ମୁମ୍ୱାଇ: କିଙ୍ଗ୍ ଖାନ୍ ଶାହାରୁଖଙ୍କ ଅଫିସ୍ରେ ଚାଲିଲା ବୁଲ୍ଡୋଜର। ଭଙ୍ଗା ଗଲା ଅଫିସ୍ରେ ବେଆଇନ୍ ଭାବେ ନିର୍ମାଣ କରାଯାଇଥିବା କ୍ୟାଣ୍ଟିନ୍। ବିଏମ୍ସି କର୍ତ୍ତୃପକ୍ଷ ଓ ପୋଲିସ୍ ଉପସ୍ଥିତିରେ ୨୦୦୦ ବର୍ଗଫୁଟ୍ର ଏହି ବେଆଇନ ନିର୍ମାଣକୁ ଆଜି ଭଙ୍ଗା ଯାଇଛି।
ମୁମ୍ୱାଇର ଗୋରାଗାଁଓ ଅଞ୍ଚଳରେ ରହିଛି ଶାହାରୁଖଙ୍କ ପ୍ରଡକ୍ସନ ହାଉସ୍ ‘ରେଡ୍ ଚିଲିଜ୍ ଏଣ୍ଟରଟେନ୍ମେଣ୍ଟ୍’ର ଅଫିସ୍। ଗୋରାଗାଁଓର ପଶ୍ଚିମରେ ଡିଏଲ୍ଏଚ୍ ମ୍ୟାକ୍ସ ବିଲ୍ଡିଂରେ ରହିଛି ତାଙ୍କର ଏହି ଅଫିସ୍। ଏଠାରେ ସେ ନିଜର କର୍ମଚାରୀମାନଙ୍କ ପାଇଁ ଟେରେସାରେ ଏକ କ୍ୟାଣ୍ଟିନ୍ ନିର୍ମାଣ କରିଥିଲେ। ତେବେ ଏହାକୁ ବିନା ଅନୁମତିରେ ସେ ନିର୍ମାଣ କରିଥିଲେ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି। ସେଥିପାଇଁ ଏହାକୁ ଭାଙ୍ଗି ଦିଆଗଲା ବୋଲି ବିଏମ୍ସି କହିଛି।
ଏନେଇ ଶାହାରୁଖଙ୍କ ଅଫିସ୍ ପକ୍ଷରୁ ପ୍ରତିକ୍ରିୟା ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ଏହି ପ୍ରୋପର୍ଟିର ମାଲିକ ତାଙ୍କ ଅଫିସ୍ ନୁହେଁ। ଏହାକୁ ଅଫିସ୍ ଭଡ଼ାରେ ନେଇଛି। ଏଠାରେ ବିଲ୍ଡିଂ ବାହାରକୁ ଏକ ଖୋଲା ସ୍ଥାନ ଅଛି। ସେଠାରେ ଅଫିସ୍ର କର୍ମଚାରୀମାନେ ଘରୁ ଆଣିଥିବା ଟିଫିନ୍ ଖାଆନ୍ତି। ତାହା ଏକ କ୍ୟାଣ୍ଟିନ୍ ନଥିଲା। ଭୁଲ ବୁଝାମଣା ଯୋଗୁଁ ବିଏମ୍ସି ଏହାକୁ ଭାଙ୍ଗି ଦେଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।