ନୂଆଦିଲ୍ଲୀ: ବଜାରକୁ ଆସିଲା ବିଏମଡବ୍ଲ୍ୟୁର ମହଙ୍ଗା ବାଇକ୍ Motorrad ପକ୍ଷରୁ ଭାରତରେ ଦୁଇଟି ନୂତନ ଷ୍ଟାଇଲିସ୍ ବାଇକ୍ ଲଞ୍ଚ କରାଯାଇଛି। ଗୋଟିଏ K1600 B ମଡେଲର ହୋଇଥିବା ବେଳେ ଅନ୍ୟଟି ହେଉଛି R nineT Racer । ଚଳିତ ସପ୍ତାହରେ ଗୋଆରେ ବାଇକ୍ ସପ୍ତାହ ପାଳନ ଅବସରରେ ଏହି ଦୁଇଟି ବାଇକ୍ ଲଞ୍ଚ କରାଯାଇଛି। BMW K1600B ମଡେଲଟି ସମ୍ପୂର୍ଣ୍ଣ ଫାୟାର ବେଗର ମୋଟର ସାଇକେଲ। ଆଉ R nineT Racer ବାଇକ୍ଟି ଷ୍ଟ୍ରିଟ୍ ବାଇକ୍ର ଡାଉନ୍ର ଡାଉନ୍ ଭର୍ସନ। BMW K1600B ବାଇକ୍ର ମୂଲ୍ୟ (ଏକ୍ସ-ସୁରୁମ) ୨୯ ଲକ୍ଷ ଟଙ୍କା ରହିଛି। ସେହିପରି BMW R nineT racer ମଡେଲର ମୂଲ୍ୟ ୧୭.୩୦ ଲକ୍ଷ ଟଙ୍କା ରହିଛି। BMW K1600B ବାଇକ୍ଟି ୬ ସିଲିଣ୍ଡର ବିଶିଷ୍ଟ ହୋଇଥିବା ବେଳେ ଏହାର ଇଞ୍ଜିନ ହେଉଛି 1649cc।
ଏଥିସହ ଏହି ଇଞ୍ଜିନ୍ 160Bhp ପାୱାର ଉତ୍ପାଦନ, 175Nmର ସର୍ବାଧିକ torque କ୍ଷମତା ରହିଛି । ସେହିପରି ଟ୍ରାନ୍ସମିଶନ କ୍ଷେତ୍ରରେ ୬ ସ୍ପିଡ୍ ବିଶିଷ୍ଟ ଗିଏର ବକ୍ସକୁ ଇଞ୍ଜିନରେ ଖଞ୍ଜାଯାଇଛି। ସେହିପରି ଏହି ବାଇକ୍ରେ ରିଭର୍ସ ଗିଅର ମଧ୍ୟ ରହିଛି। ସେହିପରି BMW R nineT racer ବାଇକ୍ଟି ୧୧୭୦ ସିସିର ହୋଇଥିବା ବେଳେ ଏଥିରେ ଦୁଇଟି ଏୟେର କୁଲ ସିଲିଣ୍ଡର ଇଞ୍ଜିନ ରହିଛି। ଏହି ଇଞ୍ଜିନ 110Bhp ର କ୍ଷମତା ଉତ୍ପାଦନ କରିବାର ଶକ୍ତି ଥିବା ବେଳେ 116Nmର ଟର୍କ୍ୟୁ କ୍ଷମତା ରହିଛି। ଏହି ବାଇକ୍ ଦୁଇଟି ଦେଖିବାକୁ ଯେମିତି ଆକର୍ଷଣୀୟ ଚଳେଇବା ପାଇଁ ମଧ୍ୟ ସେତିକି ଆକର୍ଷଣୀୟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।