ଅଯୋଧ୍ୟା ମାମଲା: ଏହି ରାଜକୁମାରୀ ଦାବି କଲେ ସେ ଭଗବାନ ରାମଙ୍କ ବଂଶଜ

ନୂଆଦିଲ୍ଲୀ: ଭଗବାନ ରାମଙ୍କ ବଂଶଜ ହେଉଛନ୍ତି ରାଜସ୍ଥାନ ଜୟପୁରର ରାଜକୁମାରୀ ତଥା ବିଜେପି ସାଂସଦ ଦିୟା କୁମାରୀ। ଆଜି ସେ ଭଗବାନ ରାମଙ୍କ ପୁଅ କୁଶଙ୍କ ବଂଶଜ ବୋଲି କିଛି ଦସ୍ତାବିଜ୍ ସହ ଦାବି କରିଛନ୍ତି। ଏହି ରାଜକୁମାରୀ ରାଜସ୍ଥାନର ରାଜସମନ୍ଦର ବିଜେପି ସାଂସଦ। ଏହି ଖବର ଏଥିପାଇଁ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି କାରଣ ନିକଟରେ ବିବାଦୀୟ ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ପ୍ରଶ୍ନ କରିଥିଲେ ଏବେ ଭଗବାନ ରାମଙ୍କ ବଂଶଜ କେହି […]

BJP MP DEMAND LORD RAM FAMILY

Subhransu Sekhar
  • Published: Sunday, 11 August 2019
  • , Updated: 11 August 2019, 09:11 PM IST

ନୂଆଦିଲ୍ଲୀ: ଭଗବାନ ରାମଙ୍କ ବଂଶଜ ହେଉଛନ୍ତି ରାଜସ୍ଥାନ ଜୟପୁରର ରାଜକୁମାରୀ ତଥା ବିଜେପି ସାଂସଦ ଦିୟା କୁମାରୀ। ଆଜି ସେ ଭଗବାନ ରାମଙ୍କ ପୁଅ କୁଶଙ୍କ ବଂଶଜ ବୋଲି କିଛି ଦସ୍ତାବିଜ୍ ସହ ଦାବି କରିଛନ୍ତି। ଏହି ରାଜକୁମାରୀ ରାଜସ୍ଥାନର ରାଜସମନ୍ଦର ବିଜେପି ସାଂସଦ।

ଏହି ଖବର ଏଥିପାଇଁ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି କାରଣ ନିକଟରେ ବିବାଦୀୟ ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ପ୍ରଶ୍ନ କରିଥିଲେ ଏବେ ଭଗବାନ ରାମଙ୍କ ବଂଶଜ କେହି ଅଛନ୍ତି କି ? ସୁପ୍ରିମକୋର୍ଟଙ୍କ ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ରାଜକୁମାରୀ ଦିୟା କିଛି ଦସ୍ତାବିଜ୍ ସାମ୍ନାକୁ ଆଣିଛନ୍ତି।

ବିଜେପି ସାଂସଦ ଦିୟା କହିଛନ୍ତି ଖାଲି ସେ ନୁହନ୍ତି ଦୁନିଆରେ ଅନେକ ବ୍ୟକ୍ତି ରହିଛନ୍ତି ଯେଉଁମାନେ କି ଭଗବାନ ରାମଙ୍କ ବଂଶ ସହ ଯୋଡ଼ି ହୋଇଛନ୍ତି।

ଦୀୟା କୁମାରୀ ରାମଙ୍କ ବଂଶଜ ହୋଇଥିବାର ପ୍ରମାଣ ସ୍ୱରୂପ ଯେଉଁ ଦସ୍ତାବିଜ୍ ଦେଖାଇଛନ୍ତି ସେଗୁଡ଼ିକ ହେଲା ପୁସ୍ତକାଳୟ, ପାଣ୍ଡୁଲିପି ଏବଂ ବଂଶ-ବୃକ୍ଷ। ଏହି ସବୁ ଆଧାରରେ ସେ ଭଗବାନ ରାମଙ୍କ ବଂଶଜ ବୋଲି ସେ ଦାବି କରିଛନ୍ତି। ସୂଚନାଯୋଗ୍ୟ, ସେହି ବଂଶ-ବୃକ୍ଷରେ ରାଜା ଦଶରଥ ୬୨ ନମ୍ୱର ସ୍ଥାନରେ ଆସୁଥିବା ବେଳେ ଭଗବାନ ରାମ ୬୩ ଏବଂ କୁଶ ୬୪ ନମ୍ୱର।

ତେବେ ଦିୟା ସ୍ପଷ୍ଟ କରିଛନ୍ତି ଯେ ଆବଶ୍ୟକ ନହେଲେ ସୁପ୍ରିମକୋର୍ଟରେ ସେ ଦେଖାଇଥିବା ସମସ୍ତ ଦସ୍ତାବିଜ୍ ଦାଖଲ କରିବେ ନାହିଁ।

Related story