ପିଡିପି କହିଲା, ‘କଳା ଦିବସ’ ଏବଂ ବିଜେପି କହିଲା, ସ୍ୱପ୍ନ ପୂରଣ ହୋଇଛି

ଶ୍ରୀନଗର: କଶ୍ମୀରକୁ ସ୍ୱତନ୍ତ୍ର ପାହ୍ୟାର ମାନ୍ୟତା ଦେଉଥିବା ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ହେବ ବୋଲି ରାଜ୍ୟସଭାରେ ପ୍ରସ୍ତାବ ରଖିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ଧାରା ୩୭୦ ଏକ ସାମୟିକ ବ୍ୟବସ୍ଥା ହୋଇଥିବାରୁ ଏବେ ଏହାକୁ ହଟାଇବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ପ୍ରସ୍ତାବ ରଖିଛନ୍ତି। ଅନୁଛେଦ ୩୭୦ ହଟିଲେ କଶ୍ମୀରରୁ ଲଦାଖକୁ ଅଲଗା ହେବ। ଏହାପରେ କଶ୍ମୀର ଏବଂ ଲଦାଖ ଦୁଇଟି ଅଲଗା ଅଲଗା କେନ୍ଦ୍ର ଶାସିତ ଅଞ୍ଚଳ ହେବ। ଏହାପରେ ଗୃହବନ୍ଦୀ ଥିବା ପିଡିପି ମୁଖ୍ୟ […]

mehbooba mufti

Subhransu Sekhar
  • Published: Monday, 05 August 2019
  • , Updated: 05 August 2019, 02:25 PM IST

ଶ୍ରୀନଗର: କଶ୍ମୀରକୁ ସ୍ୱତନ୍ତ୍ର ପାହ୍ୟାର ମାନ୍ୟତା ଦେଉଥିବା ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ହେବ ବୋଲି ରାଜ୍ୟସଭାରେ ପ୍ରସ୍ତାବ ରଖିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ଧାରା ୩୭୦ ଏକ ସାମୟିକ ବ୍ୟବସ୍ଥା ହୋଇଥିବାରୁ ଏବେ ଏହାକୁ ହଟାଇବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ପ୍ରସ୍ତାବ ରଖିଛନ୍ତି। ଅନୁଛେଦ ୩୭୦ ହଟିଲେ କଶ୍ମୀରରୁ ଲଦାଖକୁ ଅଲଗା ହେବ। ଏହାପରେ କଶ୍ମୀର ଏବଂ ଲଦାଖ ଦୁଇଟି ଅଲଗା ଅଲଗା କେନ୍ଦ୍ର ଶାସିତ ଅଞ୍ଚଳ ହେବ।

ଏହାପରେ ଗୃହବନ୍ଦୀ ଥିବା ପିଡିପି ମୁଖ୍ୟ ତଥା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି ଆଜି ଦେଶର ଗଣତନ୍ତ୍ରର ସବୁଠୁ କଳା ଦିନ ବୋଲି କହିଛନ୍ତି। ୧୯୪୭ ମସିହାରେ ଦୁଇଟି ଦେଶ ନିଷ୍ପତ୍ତିକୁ ଖାରଜ କରି ଭାରତ ସହିତ ଜମ୍ମୁ କଶ୍ମୀର ରହିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ହେଲେ ତାହା କେନ୍ଦ୍ର ସରକାର ପ୍ରତ୍ୟାହାର କରିଛନ୍ତି। କେନ୍ଦ୍ର ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ଏକତରଫା ଏବଂ ଅସାମ୍ୱିଧାନିକ ବୋଲି ମେହବୁବା ମୁଫତି କହିଛନ୍ତି।

ବିଜେପି ନେତା ତଥା ଦଳର ସାଧାରଣ ସମ୍ପାଦକ ରାମ ମାଧବ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ବାବଦରେ ପ୍ରତିକ୍ରିୟା ରଖିଛନ୍ତି। କେନ୍ଦ୍ରର ଏହି ନିଷ୍ପତ୍ତି ଐତିହାସିକ, ସରକାର ଧାରା ୩୭୦କୁ ହଟାଇବା ଫଳରେ ଅନେକ ଶହୀଦ ଏବଂ ଶ୍ୟାମା ପ୍ରସାଦ ମୂର୍ଖାଜୀଙ୍କ ସ୍ୱପ୍ନ(କଶ୍ମୀର ଭାରତ ଦ୍ୱାରା ଶାସିତ ହେବା) ପୂରଣ ହୋଇଛି ବୋଲି ସେ କହିଛନ୍ତି।

Related story