ବିଜେପିର ଭୋଟ ଶେୟାର କମିଲା, କିନ୍ତୁ କଂଗ୍ରେସ ପାଖକୁ ସବୁ ଗଲାନି

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିଜେପିର ହାର୍ଟ ବ୍ରେକ୍‌ ହୋଇଛି। ଦଳ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ କ୍ଷମତା ହରାଇଛି। ଏଥିସହ ଦଳ ୨୦୧୩ରେ ପାଇଥିବା ଭୋଟ୍‌ ଭାଗ ବା ଶେୟାରରେ ଏଥର ଆଶାତୀତ ହ୍ରାସ ଘଟିଛି। ତେବେ ବିଜେପିର ଭୋଟ୍‌ ଶେୟାର ହ୍ରାସ ପାଇଥିଲେ ହେଁ ସବୁ ଭୋଟ୍‌ କଂଗ୍ରେସ ପାଖକୁ ଯାଇନାହିଁ। ଅର୍ଥାତ, କଂଗ୍ରେସ ଯେ ୨୦୧୯ ଲୋକସଭା ନିର୍ବାଚନରେ ସହଜରେ ବାଜିମାତ କରିବ, ତାହା କହିବା ଭୁଲ ହେବ। କାରଣ ୨୦୧୯ରେ ବିଭିନ୍ନ […]

g

g

Hemant Lenka
  • Published: Wednesday, 12 December 2018
  • Updated: 12 December 2018, 05:31 PM IST

Sports

Latest News

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିଜେପିର ହାର୍ଟ ବ୍ରେକ୍‌ ହୋଇଛି। ଦଳ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ କ୍ଷମତା ହରାଇଛି। ଏଥିସହ ଦଳ ୨୦୧୩ରେ ପାଇଥିବା ଭୋଟ୍‌ ଭାଗ ବା ଶେୟାରରେ ଏଥର ଆଶାତୀତ ହ୍ରାସ ଘଟିଛି। ତେବେ ବିଜେପିର ଭୋଟ୍‌ ଶେୟାର ହ୍ରାସ ପାଇଥିଲେ ହେଁ ସବୁ ଭୋଟ୍‌ କଂଗ୍ରେସ ପାଖକୁ ଯାଇନାହିଁ। ଅର୍ଥାତ, କଂଗ୍ରେସ ଯେ ୨୦୧୯ ଲୋକସଭା ନିର୍ବାଚନରେ ସହଜରେ ବାଜିମାତ କରିବ, ତାହା କହିବା ଭୁଲ ହେବ। କାରଣ ୨୦୧୯ରେ ବିଭିନ୍ନ ରାଜ୍ୟରେ ରହିଥିବା ଆଞ୍ଚଳିକ ଦଳ ଗୁଡ଼ିକ କିଙ୍ଗ ମେକର ସାଜିବେ ବୋଲି ରାଜନୀତିକ ପଣ୍ତିତମାନେ ମତ ଦେଇଛନ୍ତି।

୨୦୧୪ ଲୋକସଭା ନିର୍ବାଚନରେ ବିଜେପି ଏହି ୩ ରାଜ୍ୟର ୬୫ଟି ଲୋକସଭା ଆସନରୁ ୬୨ଟି ଆସନ ଜିତିଥିଲା। ଏବେ କିନ୍ତୁ ଦଳ ବିଧାନସଭା ନିର୍ବାଚନ ହାରିଥିବାରୁ ଦଳର ଭୋଟ ବ୍ୟାଙ୍କ ଉପରେ ଏହାର ପ୍ରଭାବ ପଡ଼ିବ। ଏକ ଆକଳନ ଅନୁଯାୟୀ, ଦଳ ଏଥର ୩୦ଟି ଆସନ ହରାଇପାରେ। ରାଜସ୍ଥାନରେ ବିଜେପି ୨୫ଟି ଆସନରୁ ୧୩ଟି, ମଧ୍ୟପ୍ରଦେଶରେ ୨୯ଟି ଆସନରୁ ୧୭ଟି ଓ ଛତିଶଗଡ଼ରେ ୧୧ଟି ଆସନରୁ ୧ଟି ଆସନ ପାଇବାର ସମ୍ଭାବନା ରହିଛି। କଂଗ୍ରେସ ରାଜସ୍ଥାନରେ ୧୨ଟି, ମଧ୍ୟପ୍ରଦେଶରେ ୧୨ଟି ଓ ଛତିଶଗଡ଼ରେ ୧୦ଟି ଆସନ ପାଇପାରେ।

ତେଲେଙ୍ଗାନା ଓ ମିଜୋରାମରେ ଟିଆରଏସ୍‌ ଏବଂ ଏମ୍‌ଏନ୍‌ଏଫ୍‌ ଭଳି ଆଞ୍ଚଳିକ ଦଳ ବାଜିମାତ କରିଛନ୍ତି। କେବଳ ଏହି ଦୁଇ ରାଜ୍ୟ ନୁହନ୍ତି, ଓଡ଼ିଶା, ପଶ୍ଚିମବଙ୍ଗ, ତାମିଲନାଡୁ ଭଳି ରାଜ୍ୟରେ ମଧ୍ୟ ଆଞ୍ଚଳିକ ଦଳର ଦବଦବା ରହିଛି। ତେଣୁ ଲୋକସଭା ନିର୍ବାଚନରେ ଏମାନେ ନିଶ୍ଚିତ ଭାବେ ନିଜର ଆଧିପତ୍ୟ ବିସ୍ତାର କରିବେ ବୋଲି ରାଜନୀତିକ ପଣ୍ଡିତମାନେ କହିଛନ୍ତି।

