ବିଜେପି ସାଂସଦଙ୍କ କାର୍‌ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

ହାଇଦ୍ରାବାଦ: ବିଜେପି ସାଂସଦ ଜି.ଭି.ଏଲ୍‌ ନରସିଂହ ରାଓଙ୍କ କାର୍‌ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ତାନୁର ଅନ୍‌ଜାମ୍‌। ଏଥିସହ ଶୈଳେଜା ନାମକ ଅନ୍ୟ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ବିଜୟୱାଡ଼ାର ଏକ   ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାର କେଲାନୁକୋଣ୍ଡା ନିକଟ ଜାତୀୟ ରାଜପଥରେ। ଦୁର୍ଘଟଣା ପରେ ପୁଲିସ୍‌ କାର୍‌କୁ ଜବତ କରିଛି। ଏହାସହ ଡ୍ରାଇଭରକୁ ଗିରଫ କରି ପଚରାଉଚରା କରୁଛି। କାର୍‌ରେ ବସିଥିବା […]

accident

Jitendra Garnayak
  • Published: Saturday, 25 August 2018
  • , Updated: 25 August 2018, 04:17 AM IST

ହାଇଦ୍ରାବାଦ: ବିଜେପି ସାଂସଦ ଜି.ଭି.ଏଲ୍‌ ନରସିଂହ ରାଓଙ୍କ କାର୍‌ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ତାନୁର ଅନ୍‌ଜାମ୍‌। ଏଥିସହ ଶୈଳେଜା ନାମକ ଅନ୍ୟ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ବିଜୟୱାଡ଼ାର ଏକ   ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏହି ଦୁର୍ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାର କେଲାନୁକୋଣ୍ଡା ନିକଟ ଜାତୀୟ ରାଜପଥରେ।

ଦୁର୍ଘଟଣା ପରେ ପୁଲିସ୍‌ କାର୍‌କୁ ଜବତ କରିଛି। ଏହାସହ ଡ୍ରାଇଭରକୁ ଗିରଫ କରି ପଚରାଉଚରା କରୁଛି।

କାର୍‌ରେ ବସିଥିବା ସାଂସଦ ନରସିଂହ ରାଓ  ଦୁର୍ଘଟଣା ପରେ ଆହତମାନଙ୍କୁ ସାହାଯ୍ୟ କରିବା  ବଦଳରେ  ଅନ୍ୟ ଏକ ଗାଡ଼ିରେ ବସି ଚାଲିଯାଇଥିବା ଅଭିଯୋଗ ହୋଇଛି।

ଏନେଇ ସାଂସଦ ନରସିଂହ ରାଓ ଟ୍ୱିଟ୍‌ କରି କହିଛନ୍ତି,“ଦୁର୍ଘଟଣା ସମୟରେ ମୁଁ ଗାଡ଼ିର ପଛ ସିଟ୍‌ରେ ଶୋଇଥିଲି। ଘଟଣାସ୍ଥଳକୁ ପୁଲିସ୍‌ ଆସିବା ପର୍ଯ୍ୟନ୍ତ ମୁଁ ୪୫ ମିନିଟ୍‌ ଯାଏ ରହିଥିଲି। ଏହାପରେ ଆହତ ମହିଳାଙ୍କୁ ଡାକ୍ତରଖାନା ଆଣିଥିଲି। ମୃତ ମହିଳାଙ୍କୁ ଅନ୍ୟ ଏକ ଗାଡ଼ିରେ ଡାକ୍ତରଖାନା ଅଣାଯାଇଥିଲା। ମୃତ ମହିଳାଙ୍କ ପରିବାରକୁ ମୁଁ ସାକ୍ଷାତ କରିବି।”

ଆନ୍ଧ୍ରପ୍ରଦେଶ ଡିଜିପି କହିଛନ୍ତି,“ଦୁର୍ଘଟଣା ଘଟାଇଥିବା କାର୍‌ରେ ସାଂସଦ ବସିଥିଲେ। ସେ ଉତ୍ତରପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ସେ ଗୁଣ୍ଟୁରରୁ ବିଜୟୱାଡ଼ା ଯାଥିଲେ। ୨ ଜଣ ମହିଳା ରାସ୍ତା ପାର ହେଉଥିବା ବେଳେ ସାଂସଦଙ୍କ କାର୍ ସେମାନଙ୍କୁ ଧକ୍କା ଦେଇଥିଲା।”

Related story