କର୍ଣ୍ଣାଟକାର ଅଧିକାଂଶ ଆସନ ଗେରୁଆ, ଫଳାଫଳ ଦେଖି ବଢୁଛି କଂଗ୍ରେସ-ଜେଡିଏସ କଳି

ବେଙ୍ଗାଲୁରୁ: କର୍ଣ୍ଣାଟକାରେ କଂଗ୍ରେସ-ଜେଡିଏସ ମେଣ୍ଟକୁ ମାତ୍ ଦେଇଛି ରାଜ୍ୟର ବିରୋଧୀ ଦଳ ବିଜେପି। ୨୮ ଲୋକସଭା ଆସନରୁ ବିଜେପି ୨୪ଟିରେ ଜିତିଥିବା ଜଣାପଡ଼ିଛି। ଅନ୍ୟ ୪ଟିରେ କଂଗ୍ରେସ-ଜେଡିଏସ ମେଣ୍ଟ ଆଗୁଆ ରହିଛି। ବିଜେପିର ୨୮ ପ୍ରାର୍ଥୀଙ୍କ ମଧ୍ୟରୁ ସବୁଠାରୁ କମ୍ ବୟସ୍କ ପ୍ରାର୍ଥୀ ତେଜସ୍ୱୀ ସୂର୍ଯ୍ୟା ନିଜର ଡେବ୍ୟୁ ନିର୍ବାଚନରେ ଦକ୍ଷିଣ ବେଙ୍ଗାଲୁରୁରୁ କଂଗ୍ରେସର ବରିଷ୍ଠ ନେତା ବି. କେ ହରିପ୍ରସାଦଙ୍କୁ ଶୋଚନୀୟ ହରାଇଛନ୍ତି। ଯାହାକି ରାଜ୍ୟରେ ବିଜେପିର ସ୍ଥିତି ବାବଦରେ ବିରୋଧୀଙ୍କୁ ସୂଚାଇଛି। ପରାଜୟ ସ୍ୱୀକାର […]

yeddurappa-bjp-leader

Subhransu Sekhar
  • Published: Friday, 24 May 2019
  • , Updated: 24 May 2019, 02:03 AM IST

ବେଙ୍ଗାଲୁରୁ: କର୍ଣ୍ଣାଟକାରେ କଂଗ୍ରେସ-ଜେଡିଏସ ମେଣ୍ଟକୁ ମାତ୍ ଦେଇଛି ରାଜ୍ୟର ବିରୋଧୀ ଦଳ ବିଜେପି। ୨୮ ଲୋକସଭା ଆସନରୁ ବିଜେପି ୨୪ଟିରେ ଜିତିଥିବା ଜଣାପଡ଼ିଛି। ଅନ୍ୟ ୪ଟିରେ କଂଗ୍ରେସ-ଜେଡିଏସ ମେଣ୍ଟ ଆଗୁଆ ରହିଛି। ବିଜେପିର ୨୮ ପ୍ରାର୍ଥୀଙ୍କ ମଧ୍ୟରୁ ସବୁଠାରୁ କମ୍ ବୟସ୍କ ପ୍ରାର୍ଥୀ ତେଜସ୍ୱୀ ସୂର୍ଯ୍ୟା ନିଜର ଡେବ୍ୟୁ ନିର୍ବାଚନରେ ଦକ୍ଷିଣ ବେଙ୍ଗାଲୁରୁରୁ କଂଗ୍ରେସର ବରିଷ୍ଠ ନେତା ବି. କେ ହରିପ୍ରସାଦଙ୍କୁ ଶୋଚନୀୟ ହରାଇଛନ୍ତି। ଯାହାକି ରାଜ୍ୟରେ ବିଜେପିର ସ୍ଥିତି ବାବଦରେ ବିରୋଧୀଙ୍କୁ ସୂଚାଇଛି।

ପରାଜୟ ସ୍ୱୀକାର କରି କର୍ଣ୍ଣାଟକା ରାଜ୍ୟ ଜେଡିଏସ ସଭାପତି ବିଶ୍ୱନାଥ ନିଜକୁ ଦାୟୀ କରି ଇସ୍ତଫା ଦେବେ ବୋଲି ଜଣାପଡ଼ିଛି। ସେହିପରି ଏକଜିଟ୍ ପୋଲର ଫଳାଫଳରେ ବିଜେପିକୁ ଜନାଦେଶ ମିଳୁଥିବା ଦେଖି କଂଗ୍ରେସ-ଜେଡିଏସ୍ ମେଣ୍ଟକୁ ଦାୟୀ କରିଥିଲେ କଂଗ୍ରେସ ନେତା ରୋଶନ ବୈଗ୍। ସେହିପରି ମେଣ୍ଟରେ ଅସନ୍ତୁଷ୍ଟ ଥିବାରୁ ଜେଡିଏସ ଭିତିରିଆ ବିଜେପି ସହ ବୁଝାମଣା କରୁଥିବା କଥା କଂଗ୍ରେସ ନେତା ଦାବି କରିଛନ୍ତି।

କର୍ଣ୍ଣାଟକାର ଅଧିକାଂଶ ଆସନ ଗେରୁଆ ହେବା ପରେ ବିଜେପିର ବରିଷ୍ଠ ନେତା ବି.ଏସ ୟେଦୁରପ୍ପା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି, ବିଜେପିର ବିଜୟୀ ପାଇଁ ଜେଡିଏସ-କଂଗ୍ରେସ ମେଣ୍ଟକୁ ଧନ୍ୟବାଦ ଦେଇଛନ୍ତି ୟେଦୁରପ୍ପା। ଏପ୍ରିଲ୍ ୧୮ ଏବଂ ୨୩ରେ ଦୁଇଟି ପର୍ଯ୍ୟାୟରେ କର୍ଣ୍ଣାଟକାରେ ନିର୍ବାଚନ ହୋଇଥିଲା।

ନିର୍ବାଚନ ବେଳେ ମଧ୍ୟ କର୍ଣ୍ଣାଟକାର କଂଗ୍ରେସ ଓ ଜେଡିଏସ ବିଧାୟକ ବିଜେପି ସହିତ ଯୋଗାଯୋଗରେ ଥିବା କଥା ୟେଦୁରପ୍ପା କହିଥିଲେ। ଏବେ ଅଧିକାଂଶ ଏମିପି ସିଟ୍ ବିଜେପି ବିଜୟୀ ହେବା ଏବଂ ମେଣ୍ଚ ସରକାରରେ ଥିବା କନ୍ଦଳ ବିଜେପିକୁ ପୁଣି ସରକାରକୁ ଗଢ଼ିବା ପାଇଁ ସୁହାଇବ ବୋଲି ଚର୍ଚ୍ଚା ହେଉଛି।

 

Related story