ସଚେତନତା ନା ପ୍ରୋତ୍ସାହନ ? ସ୍କୁଲ ପ୍ରଶ୍ନପତ୍ରରେ ବ୍ଲୁ-ହ୍ୱେଲ ଗେମ

ରାୟପୁର: ସ୍କୁଲ ପରୀକ୍ଷା ପ୍ରଶ୍ନପତ୍ରରେ ବ୍ଲୁ-ହ୍ୱେଲ ଗେମ। ପ୍ରଶ୍ନପତ୍ରରେ ଏହି ଖେଳକୁ ନେଇ ପ୍ରଶ୍ନ ରହିଛି। ଯାହାର ଉତ୍ତରଦେବାକୁ କୁହାଯାଇଛି।  ଛତିଶଗଡ଼ର ରାୟପୁର କୋରବା ସ୍ଥିତ ଏନଟିପିସି ଦ୍ୱାରା ପରିଚାଳିତ ଦିଲ୍ଲୀ ପବ୍ଲିକ ସ୍କୁଲର ପ୍ରଶାସନ ପକ୍ଷରୁ ଏଭଳି ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇଥିଲା।   ୫୦ ଟି ଶବ୍ଦ ମଧ୍ୟରେ ଦୁଇ ଜଣ ପିଲାଙ୍କ ମଧ୍ୟରେ କଥାବର୍ତ୍ତାକୁ ଲେଖିବାକୁ ଏହି ପ୍ରଶ୍ନରେ ଉଲ୍ଲେଖ ଅଛି। ନବମ ଶ୍ରେଣୀ ଛାତ୍ରଙ୍କ  ହିନ୍ଦୀ ପେପର ପରୀକ୍ଷାରେ ଏହି ପ୍ରଶ୍ନଟି ରହିଛି।  ଯାହାର […]

Rakesh Mallick
  • Published: Monday, 18 September 2017
  • , Updated: 18 September 2017, 09:09 PM IST

ରାୟପୁର: ସ୍କୁଲ ପରୀକ୍ଷା ପ୍ରଶ୍ନପତ୍ରରେ ବ୍ଲୁ-ହ୍ୱେଲ ଗେମ। ପ୍ରଶ୍ନପତ୍ରରେ ଏହି ଖେଳକୁ ନେଇ ପ୍ରଶ୍ନ ରହିଛି। ଯାହାର ଉତ୍ତରଦେବାକୁ କୁହାଯାଇଛି।  ଛତିଶଗଡ଼ର ରାୟପୁର କୋରବା ସ୍ଥିତ ଏନଟିପିସି ଦ୍ୱାରା ପରିଚାଳିତ ଦିଲ୍ଲୀ ପବ୍ଲିକ ସ୍କୁଲର ପ୍ରଶାସନ ପକ୍ଷରୁ ଏଭଳି ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇଥିଲା।   ୫୦ ଟି ଶବ୍ଦ ମଧ୍ୟରେ ଦୁଇ ଜଣ ପିଲାଙ୍କ ମଧ୍ୟରେ କଥାବର୍ତ୍ତାକୁ ଲେଖିବାକୁ ଏହି ପ୍ରଶ୍ନରେ ଉଲ୍ଲେଖ ଅଛି। ନବମ ଶ୍ରେଣୀ ଛାତ୍ରଙ୍କ  ହିନ୍ଦୀ ପେପର ପରୀକ୍ଷାରେ ଏହି ପ୍ରଶ୍ନଟି ରହିଛି।  ଯାହାର ସଠିକ ଉତ୍ତରେର ମିଳିବ ୫ ମାର୍କ। ଅନ୍ୟପଟେ  ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି ବିପଦଜ୍ଜନକ ଖେଳ ପ୍ରତି ଅଧିକ ଆଗ୍ରହ ବଢୁଥିବା ବେଳେ ଏଭଳି ପଦକ୍ଷେପ ଦ୍ୱାରା ଛାତ୍ରଛାତ୍ରୀ ପ୍ରଭାବିତ ହେବେ ବୋଲି କହିଛନ୍ତି ଜାଲ୍ଲା ଶିକ୍ଷା ଅଧିକାରୀ । ଏନେଇ ସେ ସ୍କୁଲ ପ୍ରଶାସନକୁ ସ୍ପଷ୍ଟୀକରଣ ମାଗିବେ ବୋଲି କହିଛନ୍ତି । ଅନ୍ୟପକ୍ଷରେ ଛାତ୍ରଛାତ୍ରୀମାନଙ୍କୁ ଏହି ଗେମ ବିଷୟରେ ସଚେତନ କରାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ସ୍କୁଲ ପ୍ରଶାସନ ପକ୍ଷରୁ କୈଫତ ଦିଆଯାଇଛି।

Related story