ନୂଆଦିଲ୍ଲୀ: ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଦିଁୱାଲୀ ମିଲନ୍’ କାର୍ଯ୍ୟକ୍ରମ। ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ତଥା ସମ୍ପାଦକଙ୍କ ସହ ମତ ବିନିମୟ କରିଥିଲେ। ସାମାଜିକ ଓ ଆର୍ଥିକ ଦିଗ ପ୍ରତି ଗରୁତ୍ୱ ଦେବା ସହ ଭଲ ଖବର ତିଆରି କରିବାକୁ ମୋଦି ସେମାନଙ୍କୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମ ପରେ ଗଣମାଧ୍ୟମ ପ୍ରତିନିଧିମାନେ ମୋଦିଙ୍କ ସହ ସେଲଫି ଉଠାଇବା ନେଇ ଏକ ପ୍ରକାର ପ୍ରତିଯୋଗିତା କରୁଥିବା ଦେଖିବାକୁ ମିଳିଥିଲା। ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କ ସହିତ ଫଟୋ ଉଠାଇବା ଲାଗି ତାଙ୍କୁ ଘେରି ରହିଥିଲେ। ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, ଭେଙ୍କିୟା ନାଇଡୁ, ନୀତିନ ଗଡ଼କରୀ ଏବଂ ବିଜେପି ସଭାପତି ଅମିତ ଶାହ ପ୍ରମୁଖ ଉପସ୍ଥିତ ଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।