତ୍ରୀଲୋକ ସବୁକିଛି ହରାଇବା ପରେ ମଧ୍ୟ କ୍ଷମତା ପାଇଁ ନିଜର ମର୍ଯ୍ୟାଦା ବିକ୍ରି କରିଦେଇଛନ୍ତି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।