ସେମାନଙ୍କ ମତରେ ୨୦୧୯ ସାଧାରଣ ନିର୍ବାଚନରେ ଆଞ୍ଚଳକ ଦଳଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରନ୍ତି। ଖାସ୍‌ ସେଥିପାଇଁ ଅଣ ବିଜେପି ଦଳଗୁଡ଼ିକ ଏବେଠାରୁ ଆଞ୍ଚଳିକ ଦଳଗୁଡ଼ିକୁ ଏକାଠି କରିବାକୁ ଚେଷ୍ଟା କରୁଛନ୍ତି। ଏମାନଙ୍କର ଗୋଟିଏ ଲକ୍ଷ୍ୟ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ବିରୋଧରେ ମେଣ୍ଟ କରି ତାଙ୍କୁ ପରାଜିତ କରିବା।

ଛତିଶଗଡ଼ର ବିଧାନସଭା ନିର୍ବାଚନରେ ଭୋଟ୍‌ ଶେୟାରକୁ ବିଚାରକୁ ନେଲେ କଂଗ୍ରେସର ଭୋଟ ଶେୟାର ହେଉଛି ୪୩.୨%। ୨୦୧୩ରେ ଦଳର ଭୋଟ ଭାଗ ଥିଲା ୪୦.୩%। ସେହିପରି ଲୋକସଭାରେ ଦଳ ମାତ୍ର ଗୋଟିଏ ଆସନ ଜିତିଥିଲା। ହେଲେ ଲୋକସଭା ନିର୍ବାଚନରେ ଏହାର ଭୋଟ ଭାଗ ୩୮.୩୭% ଥିଲା।

ଅନ୍ୟପକ୍ଷରେ ବିଜେପି ୨୦୧୩ରେ ୪୧% ଭୋଟ ପାଇଥିଲା। କିନ୍ତୁ ଏଥର ଏହା ୩୨.୯%କୁ ଖସି ଆସିଛି। ୨୦୧୪ରେ ବିଜେପି ଏଠାରେ ୧୦ଟି ଲୋକସଭା ଆସନ ଜିତିଥିଲା। ଦଳର ଭୋଟ ଭାଗ ଥିଲା ୪୯%। ଭୋଟ ଶେୟାର ସୂଚନା ଅନୁଯାୟୀ ୨୦୧୩ରେ ବିଏସ୍‌ପି ୪.୩% ଭୋଟ ପାଇଥିଲା। କିନ୍ତୁ ଏବେ ସେ ଅଜିତ ଯୋଗୀଙ୍କ ସହ ମେଣ୍ଟ କରି ନିଜର ଭୋଟ ଭାଗକୁ ୧୦.୭%ରେ ପହଞ୍ଚାଇଛି। ସ୍ୱାଧୀନ ପ୍ରାର୍ଥୀଙ୍କ ଭୋଟ ଶେୟାର ମଧ୍ୟ ୫.୩%ରୁ ବଢ଼ି ୬.୩%ରେ ପହଞ୍ଚିଛି।

ରାଜସ୍ଥାନରେ ବିଜେପି ୨୦୧୩ରେ ୪୫.୨% ଭୋଟ ପାଇଥିଲା ବେଳେ ଏଥର ଏହା ହ୍ରାସ ପାଇ ୩୮.୮%ରେ ପହଞ୍ଚିଛି। ରାଜ୍ୟରେ ବିଜେପି ୨୫ଟି ଲୋକସଭା ଆସନ ଜିତିଥିବା ବେଳେ ଭୋଟ ଭାଗ ୫୫%ରୁ ଅଧିକ ରହିଥିଲା। କଂଗ୍ରେସ ୨୦୧୩ରେ ୩୩.୧% ଭୋଟ ପାଇଥିବା ବେଳେ ୨୦୧୮ରେ ୩୯.୨% ଭୋଟ ପାଇଛି। ଦଳ ଲୋକସଭା ନିର୍ବାଚନରେ ଖାତା ଖୋଲି ନଥିଲେ ହେଁ ୩୦% ଭୋଟ ପାଇଥିଲା। ସ୍ୱାଧୀନ ପ୍ରାର୍ଥୀ ଗତଥର ୮.୨% ଭୋଟ ପାଇଥିଲା ବେଳେ ଏଥର ୯.୫% ଭୋଟ ପାଇଛନ୍ତି।

ସବୁଠାରୁ କୌତୁହଳପୂର୍ଣ୍ଣ ଘଟଣା ଘଟିଛି ମଧ୍ୟପ୍ରଦେଶରେ। ଏଠାରେ କଂଗ୍ରେସର ଭୋଟ ଭାଗ ୩୬.୪%ରୁ ବଢ଼ି ଏଥର ୪୦.୯%ରେ ପହଞ୍ଚିଛି। ବିଜେପିର ଭୋଟ ଭାଗ ୪୪.୯%ରୁ ୪୧.୩%କୁ ଖସିଛି। କିନ୍ତୁ ଆଞ୍ଚଳିକ ଦଳୁଗୁଡ଼ିକର ଭୋଟ ଭାଗ ଆଶାତୀତ ଭାବେ ବୃଦ୍ଧି ଘଟିଛି।

ତେଣୁ ବିଜେପିର ସବୁ ଭୋଟ କଂଗ୍ରେସ ପାଖକୁ ଯାଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story