ମଧ୍ୟପ୍ରଦେଶ ମହାନାଟକ: ମାର୍ଚ୍ଚ ୧୬ରେ ଫ୍ଲୋର ଟେଷ୍ଟ ପାଇଁ ଦାବି କରିବ ବିଜେପି

ଭୋପାଲ: ମଧ୍ୟପ୍ରଦେଶରେ ସରକାର ଗଠନ ପାଇଁ ବିଜେପି ଜୋରଦାର ପ୍ରକ୍ରିୟା ଆରମ୍ଭ କରିଛି। କଂଗ୍ରେସର ୨୨ ଜଣ ବିଧାୟକ ବିଧାନସଭାରୁ ଇସ୍ତଫା ଦେବା ପରେ ବିଜେପି ପାଇଁ ରାଜ୍ୟରେ ସରକାର ଗଠନ କରିବାର ସୁଯୋଗ ସୃଷ୍ଟି ହୋଇଛି। ଏଥିପାଇଁ ଦଳ ବିଦ୍ରୋହୀ ବିଧାୟକଙ୍କ ଯୋଗାଯୋଗରେ ରହିଛି। ଅନ୍ୟପକ୍ଷରେ କ୍ଷମତାସୀନ କଂଗ୍ରେସ ସରକାରଙ୍କୁ ଗାଦିଚ୍ୟୁତ କରିବା ପାଇଁ ବିଜେପି ଆସନ୍ତା ୧୬ ତାରିଖରେ ବିଧାନସଭାରେ ଫ୍ଲୋର ଟେଷ୍ଟ ପାଇଁ ଦାବି କରିବ ବୋଲି ମଧ୍ୟ ଜଣାପଡ଼ିଛି। ମଙ୍ଗଳବାର ଜ୍ୟୋତିରାଦିତ୍ୟ […]

d

Hemant Lenka
  • Published: Thursday, 12 March 2020
  • , Updated: 12 March 2020, 03:25 PM IST

ଭୋପାଲ: ମଧ୍ୟପ୍ରଦେଶରେ ସରକାର ଗଠନ ପାଇଁ ବିଜେପି ଜୋରଦାର ପ୍ରକ୍ରିୟା ଆରମ୍ଭ କରିଛି। କଂଗ୍ରେସର ୨୨ ଜଣ ବିଧାୟକ ବିଧାନସଭାରୁ ଇସ୍ତଫା ଦେବା ପରେ ବିଜେପି ପାଇଁ ରାଜ୍ୟରେ ସରକାର ଗଠନ କରିବାର ସୁଯୋଗ ସୃଷ୍ଟି ହୋଇଛି। ଏଥିପାଇଁ ଦଳ ବିଦ୍ରୋହୀ ବିଧାୟକଙ୍କ ଯୋଗାଯୋଗରେ ରହିଛି।

ଅନ୍ୟପକ୍ଷରେ କ୍ଷମତାସୀନ କଂଗ୍ରେସ ସରକାରଙ୍କୁ ଗାଦିଚ୍ୟୁତ କରିବା ପାଇଁ ବିଜେପି ଆସନ୍ତା ୧୬ ତାରିଖରେ ବିଧାନସଭାରେ ଫ୍ଲୋର ଟେଷ୍ଟ ପାଇଁ ଦାବି କରିବ ବୋଲି ମଧ୍ୟ ଜଣାପଡ଼ିଛି। ମଙ୍ଗଳବାର ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରରୁ ଇସ୍ତଫା ଦେଇଥିଲେ। ଏହାପରେ ଦଳର ୨୨ ଜଣ ବିଧାୟକ ମଧ୍ୟ ନିଜ ପଦରୁ ଇସ୍ତଫା ସମ୍ପର୍କରେ ଘୋଷଣା କରିଥିଲେ। ୨୨ ବିଧାୟକ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବା ପରେ ୧୫ ମାସ ଧରି ମୁଖ୍ୟମନ୍ତ୍ରୀ ଥିବା କମଲନାଥଙ୍କ ଚୌକି ଦୋହଲିବା ଆରମ୍ଭ ହୋଇଛି।

ବିଜେପିର ମଧ୍ୟପ୍ରଦେଶ ଚିଫ୍ ହ୍ୱିପ ନରୋତ୍ତମ ମିଶ୍ରା କହିଛନ୍ତି, “ଯେହେତୁ ବର୍ତ୍ତମାନର ସରକାର ସଂଖ୍ୟା ଗରିଷ୍ଠତା ହରାଇଛନ୍ତି, ଆମେ ରାଜ୍ୟପାଳ ଓ ବାଚସ୍ପତିଙ୍କୁ ଫ୍ଲୋର ଟେଷ୍ଟ କରିବାକୁ ଦାବି କରିବୁ। ଆସନ୍ତା ୧୬ରେ ଫ୍ଲୋର ଟେଷ୍ଟ ହେବା ଦରକାର। କାରଣ ରାଜ୍ୟର ବଜେଟ ଅଧିବେଶନ ୧୬ ତାରିଖରେ ଆରମ୍ଭ ହେଉଛି। ରାଜ୍ୟପାଳ ଓ ବାଚସ୍ପତିଙ୍କ ନିକଟରେ ୨୨ ବିଧାୟକଙ୍କ ଇସ୍ତଫାପତ୍ର ରହିଛି। ତେଣୁ ସେମାନେ ପରବର୍ତ୍ତୀ ନିଷ୍ପତ୍ତି ନେବେ।”

୨୨ ବିଧାୟକଙ୍କ ଇସ୍ତଫା ପୂର୍ବରୁ କଂଗ୍ରେସ ପାଖରେ ୧୧୪ ବିଧାୟକ ରହିଥିଲେ। ଏହାବାଦ ୪ ସ୍ୱାଧୀନ, ୨ ବିଏସପି ଓ ଏକମାତ୍ର ସପା ବିଧାୟକଙ୍କ ସମର୍ଥନ ମଧ୍ୟ କଂଗ୍ରେସ ସରକାରଙ୍କ ପାଖରେ ରହିଥିଲା।

୨୨ ବିଧାୟକଙ୍କ ଇସ୍ତଫା ପରେ ବିଧାନସଭାର ଆସନ ସଂଖ୍ୟା ୨୦୬କୁ ଖସି ଆସିଛି। ସେହିପରି ମ୍ୟାଜିକ ନମ୍ବର ୧୦୪ ହୋଇଯାଇଛି। ବିଜେପି ପାଖରେ ୧୦୭ ବିଧାୟକ ରହିଥିବା ବେଳେ କଂଗ୍ରେସ ପାଖରେ ଏବେ ୯୨ ଜଣ ବିଧାୟକଙ୍କ ସମର୍ଥନ ରହିଛି।

Related story