ୟୁପିରେ ବଦଳିପାରେ ମେଣ୍ଟ ଚିତ୍ର, ମୋଦିଙ୍କୁ ସମର୍ଥନ କରିପାରନ୍ତି ମାୟାବତୀ

ନୂଆଦିଲ୍ଲୀ: ଗତ ସାଧାରଣ ନିର୍ବାଚନରେ ବିଜେପି ଉତ୍ତର ପ୍ରଦେଶରେ ୮୦ଟି ଆସନରୁ ୭୩ଟିରେ ବିଜୟୀ ହୋଇଥିବା ବେଳେ ଏଥର ଅଧାରୁ କମ୍ ଆସନ ପାଇପାରେ। ରାଜ୍ୟରେ ଆଉ ଦୁଇଟି ପର୍ଯ୍ୟାୟରେ ୨୭ଟି ଆସନ ପାଇଁ ମତଦାନ ହେବାକୁ ଥିବା ବେଳେ ବ୍ରୋକେରାଜେ ଫାର୍ମ ଏହି ସର୍ଭେ ରିପୋର୍ଟ ପ୍ରକାଶ କରିଛି। ଏଥିରେ କୁହାଯାଇଛି, ରାଜ୍ୟରେ ମୋଟ ଭୋଟ୍‌ର ୪୫ ପ୍ରତିଶତ ସମାଜବାଦୀ ପାର୍ଟି(ଏସ୍‌ପି) ଏବଂ ବହୁଜନ ସମାଜ ପାର୍ଟି(ବିଏସ୍‌ପି) ମେଣ୍ଟକୁ ଯିବ। ସେହିପରି ୩୪.୨ ପ୍ରତିଶତ ଭୋଟ୍‌ […]

modi mayawati

modi mayawati

Subhransu Sekhar
  • Published: Friday, 10 May 2019
  • Updated: 10 May 2019, 12:00 PM IST

Sports

Latest News

ନୂଆଦିଲ୍ଲୀ: ଗତ ସାଧାରଣ ନିର୍ବାଚନରେ ବିଜେପି ଉତ୍ତର ପ୍ରଦେଶରେ ୮୦ଟି ଆସନରୁ ୭୩ଟିରେ ବିଜୟୀ ହୋଇଥିବା ବେଳେ ଏଥର ଅଧାରୁ କମ୍ ଆସନ ପାଇପାରେ। ରାଜ୍ୟରେ ଆଉ ଦୁଇଟି ପର୍ଯ୍ୟାୟରେ ୨୭ଟି ଆସନ ପାଇଁ ମତଦାନ ହେବାକୁ ଥିବା ବେଳେ ବ୍ରୋକେରାଜେ ଫାର୍ମ ଏହି ସର୍ଭେ ରିପୋର୍ଟ ପ୍ରକାଶ କରିଛି।

ଏଥିରେ କୁହାଯାଇଛି, ରାଜ୍ୟରେ ମୋଟ ଭୋଟ୍‌ର ୪୫ ପ୍ରତିଶତ ସମାଜବାଦୀ ପାର୍ଟି(ଏସ୍‌ପି) ଏବଂ ବହୁଜନ ସମାଜ ପାର୍ଟି(ବିଏସ୍‌ପି) ମେଣ୍ଟକୁ ଯିବ। ସେହିପରି ୩୪.୨ ପ୍ରତିଶତ ଭୋଟ୍‌ ବିଜେପିକୁ ମିଳିବ। ଗତ ଥର ବିଜେପି ୭୩ଟି ଆସନ ଜିତିଥିଲା ଏବଂ ଦିଲ୍ଲୀରେ ସରକାର ଗଢ଼ିବାରେ ଏହା ବେଶ୍ ସହାୟକ ହୋଇଥିଲା। ତେବେ ଚଳିତ ଥର ସ୍ଥିତି ସଂପୂର୍ଣ୍ଣ ଓଲଟି ଯିବାର ସମ୍ଭାବନା ରହିଛି।

ଏହି ସର୍ଭେ ରିପୋର୍ଟରେ ଆହୁରି କୁହାଯାଇଛି ଯେ, ସାରା ଦେଶରେ ବିଜେପି ୧୯୦ରୁ ୨୧୦ ଏବଂ ଏନଡିଏ ୨୨୦ରୁ ୨୪୦ଟି ଆସନ ଜିତିବ। ତେଣୁ କେନ୍ଦ୍ରରେ ସରକାର ଗଢ଼ିବା ପାଇଁ ବିଜେପି ବିଭିନ୍ନ ଆଞ୍ଚଳିକ ଦଳର ସହଯୋଗ ଲୋଡ଼ିପାରେ। ଉତ୍ତର ପ୍ରଦେଶରେ ବିଜେପି ମୁଖ୍ୟତଃ ସମାଜବାଦୀ ପାର୍ଟି ବିରୋଧରେ ଅଧିକ ବର୍ଷୁଥିବାରୁ ନିର୍ବାଚନ ଫଳାଫଳ ପରେ ବିଏସପି ସହ ଦଳ ହାତ ମିଳାଇପାରେ।

ବ୍ରୋକେରାଜେ ଫାର୍ମ ପକ୍ଷରୁ କରାଯାଇଥିବା ସର୍ଭେରେ କୁହାଯାଇଛି ଯେ, ଉତ୍ତର ପ୍ରଦେଶରେ ବିଜେପିର ସ୍ଥିତି ବଦଳିବା ପଛରେ ମୁଖ୍ୟତଃ ଦୁଇଟି କାରଣ ରହିଛି। ଗୋଟିଏ ହେଉଛି- ଏସପି-ବିଏସପି ମେଣ୍ଟ ଏବଂ ଅନ୍ୟଟି- କଂସେଇଖାନା ଉପରେ ଯୋଗୀ ସରକାରଙ୍କ ପ୍ରତିବନ୍ଧକ।

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିକୁ ଜନାଦେଶ ମିଳିବା ପରେ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହା ପରେ ସେ ବେଆଇନ କଂସେଇଖାନା ଉପରେ ପ୍ରତିବନ୍ଧକ ଲଗାଇଥିଲେ, ଯାହାକୁ ନେଇ ବିଭିନ୍ନ ସମୟରେ ରାଜନୀତିକ ତର୍କବିତର୍କ ହୋଇଛି। ଏହା ଦ୍ୱାରା ବେକାରୀ ମଧ୍ୟ ବୃଦ୍ଧି ପାଇଥିବା ବିରୋଧୀ ଦଳଗୁଡ଼ିକ ଦାବି କରି ଆସୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story