ଜିଏସ୍‌ଟି ନେଇ ସରକାରଙ୍କୁ ଟାର୍ଗେଟ କଲେ ବିଜେପି ସାଂସଦ

ନୂଆଦିଲ୍ଲୀ: ଦ୍ରବ୍ୟ ଓ ସେବା କର (ଜିଏସ୍‌ଟି)ର ପ୍ରଥମ ରିଟର୍ଣ୍ଣ ଦାଖଲ କରିବା ବେଳେ ବ୍ୟବସାୟୀଙ୍କୁ ଜିଏସ୍‌ଟି ନେଟ୍‌ୱର୍କ (ଜିଏସ୍‌ଟିଏନ୍‌) ପୋର୍ଟାଲରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଏହାକୁ ନେଇ ପ୍ରସିଦ୍ଧ ଅର୍ଥଶାସ୍ତ୍ରୀ ତଥା ବିଜେପିର ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ ଟ୍ୱିଟ୍‌ କହିଛନ୍ତି ଯେ ସେ ଏ ବିଷୟରେ ସରକାରଙ୍କୁ ପୂର୍ବରୁ ସାବଧାନ କରାଇଥିଲେ, କିନ୍ତୁ କେହି ତାଙ୍କ କଥା ଶୁଣି ନଥିଲେ। ସ୍ୱାମୀ ଏହି ଟ୍ୱିଟ୍‌ରେ ନିଜର […]

Rakesh Mallick
  • Published: Monday, 11 September 2017
  • , Updated: 11 September 2017, 11:33 AM IST

ନୂଆଦିଲ୍ଲୀ: ଦ୍ରବ୍ୟ ଓ ସେବା କର (ଜିଏସ୍‌ଟି)ର ପ୍ରଥମ ରିଟର୍ଣ୍ଣ ଦାଖଲ କରିବା ବେଳେ ବ୍ୟବସାୟୀଙ୍କୁ ଜିଏସ୍‌ଟି ନେଟ୍‌ୱର୍କ (ଜିଏସ୍‌ଟିଏନ୍‌) ପୋର୍ଟାଲରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଏହାକୁ ନେଇ ପ୍ରସିଦ୍ଧ ଅର୍ଥଶାସ୍ତ୍ରୀ ତଥା ବିଜେପିର ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ ଟ୍ୱିଟ୍‌ କହିଛନ୍ତି ଯେ ସେ ଏ ବିଷୟରେ ସରକାରଙ୍କୁ ପୂର୍ବରୁ ସାବଧାନ କରାଇଥିଲେ, କିନ୍ତୁ କେହି ତାଙ୍କ କଥା ଶୁଣି ନଥିଲେ।

ସ୍ୱାମୀ ଏହି ଟ୍ୱିଟ୍‌ରେ ନିଜର ଚେତାବନୀ ସଂପର୍କିତ ଏକ ଖବର ମଧ୍ୟ ପୋଷ୍ଟ୍ କରିଛନ୍ତି ଯେଉଁଥିରେ ଜିଏସ୍‌ଟିଏନ୍‌ରେ ଥିବା ସମସ୍ୟାଗୁଡ଼ିକ ଉପରେ ଆଲୋକପାତ କରାଯାଇ କୁହାଯାଇଥିଲା ଯେ ସରକାର ବର୍ତ୍ତମାନ ଏହି ପୋର୍ଟାଲକୁ ପ୍ରାଇଭେଟ୍ କଂପାନୀଙ୍କ ହାତରୁ କାଢ଼ି ଆଣି କେନ୍ଦ୍ରୀୟ ଉତ୍ପାଦ ଓ ସୀମା ଶୁଳ୍କ ବୋର୍ଡ (ସିବିଇସି)କୁ ହସ୍ତାନ୍ତର କରିଦେବା ଉଚିତ। କନ୍‌ଫେଡରେସନ୍‌ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (ସିଏଟି) କହିଛି ଯେ ରିଟର୍ଣ୍ଣ ଫାଇଲ୍‌ କରିବାର ଶେଷ ଦିନ ଅଧିକ ସମୟ ଧରି ଜିଏସ୍‌ଟି ପୋର୍ଟାଲରେ ସମସ୍ୟା ଦେଖା ଦେଇଥିଲା।

କୁହାଯାଉଛି GSTR-3B ରିଟର୍ଣ୍ଣ ଦାଖଲ କରିବା ବେଳେ ଜିଏସ୍‌ଟିଏନ୍‌ ସଫ୍ଟୱେରରେ ବୈଷୟିକ ସମସ୍ୟା ଦେଖାଯାଇଥିଲା। ଏହା ପରେ ଜିଏସ୍‌ଟିଆର୍‌-୧ ରିଟର୍ଣ୍ଣ ଦାଖଲ କରିବାର ତାରିଖ ଜୁଲାଇ ୩୧ ତାରିଖରୁ ବଢ଼ାଇ ସେପ୍ଟେମ୍ବର ୧୦ କରାଯାଇଥିଲା। ତଥାପି ଚାଲାଣ ଅପ୍‌ଲୋଡ୍ କରିବାରେ ବହୁତ ସମସ୍ୟା ଦେଖା ଦେଇଥିଲା। ଏହା ପରେ ଜିଏସ୍‌ଟି ପରିଷଦ ରିଟର୍ଣ୍ଣ ଦାଖଲ କରିବାର ଶେଷ ଦିନକୁ ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ରାଜସ୍ୱ ସଚିବ ହଂସମୁଖ ଅଧିୟା କହିଛନ୍ତି ଯେ ୧୦୦ କୋଟିରୁ ଅଧିକ ଟଙ୍କାର କାରବାର କରୁଥିବା କଂପାନୀଗୁଡ଼ିକ ପାଇଁ ଜିଏସ୍‌ଟିଆର୍‌-୧ ଦାଖିଲ କରିବାର ଶେଷ ଦିନ ଅକ୍ଟୋବର ୩ ତାରିଖକୁ ଧାର୍ଯ୍ୟ କରାଯାଇଛି।

Related story