ଆସିଲା BMWର ୩୫୦ସିସି ସ୍କୁଟର, ସୁରକ୍ଷା ପାଇଁ ରହିଛି ଅନେକ ସୁବିଧା

ନୂଆଦିଲ୍ଲୀ: ଅଟୋମୋବାଇଲ କମ୍ପାନୀ ବିଏମଡବ୍ଲ୍ୟୁ ଆଣିଲା ଆଉ ଏକ ଛୋଟ୍ ବାଇକ୍‌। BMWର Motorrad C ଫ୍ୟାମିଲିର ଲାଟେଷ୍ଟ ମେମ୍ବର କୁହାଯାଉଥିବା C 400X Premium ମଡେଲ ସ୍କୁଟରଟି ବଜାରକୁ ଆସିଛି। ଏହାକୁ ମଧ୍ୟମ ସାଇଜ୍‌ର ସ୍କୁଟର ବୋଲି କୁହାଯାଉଛି। ଟେକ୍ନୋଲୋଜି ଦୃଷ୍ଟିରୁ ଅତ୍ୟନ୍ତ ଉନ୍ନତମାନର ସ୍କୁଟର ଭାବେ ବିବେଚନା କରାଯାଉଥିବା ଏହି ଦୁଇଚକିଆ ଯାନରେ ଅନେକ ସୁବିଧା ରହିଛି। ଏହି ସ୍କୁଟର ସିଙ୍ଗିଲ ସିଲିଣ୍ଡର ବିଶିଷ୍ଟ ଇଞ୍ଜିନ ଥିବା ବେଳେ ଏଥିରୁ 34hp ଶକ୍ତି ଏବଂ […]

d-555

Rakesh Mallick
  • Published: Tuesday, 14 November 2017
  • , Updated: 14 November 2017, 05:32 PM IST

ନୂଆଦିଲ୍ଲୀ: ଅଟୋମୋବାଇଲ କମ୍ପାନୀ ବିଏମଡବ୍ଲ୍ୟୁ ଆଣିଲା ଆଉ ଏକ ଛୋଟ୍ ବାଇକ୍‌। BMWର Motorrad C ଫ୍ୟାମିଲିର ଲାଟେଷ୍ଟ ମେମ୍ବର କୁହାଯାଉଥିବା C 400X Premium ମଡେଲ ସ୍କୁଟରଟି ବଜାରକୁ ଆସିଛି। ଏହାକୁ ମଧ୍ୟମ ସାଇଜ୍‌ର ସ୍କୁଟର ବୋଲି କୁହାଯାଉଛି। ଟେକ୍ନୋଲୋଜି ଦୃଷ୍ଟିରୁ ଅତ୍ୟନ୍ତ ଉନ୍ନତମାନର ସ୍କୁଟର ଭାବେ ବିବେଚନା କରାଯାଉଥିବା ଏହି ଦୁଇଚକିଆ ଯାନରେ ଅନେକ ସୁବିଧା ରହିଛି। ଏହି ସ୍କୁଟର ସିଙ୍ଗିଲ ସିଲିଣ୍ଡର ବିଶିଷ୍ଟ ଇଞ୍ଜିନ ଥିବା ବେଳେ ଏଥିରୁ 34hp ଶକ୍ତି ଏବଂ 6,000rpmର 35Nmର ଟର୍କ୍ୟୁ ଉତ୍ପାଦନ କରିବାର କ୍ଷମତା ରହିଛି।

ସେହିପରି ଇଞ୍ଜିନ ସହ CVT ଗିଅର ବକ୍ସ ସହ ଲିଙ୍କ ରହିଛି। ଏହା ବ୍ୟତୀତ ଏହି ବାଇକ୍‌ରେ ଅଟୋମେଟିକ୍‌ ଷ୍ଟାବିଲିଟି କଣ୍ଟ୍ରୋଲ (ASC) ରହିଛି।  ଏହି ସିଷ୍ଟମ ଆପଣଙ୍କୁ ସୁରକ୍ଷିତ ରଖିବାରେ କାର୍ଯ୍ୟ କରିବ। ସେହିପରି ସ୍ପିଡ୍‌ ନିୟନ୍ତ୍ରଣ ଏବଂ ଉଚ୍ଚା ଖାଲର ଯନ୍ତ୍ରଣାରୁ ମୁକ୍ତି ପାଇଁ ଏଥିରେ ସ୍ପ୍ରିଙ୍ଗ ସିଷ୍ଟମ ଉନ୍ନତମାନର ରହିଛି। ଏହାର ଆଗ ଏବଂ ପଛ ଚକରେ ସିଙ୍ଗଲ ଡିସ୍କ ବ୍ରେକ୍‌ ରହିଛି। ଏଥିସହ ସ୍କୁଟରରେ multifunctional instrument cluster ସାଙ୍ଗକୁ ଏଲଇଡି ଲାଇଟ୍‌ ଏବଂ 6.5 ଇଞ୍ଚର TFT ସ୍କ୍ରିନ୍‌ ରହିଛି। ଏହାର  ଇଞ୍ଜିନ ହେଉଛି ୩୫୦ସିସି। ତେବେ ଏହାର ଦର ସମ୍ପର୍କରେ କୌଣସି ସୂଚନା ମିଳି ନାହିଁ।

Related story