ନୂଆଦିଲ୍ଲୀ:ଦିଲ୍ଲୀର ବସନ୍ତ ବିହାରଠାରେ ଜଣେ ସହାୟକଙ୍କ ସହିତ ବୃଦ୍ଧ ଦମ୍ପତ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବିଷ୍ଣୁ କୁମାର (୮୦) ଏବଂ ଶଶି ମାଥୁର (୭୫) ଉଭୟ ଅବସରପ୍ରାପ୍ତ ସରକାରୀ କର୍ମଚାରୀ। ସେମାନେ ବସନ୍ତ ବିହାରର ଏକ ଆପାର୍ଟମେଣ୍ଟରେ ରହୁଥିଲେ। ସେମାନଙ୍କ ସହ ଏହି ଘରେ ଘରୋଇ କାମରେ ସାହାଯ୍ୟ କରୁଥିବା ସହାୟକ ଖୁସ୍ବୁ ନୌଟିୟାଲ ମଧ୍ୟ ରହୁଥିଲେ।
୩ ଜଣଙ୍କର ଗଳା କଟାଯାଇଛି। ତାଙ୍କ ଘରର କବାଟ ପାଖରେ କିଛି ଲୋକ ରକ୍ତ ଦେଖିବା ପରେ ପୁଲିସ୍କୁ ଜଣାଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ଏହି ହତ୍ୟାକାଣ୍ଡ ଡକାୟତି କାରଣରୁ ନୁହେଁ।
ଏହି ଘଟଣାର ତଦନ୍ତ ଏବେ ମଧ୍ୟ ଜାରି ରହିଛି। ଦମ୍ପତିଙ୍କ ପୁଅ ଗତ କିଛି ଦିନ ତଳେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିଲା ଏବଂ ସେମାନଙ୍କ ଝିଅମାନେ ବାହାରେ କୌଣସି ଦୂର ସ୍ଥାନରେ ରହୁଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର ହେଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ
ଗତ ୧୯ରେ ସଂସଦ ଏଣ୍ଟ୍ରି ଗେଟରେ ‘ଆମ୍ବେଦକର’ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ଏହି ସମୟରେ ଠେଲା ପେଲା ହୋଇଥିଲା। ଏଥିରେ ଦୁଇ ଜଣ ବିଜେପି ସାଂସଦ ଆହତ ହୋଇଥିଲେ।
National
ଛତିଶଗଡ଼ ମହିଳା ଯୋଜନାର ହିତାଧିକାରୀ ସନ୍ନି ଲିଓନି, ମାସିକ ଭତ୍ତା ହଜାରେ
ଛତିଶଗଡ଼ ସରକାର ବିବାହିତ ମହିଳାଙ୍କୁ ମହତାରି ବନ୍ଦନ ଯୋଜନାରେ ପ୍ରତି ମାସରେ ୧୦୦୦ ଟଙ୍କା ଦିଅନ୍ତି। ଏହାର ହିତାଧିକାରୀ ତାଳିକାରେ ରହିଛି ଅଭିନେତ୍ରୀ ସନ୍ନି ଲିଓନିଙ୍କ ନାଁ।
National
୧୩ କୋଟିର ଘଣ୍ଟା ଆଣିଲେ ଦମ୍ପତି, ବାନ୍ଧିଲା ପୁଲିସ
ଦୁବାଇରୁ ପ୍ରାୟ ୧୩ କୋଟି ଟଙ୍କା ମୂଲ୍ୟର ଦୁଇଟି ଦାମୀ ଘଣ୍ଟା ଚୋରା ଚାଲାଣ କରିବା ଅଭିଯୋଗରେ ରାଜସ୍ଥାନର ଜଣେ ସ୍ୱାମୀ-ସ୍ତ୍ରୀଙ୍କୁ ଶୁକ୍ରବାର ଅହମ୍ମଦାବାଦ ବିମାନବନ୍ଦରରୁ ପୁଲିସ ଗିରଫ କରିଛି।
National
ଉଇ ଖାଇଗଲା ଲକର୍ର ୧୮ ଲକ୍ଷ
୧୮ ଲକ୍ଷ ଟଙ୍କାର ନୋଟ୍ ଖାଇ ସଫାଚଟ୍ କରିଦେଇଛି ଉଇ। ବ୍ୟାଙ୍କ ପକ୍ଷରୁ ଟଙ୍କାଟେ ବି କ୍ଷତିପୂରଣ ପାଇଲେନି ବିଚାରୀ ମହିଳା।
National
ଏନ୍କାଉଣ୍ଟର, ଟଳିଲେ ୩ ଖଲିସ୍ତାନୀ ଆତଙ୍କୀ
ଘଟଣାସ୍ଥଳରୁ ଦୁଇଟି AK-47 ବନ୍ଧୁକ ସହ ଅନ୍ୟ ମାରଣାସ୍ତ୍ର ଜବତ କରିଛି ପୁଲିସ।