ବିଜେପିକୁ ପଶ୍ଚିମବଙ୍ଗ ଝଟକା: ଦଳୀୟ ସାଂସଦଙ୍କ ପତ୍ନୀ ଟିଏମସିରେ ମିଶିଲେ

କୋଲକାତା: ପଶ୍ଚିମବଙ୍ଗ ଦଖଲ ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ବିଜେପିକୁ ଆଜି ଶକ୍ତ ଝଟକା ଲାଗିଛି। ଦଳର ସାଂସଦ ସୌମିତ୍ର ଖାନଙ୍କ ପତ୍ନୀ ସୁଜାତା ମଣ୍ଡଳ ଖାନ ଆଜି କ୍ଷମତାସୀନ ଟିଏମସିରେ ସାମିଲ ହୋଇଛନ୍ତି। ସୁଜାତାଙ୍କ ମିଶ୍ରଣ ପର୍ବରେ ଟିଏମସିର ବରିଷ୍ଠ ନେତା ସୌଗତ ରୟ ଓ ମୁଖପାତ୍ର କୁନାଲ ଘୋଷ ପ୍ରମୁଖ ଉପସ୍ଥିତ ରହିଥିଲେ। ୨୦୧୯ ଲୋକସଭା ନିର୍ବାଚନ ବେଳେ ସୁଜାତା ବିଜେପି ପାଇଁ ଜୋରଦାର ପ୍ରଚାର କରିଥିଲେ। ତାଙ୍କ ସ୍ୱାମୀ ସୌମିତ୍ର ଖାନ୍‌ ବିଜେପିରୁ […]

a

a

Hemant Lenka
  • Published: Monday, 21 December 2020
  • Updated: 21 December 2020, 01:56 PM IST

Sports

Latest News

କୋଲକାତା: ପଶ୍ଚିମବଙ୍ଗ ଦଖଲ ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ବିଜେପିକୁ ଆଜି ଶକ୍ତ ଝଟକା ଲାଗିଛି। ଦଳର ସାଂସଦ ସୌମିତ୍ର ଖାନଙ୍କ ପତ୍ନୀ ସୁଜାତା ମଣ୍ଡଳ ଖାନ ଆଜି କ୍ଷମତାସୀନ ଟିଏମସିରେ ସାମିଲ ହୋଇଛନ୍ତି। ସୁଜାତାଙ୍କ ମିଶ୍ରଣ ପର୍ବରେ ଟିଏମସିର ବରିଷ୍ଠ ନେତା ସୌଗତ ରୟ ଓ ମୁଖପାତ୍ର କୁନାଲ ଘୋଷ ପ୍ରମୁଖ ଉପସ୍ଥିତ ରହିଥିଲେ।

୨୦୧୯ ଲୋକସଭା ନିର୍ବାଚନ ବେଳେ ସୁଜାତା ବିଜେପି ପାଇଁ ଜୋରଦାର ପ୍ରଚାର କରିଥିଲେ। ତାଙ୍କ ସ୍ୱାମୀ ସୌମିତ୍ର ଖାନ୍‌ ବିଜେପିରୁ ପ୍ରାର୍ଥୀ ହୋଇଥିଲେ। ହେଲେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସେ ତାଙ୍କ ନିର୍ବାଚନମଣ୍ଡଳୀ ବିଷ୍ଣୁପୁରରେ ପ୍ରବେଶ କରିପାରି ନଥିଲେ। କିନ୍ତୁ ସୁଜାତା ନିଜ ସ୍ୱାମୀଙ୍କ ପାଇଁ ପ୍ରଚାର କରିଥିଲେ ଓ ଏଠାରେ ସୌମିତ୍ର ବିଜେପି ଟିକେଟ୍‌ରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ତେଣୁ ପଶ୍ଚିମବଙ୍ଗ ରାଜନୀତିରେ ସୁଜାତାଙ୍କ ବେଶ ଦବଦବା ରହିଛି।

୨୦୧୪ରେ ସୌମିତ୍ର ଟିଏମସ ନିକଟରୁ ଲୋକସଭାକୁ ଯାଇଥିଲେ। ହେଲେ ସେ ୨୦୧୯ରେ ବିଜେପିରେ ଯୋଗଦେଇଥିଲେ। ଆଜି ସୁଜାତା ଟିଏମସିରେ ମିଶି ବିଜେପିକୁ ଜୋରଦାର ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ବିଜେପିରେ ମୁଁ ଦୀର୍ଘ ଦିନ ହେଲା ଥିଲି। ହେଲେ ଏବେ ବିଜେପିରେ ଉପଯୁକ୍ତ ସମ୍ମାନ ମିଳୁନାହିଁ।

ତେଣୁ ଦଳରେ ରହିବା ମୋ ପାଇଁ କଷ୍ଟକର ହୋଇପଡ଼ିଛି। ବିଜେପି କେବଳ ଦୁର୍ନୀତି ଗ୍ରସ୍ତ ନେତାଙ୍କୁ ଟିଏମସିରୁ କିଣି ସଂଗଠନ ତିଆରି କରିବାକୁ ଚାହୁଁଛି। ବିଜେପିରେ ୬ ଜଣ ମୁଖ୍ୟମନ୍ତ୍ରୀ ଓ ୧୩ ଜଣ ଉପମୁଖ୍ୟମନ୍ତ୍ରୀ ଆଶାୟୀ ରହିଛନ୍ତି। ରାଜ୍ୟରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ, ସେ ବିଷୟରେ କେହି ବି ଜାଣିନାହାନ୍ତି। ତେଣୁ ଜଣେ ମହିଳା ହିସାବରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ କାମ କରିବା ମୋ ପାଇଁ ସମ୍ମାନର ବିଷୟ ବୋଲି ସେ କହିଛନ୍ତି।

କ’ଣ ସୌମିତ୍ର ଟିଏମସକୁ ଫେରିବେ କି ବୋଲି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ରାଜନୀତିରେ ସବୁ କିଛି ସମ୍ଭବ। ଭବିଷ୍ୟତ କଥା କିଏ କହିବ? ସେହିପରି ଶୁଭେନ୍ଦୁ ଅଧିକାରୀଙ୍କ ବିଷୟରେ ସେ କହିଛନ୍ତି, ଅଧିକାରୀ ଜଣେ ଧୋକାବାଜ। ଦୀର୍ଘ ବର୍ଷ ଧରି ଦଳରୁ ସବୁ ପ୍ରକାରର ଫାଇଦା ପାଇବା ପରେ ସେ ନିଜର ସ୍ୱାର୍ଥ ହାସଲ ପାଇଁ ଦଳ ବଦଳ କରିଛନ୍ତି। ତେବେ ଏହା ଟିଏମସ ପାଇଁ ଗୋଟିଏ ଭଲ ଖବର ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story