ମୁଜାଫରନଗର: ଉତ୍ତରପ୍ରଦେଶର ମୁଜାଫରନଗରରେ ଆଜି ସକାଳୁ ଏକ ବିସ୍ଫୋରଣ ଘଟି ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଦେଇଥିଲା। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ପୋଲିସ ମୃତକ ଦ୍ୱୟଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।
ସିଭିଲ୍ ଲାଇନ୍ ଥାନା ଅନ୍ତର୍ଗତ ସରବରପାରି ନିକଟରେ ଥିବା ଏକ କବାଡିଆ ଦୋକାନରେ ପୁରୁଣା ସ୍କ୍ରାପ୍ ଭଙ୍ଗାଯିବା ବେଳେ ଏହି ବ୍ଲାଷ୍ଟ ହୋଇଥିଲା। ଘଟଣା ସ୍ଥଳରେ ଇନ୍ଦିରା କଲୋନୀର ତାଜିମ ଏବଂ ଶହଜାଦଙ୍କ ମୃତ୍ୟୁ ଘଟିଥିଲା। ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଆହତଙ୍କ ମଧ୍ୟରୁ ୟୁସୁଫ ଏବଂ ନୱାଜିଶଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ମେରଠ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଏହି ଘଟଣା ପରେ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ପୋଲିସ ଘଟଣା ସ୍ଥଳରେ ଯାଞ୍ଚ ଚଲାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Education
ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ତାରିଖ ଘୋଷଣା କଲା CBSE
ଦଶମ ଶ୍ରେଣୀ ଓ ଦ୍ୱାଦଶ ଶ୍ରେଣୀ ସିବିଏସ୍ଇ ବୋର୍ଡ ପରୀକ୍ଷା 2025 ଫେବୃଆରୀ 15ରୁ ଆରମ୍ଭ ହେବ। ସିବିଏସ୍ଇ ଏହାର ଆଧିକାରୀକ ୱେବସାଇଟ୍ 'cbse.gov.in'ରେ ପରୀକ୍ଷା ସୂଚୀ ପ୍ରକାଶ କରିଛି।
National
୬,୬୦୦ କୋଟିର ବିଟକଏନ ସ୍କାମ: FIR ରୁଜୁ କରି ତଦନ୍ତ ଆରମ୍ଭ କଲା ସିବିଆଇ
୬,୬୦୦ କୋଟି ଟଙ୍କାର ବିଟକଏନ ଠକେଇ ମାମଲାର ମାଷ୍ଟରମାଇଣ୍ଡ ହେଉଛନ୍ତି ଅମିତ ଭରଦ୍ୱାଜ ଓ ଅଜୟ ଭରଦ୍ୱାଜ। ସିବିଆଇ ଏହି ଦୁଇ ଜଣଙ୍କ ନାଁ ଏଫଆଇଆରରେ ଉଲ୍ଲେଖ କରିଛି। ହୃଦଘାତରେ ଅମିତ ପ୍ରାଣ ହରାଇ ସାରିଥିବା ବେଳେ ଅଜୟ ଏବେ ଫେରାର ରହିଛନ୍ତି।
Politics
ଝାରଖଣ୍ଡ ଏକଜିଟ ପୋଲ: ଆକ୍ସିସ ମାଇଁ ଇଣ୍ଡିଆକୁ ଛାଡ଼ି ଆଉ ସମସ୍ତେ କହିଲେ ବିଜେପି ଜିତିବ
ଝାରଖଣ୍ଡର ମୋଟ ୮୧ଟି ବିଧାନସଭା ଆସନ ମଧ୍ୟରୁ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୪୧।
Politics
ମହାରାଷ୍ଟ୍ରରେ ବିଗିଡ଼ିଲା ଖେଳ, ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କୁ ସମର୍ଥନ କଲେ ସିନ୍ଦେ ପରିବାର
ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେଲେ ବରିଷ୍ଠ କଂଗ୍ରେସ ନେତା ସୁଶୀଲ କୁମାର ସିନ୍ଦେ ଓ ତାଙ୍କ ଝିଅ ପ୍ରଣୀତି ସିନ୍ଦେ। ବିଗିଡ଼ିଲା ମହାବିକାଶ ଅଘାଡ଼ି ଗଣିତ।
Politics
ସରିଲା ଭୋଟ: ଆସିଲା ଏକଜିଟ ପୋଲ୍
ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନ ମଧ୍ୟରୁ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୧୪୫।