ନୂଆଦିଲ୍ଲୀ: ଇଲେକ୍ଟୋରାଲ ବଣ୍ଡକୁ କଂଗ୍ରେସର ସମାଲୋଚନାକୁ ନେଇ ବର୍ଷିଛି ବିଜେପି। ଗୁରୁବାର ବିଜେପି ପକ୍ଷରୁ କୁହାଯାଇଛି, ହାରିଥିବା ଏବଂ ପ୍ରତ୍ୟାଖ୍ୟାନର ଶିକାର ହୋଇଥିବା ଦୁର୍ନୀତିଗ୍ରସ୍ତ ରାଜନେତାଙ୍କ ମେଣ୍ଟ ଚାହୁଁନି ନିର୍ବାଚନ ସ୍ୱଚ୍ଛ ଏବଂ ଟିକସଯୁକ୍ତ ଟଙ୍କାରେ ଲଢ଼ାଯାଉ।
ବରିଷ୍ଠ ବିଜେପି ନେତା ଏବଂ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି, “ଇଲେକ୍ଟୋରାଲ ବଣ୍ଡ ନିର୍ବାଚନୀ ରାଜନୀତିରେ ସାଧୁତାର ଟଙ୍କା ଆଣିଥାଏ। ଏହାକୁ ବିରୋଧ କରୁଥିବା ଲୋକେ କଳାଧନ ସହ ଚଳିବା ଅଭ୍ୟାସରେ ପଡ଼ିଯାଇଛନ୍ତି ଏବଂ ନିର୍ବାଚନରେ ଏସବୁ ହୁଏ ବୋଲି ବିଶ୍ୱାସ କରନ୍ତି।”
ସେ ଆହୁରି ମଧ୍ୟ କହିଛନ୍ତି, ନିର୍ବାଚନ କମିଶନଙ୍କ ସୁପାରିଶରେ ନରେନ୍ଦ୍ର ମୋଦିଙ୍କ ସରକାର ୨ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ଚାନ୍ଦାରେ କଟକଣା ଲଗାଇଛନ୍ତି।
ସୂଚନାଯୋଗ୍ୟ ଯେ, ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରି କଂଗ୍ରେସ ପକ୍ଷରୁ ଏକ ଯୁଗ୍ମ ସଂସଦୀୟ କମିଟି ତଦନ୍ତ ଦାବି କରାଯାଇଥିଲା। ସୁପ୍ରିମକୋର୍ଟ ମଧ୍ୟ ଏହାର ବୈଧତା ବାବଦରେ ନିଷ୍ପତ୍ତି ନେବା ଦରକାର ବୋଲି କଂଗ୍ରେସ ଦାବି କରିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଆଉ ନାହାନ୍ତି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ
ପିଭି ନରସିଂହ ରାଓଙ୍କ ସରକାରରେ ମନମୋହନ ସିଂହ ଦେଶର ଅର୍ଥମନ୍ତ୍ରୀ ଥିଲେ। ଏହି ସମୟରେ ଭାରତୀୟ ଅର୍ଥନୀତିରେ ସେ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲେ। ଭାରତୀୟ ଅର୍ଥନୀତି ତାଙ୍କ ତୁଳୀରେ ନୂଆ ରୂପ ପାଇଥିଲା।
National
ବିଗିଡ଼ିଲା ମନମୋହନ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା, ଏମ୍ସରେ ହେଲେ ଭର୍ତ୍ତି
ଏବେ ସେଠାରେ ତାଙ୍କର ଚିକିତ୍ସା ସ୍ୱତନ୍ତ୍ର ଡାକ୍ତରୀ ଟିମ ପକ୍ଷରୁ କରାଯାଉଛି। କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।
National
ଦରମା ଥିଲା ୧୩ ହଜାର, କିନ୍ତୁ ଠକି ନେଲା ୨୧ କୋଟି: ଗର୍ଲଫ୍ରେଣ୍ଡକୁ ଦେଇଥିଲା 4BHK ଫ୍ଲାଟ
ପୁଲିସ୍ କହିଛି ଯେ ଏହି ଟଙ୍କାରେ ୧.୨ କୋଟି ବଳରେ ଗୋଟିଏ BMW, ୧.୩ କୋଟି ଟଙ୍କାରେ ଗୋଟିଏ ଏସ୍ୟୁଭି ଓ ୩୨ ଲକ୍ଷ ଟଙ୍କା ବଳରେ ଗୋଟିଏ BMW ବାଇକ କିଣା ଯାଇଥିଲା।
Business
୧୦.୫୦ ଲକ୍ଷ ଯାଏ ଆୟ କରୁଥିଲେ ଦେବାକୁ ପଡ଼ିପାରେ କମ ଟିକସ!
ଆସନ୍ତାବର୍ଷ ଫେବୃଆରୀ ୧ରେ କେନ୍ଦ୍ର ସରକାର ପୂର୍ଣ୍ଣାଙ୍ଗ ବଜେଟ ସଂସଦରେ ଉପସ୍ଥାପନ କରିବେ। ଏହି ସମୟରେ ନୂଆ ଟିକସ ବ୍ୟବସ୍ଥା ଆସିବାର ଯଥେଷ୍ଟ ସମ୍ଭାବନା ରହିଛି।
Politics
‘ଭୋଟରଙ୍କୁ ଟଙ୍କା ବାଣ୍ଟୁଛନ୍ତି’ ବିଜେପି ନେତା: EDରେ ଅଭିଯୋଗ କଲା ଆପ୍
ଆଜି ଟଙ୍କା ବାଣ୍ଟିବା ଅଭିଯୋଗ ଆଣି ସଞ୍ଜୟ ସିଂହ ଇଡି ଅଫିସରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି। ଦିନକ ତଳେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଆତିଶୀ ଅଭିଯୋଗ କରିଥିଲେ ଯେ ବିଜେପି ନେତା ପରଭେଶ ବର୍ମା ନୂଆଦିଲ୍ଲୀ ନିର୍ବାଚନ ମଣ୍ଡଳୀରେ ମହିଳାଙ୍କୁ ଟଙ୍କା ବାଣ୍ଟୁ ଥିବା ଅଭିଯୋଗ କରିଥିଲେ।