ମମତାଙ୍କ ମର୍ଫ ହୋଇଥିବା ଫଟୋକୁ ନେଇ ଗିରଫ ବିଜେପି ନେତ୍ରୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ

କୋଲକାତା: ନିର୍ବାଚନ ଶେଷ ହେବାକୁ ଥିବା ବେଳେ ପଶ୍ଚିମବଙ୍ଗରେ କିନ୍ତୁ ତୃଣମୁଳ କଂଗ୍ରେସ ଏବଂ ବିଜେପି ମଧ୍ୟରେ ବିବାଦ ଥମିବାର ନାଁ ନେଉନି। ମମତା ବାନାର୍ଜୀ ସରକାରଙ୍କ ଦ୍ୱାରା ଗିରଫ ହୋଇ ଜେଲରେ ଥିବା ବିଜେପି ଯୁବମୋର୍ଚ୍ଚାର ସଭାପତି ପ୍ରିୟଙ୍କା ଶର୍ମା ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ପଶ୍ଚିମବଙ୍ଗରେ ପୁଲିସ-ଆଇନଜୀବୀ ବିବାଦ ଚାଲିଥିବାରୁ ଏପ୍ରିଲ ୨୫ରୁ ସମସ୍ତ କୋର୍ଟରେ ଆଇନଜୀବୀ ଷ୍ଟ୍ରାଇକ କରିଛନ୍ତି। ତେଣୁ ବାଧ୍ୟହୋଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଏହି ବିଜେପି ନେତ୍ରୀ। ତେବେ ସୁପ୍ରିମକୋର୍ଟର ବିଚାରପତି […]

priyanka sharma

priyanka sharma

Subhransu Sekhar
  • Published: Monday, 13 May 2019
  • Updated: 13 May 2019, 04:30 PM IST

Sports

Latest News

କୋଲକାତା: ନିର୍ବାଚନ ଶେଷ ହେବାକୁ ଥିବା ବେଳେ ପଶ୍ଚିମବଙ୍ଗରେ କିନ୍ତୁ ତୃଣମୁଳ କଂଗ୍ରେସ ଏବଂ ବିଜେପି ମଧ୍ୟରେ ବିବାଦ ଥମିବାର ନାଁ ନେଉନି। ମମତା ବାନାର୍ଜୀ ସରକାରଙ୍କ ଦ୍ୱାରା ଗିରଫ ହୋଇ ଜେଲରେ ଥିବା ବିଜେପି ଯୁବମୋର୍ଚ୍ଚାର ସଭାପତି ପ୍ରିୟଙ୍କା ଶର୍ମା ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।

ପଶ୍ଚିମବଙ୍ଗରେ ପୁଲିସ-ଆଇନଜୀବୀ ବିବାଦ ଚାଲିଥିବାରୁ ଏପ୍ରିଲ ୨୫ରୁ ସମସ୍ତ କୋର୍ଟରେ ଆଇନଜୀବୀ ଷ୍ଟ୍ରାଇକ କରିଛନ୍ତି। ତେଣୁ ବାଧ୍ୟହୋଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଏହି ବିଜେପି ନେତ୍ରୀ। ତେବେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଇନ୍ଦ୍ରାଣୀ ବାନାର୍ଜୀ ଏବଂ ଜଷ୍ଟିସ ସଞ୍ଜୀବ ଖାନ୍ନା ଆସନ୍ତାକାଲି ଏହି ମାମଲାର ଶୁଣାଣି କରିବା ପାଇଁ ରାଜି ହୋଇଛନ୍ତି।

ସୂଚନାଯୋଗ୍ୟ ଯେ ଗତ ସପ୍ତାହରେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ନ୍ୟୁୟର୍କ ମେଟ ଗାଲା ଇଭେଣ୍ଟରେ ଉଠାଯାଇଥିବା ଫଟୋରେ ମମତାଙ୍କ ମୁହଁ ଯୋଡ଼ି ସୋଶାଲ ମିଡିଆରେ ପୋଷ୍ଟ ହୋଇଥିବା ଏକ ଫଟୋକୁ ବିଜେପି ଯୁବମୋର୍ଚ୍ଚାର ସଭାପତି ପ୍ରିୟଙ୍କା ଶର୍ମା ଫେସବୁକରେ ଶେୟାର କରିଥିଲେ।

ଏହାପରେ ଟିଏମସି ନେତା ସାଇବର ସେଲରେ ପ୍ରିୟଙ୍କା ଶର୍ମାଙ୍କ ନାଁ'ରେ ଅଭିଯୋଗ କରିଥିଲେ। ଶନିବାର ଦିନ ପୁଲିସ ପ୍ରିୟଙ୍କାଙ୍କୁ ଗିରଫ କରି କୋର୍ଟରେ ହାଜର କରିଥିଲା। କୋର୍ଟ ତାଙ୍କୁ ୧୪ ଦିନ ପାଇଁ ଜେଲ ହାଜତକୁ ପଠାଇ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos