‘ମନ୍ତ୍ରୀଙ୍କ ବିରୋଧରେ କହିଲେ ମୁଣ୍ଡରେ ୬ ରାଉଣ୍ଡ ଗୁଳି ଫୁଟିବ’

ମୁମ୍ୱାଇ: ମହାରାଷ୍ଟ୍ରର ସାମାଜିକ ଓ ନ୍ୟାୟ ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେଙ୍କ ସମର୍ଥକ ତଥା ରାଜ୍ୟରେ ଶାସନରେ ଥିବା ଏନସିପି ନେତା ବିରୋଧୀ ଦଳର ବିଜେପି ନେତାଙ୍କୁ ହତ୍ୟା ଧମକ ଦେଉଛନ୍ତି। ଦୁଷ୍କର୍ମ ଅଭିଯୋଗ ଆସିବା ପରେ ଏବେ ବିବାଦରେ ଅଛନ୍ତି ଧନଞ୍ଜୟ ମୁଣ୍ଡେ। ବିଜେପି ନେତା କିରିଟ୍ ସୋମୟା ଟ୍ୱିଟ୍ କରି କହିଛନ୍ତି, ସେ ୬ ଏନସିପି ନେତାଙ୍କ ପାଖରୁ ହତ୍ୟା ଧମକ ପାଇଛନ୍ତି। ଯଦି ମୁଣ୍ଡେଙ୍କ ବିରୋଧରେ କହିବେ ତାହେଲେ ହତ୍ୟା ହେବ ବୋଲି ଏନସିପି […]

kirit-somaiya

Subhransu Sekhar
  • Published: Monday, 18 January 2021
  • , Updated: 18 January 2021, 01:50 PM IST

ମୁମ୍ୱାଇ: ମହାରାଷ୍ଟ୍ରର ସାମାଜିକ ଓ ନ୍ୟାୟ ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେଙ୍କ ସମର୍ଥକ ତଥା ରାଜ୍ୟରେ ଶାସନରେ ଥିବା ଏନସିପି ନେତା ବିରୋଧୀ ଦଳର ବିଜେପି ନେତାଙ୍କୁ ହତ୍ୟା ଧମକ ଦେଉଛନ୍ତି। ଦୁଷ୍କର୍ମ ଅଭିଯୋଗ ଆସିବା ପରେ ଏବେ ବିବାଦରେ ଅଛନ୍ତି ଧନଞ୍ଜୟ ମୁଣ୍ଡେ। ବିଜେପି ନେତା କିରିଟ୍ ସୋମୟା ଟ୍ୱିଟ୍ କରି କହିଛନ୍ତି, ସେ ୬ ଏନସିପି ନେତାଙ୍କ ପାଖରୁ ହତ୍ୟା ଧମକ ପାଇଛନ୍ତି। ଯଦି ମୁଣ୍ଡେଙ୍କ ବିରୋଧରେ କହିବେ ତାହେଲେ ହତ୍ୟା ହେବ ବୋଲି ଏନସିପି ନେତା ଧମକ ଦେଇଥିବା ସେ କହିଛନ୍ତି। ତେବେ କିରିଟ୍ କହିଛନ୍ତି, ସେ ହତ୍ୟା ଧମକକୁ ଖାତିର କରନ୍ତିନି। ଧନଞ୍ଜୟ ମୁଣ୍ଡେଙ୍କୁ ଇସ୍ତଫା ଦେବାକୁ ହେବ।

https://twitter.com/KiritSomaiya/status/1351019524984877062?s=20

ସୂଚନାଯୋଗ୍ୟ, ଦୁଷ୍କର୍ମ ଅଭିଯୋଗ ଆସିବା ପରେ ଧନଞ୍ଜୟ କହିଥିଲେ ସେ ଦ୍ୱିତୀୟ ବିବାହ କରିନାହାନ୍ତି। ହେଲେ ଆଉ ଜଣେ ମହିଳାଙ୍କ ସହ ସମ୍ପର୍କ ରହିଛି। ଆଉ ଦୁଇ ଛୁଆ ମଧ୍ୟ ରହିଛି। ହେଲେ ନିର୍ବାଚନୀ ସତ୍ୟପାଠରେ ଦୁଇ ଛୁଆ ବାବଦରେ ଧନଞ୍ଜୟ ଉଲ୍ଲେଖ କରିନଥିବା ବିଜେପି ନେତା କିରିଟ୍ କହିଛନ୍ତି। ଭୁଲ୍ ତଥ୍ୟ ଦେଇଥିବାରୁ ତାଙ୍କୁ ବହିଷ୍କାର କରାଯାଉ ବୋଲି ବିଜେପି ନେତା ଦାବି କରିଛନ୍ତି। ଏ ନେଇ ସେ ନିର୍ବାଚନ କମିଶନଙ୍କୁ ଅବଗତ କରାଇଛନ୍ତି।

ତେବେ ଦୁଷ୍କର୍ମ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମନ୍ତ୍ରୀ ମୁଣ୍ଡେ। ଅଭିଯୋଗକାରିଣୀ ତାଙ୍କୁ ବ୍ଲାକମେଲ୍ କରୁଛନ୍ତି। ସେ ତାଙ୍କ ଭଉଣୀ ସହ ଯେଉଁ ସମ୍ପର୍କ ରଖିଛନ୍ତି ତାହା ତାଙ୍କ ପ୍ରଥମ ସ୍ତ୍ରୀ ଓ ପରିବାର ଲୋକେ ଜାଣିଛନ୍ତି ବୋଲି ମୁଣ୍ଡେ କହିଛନ୍ତି। ତେବେ ଅଭିଯୋଗକାରିଣୀ ଥାନାରେ ଏତଲା ଦେବା ବେଳେ ସେ ମୁଣ୍ଡେଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା କହିଛନ୍ତି। ତେଣୁ ପୁଲିସ ଏହି ମାମଲାରେ ଏବେ ତଦନ୍ତ କରୁଛି।

Related story