ସ୍ମଗଲରଙ୍କ ଗଳାବାଟ ଉପରେ ଲାଗିବ ରୋକ୍, ବିମାନବନ୍ଦରରେ ଲାଗିବ ବଡି ସ୍କାନର

ନୂଆଦିଲ୍ଲୀ: ଦେଶର ୮୪ଟି ବିମାନବନ୍ଦରର ପ୍ରସ୍ଥାନ ସ୍ଥଳୀରେ ଲଗାଯିବ ବଡି ସ୍କାନର। ମାର୍ଚ୍ଚ ୨୦୨୦ ସୁଦ୍ଧା ଏହି କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ବିମାନ ଯାତ୍ରୀ ସାଜି ସୁନା,ଡ୍ରଗ୍ସ ଓ ବେଆଇନ ଅସ୍ତ୍ରଶସ୍ତ୍ର ସ୍ମଗଲିଂ କରୁଥିବା ଅପରାଧୀଙ୍କ  ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ରୋକିବା ପାଇଁ ବଡି ସ୍କାନର୍ ସହାୟକ ହେବ ବୋଲି ସରକାର ହୃଦବୋଧ କରିଛନ୍ତି। ଭୁବନେଶ୍ୱର ସମେତ ବିଭିନ୍ନ ବିମାନବନ୍ଦରରେ ସ୍ମଗଲର ମାନେ ବାହାର ଦେଶରୁ ସୁନା ଗହଣା, ଡ୍ରଗ୍ସ, […]

Biju-pattnaik-airport

Biju-pattnaik-airport

Subhransu Sekhar
  • Published: Sunday, 02 June 2019
  • Updated: 02 June 2019, 05:37 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ୮୪ଟି ବିମାନବନ୍ଦରର ପ୍ରସ୍ଥାନ ସ୍ଥଳୀରେ ଲଗାଯିବ ବଡି ସ୍କାନର। ମାର୍ଚ୍ଚ ୨୦୨୦ ସୁଦ୍ଧା ଏହି କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ବିମାନ ଯାତ୍ରୀ ସାଜି ସୁନା,ଡ୍ରଗ୍ସ ଓ ବେଆଇନ ଅସ୍ତ୍ରଶସ୍ତ୍ର ସ୍ମଗଲିଂ କରୁଥିବା ଅପରାଧୀଙ୍କ  ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ରୋକିବା ପାଇଁ ବଡି ସ୍କାନର୍ ସହାୟକ ହେବ ବୋଲି ସରକାର ହୃଦବୋଧ କରିଛନ୍ତି।

ଭୁବନେଶ୍ୱର ସମେତ ବିଭିନ୍ନ ବିମାନବନ୍ଦରରେ ସ୍ମଗଲର ମାନେ ବାହାର ଦେଶରୁ ସୁନା ଗହଣା, ଡ୍ରଗ୍ସ, ବେଆଇନ ଅସ୍ତ୍ରଶସ୍ତ୍ର ଲୁଚାଇ ଆଣିବାରେ ସକ୍ଷମ ହେଉଥିବା ନଜିର ରହିଛି। ଏବେ ବିମାନ ବନ୍ଦରରେ ଡୋର ମେଟାଲ ଡିଟେକ୍ଟର, ହ୍ୟାଣ୍ଡ ମେଟାଲ ଡିଟେକ୍ଚର ଆଦି ରହିଛି। ହେଲେ ସ୍ମଗଲର ମାନେ ଏହି ସବୁ ଚେକିଂରୁ ବର୍ତ୍ତିଯାଉଥିବା ଜଣାପଡ଼ିଛି। ତେଣୁ ଏସବୁ ବେଆଇନ କାମ ଉପରେ ରୋକ ଲଗାଇବା ପାଇଁ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋ ଏପରି ନିଷ୍ପତ୍ତି ନେଇଛି।

[caption id="attachment_389028" align="aligncenter" width="750"] ବଡି ସ୍କାନର[/caption]

ଏହି ବଡି ସ୍କାନର ଓ୍ୱେଭ୍ ଟେକ୍ନୋଲଜି ସାହାଯ୍ୟରେ ପ୍ରସ୍ତୁତ। ଏହି ଯନ୍ତ୍ର ଜରିଆରେ ଶରୀରର ଯେ କୌଣସି ଅଂଶରେ ମେଟାଲ କିମ୍ୱା ନନ୍ ମେଟାଲ ସାମଗ୍ରୀ ଲୁଚି ରହିଥିଲେ, ତାହା ଧରାପଡ଼ିଯିବ। ଯେଉଁସ୍ଥାନରେ କୌଣସି ମେଟାଲ ଲୁଚି ରହିଥିବା ସେହି ସ୍ଥାନରେ ହଳଦିଆ ରଙ୍ଗର ଏକ ଚିହ୍ନ ଗ୍ରାଫିକ୍ସ ମାଧ୍ୟମରେ ଚିତ୍ରିତ ହେବ। ଏହି ବଡି ସ୍କାନର ଦ୍ୱାରା କୌଣସି ଗର୍ଭବତୀ କିମ୍ବା ରୋଗୀ ପ୍ରଭାବିତ ହେବାର ଆଶଙ୍କା ନାହିଁ।

କିନ୍ତୁ ସ୍କାନ ହେବା ପୂର୍ବରୁ ଉକ୍ତ ବ୍ୟକ୍ତି ମୋଟା କପଡ଼ା, ଜାକେଟ୍, ଜୋତା, ବେଲ୍ଟ କିମ୍ୱା ମେଟାଲ ଜିନିଷ ପିନ୍ଧିଥିଲେ ତାକୁ କାଢ଼ିବାକୁ ପଡ଼ିବ। ଦେଶରେ ଏବେ ୧୦୫ଟି ବିମାନବନ୍ଦର ରହିଛି। ମାର୍ଚ୍ଚ ୨୦୨୦ ସୁଦ୍ଧା ପ୍ରଥମେ ୮୪ଟି ଏବଂ ବାକି ବିମାନବନ୍ଦରରେ ୨୦୨୧ ମାର୍ଚ୍ଚ ସୁଦ୍ଧା ବଡି ସ୍କାନର ମେସିନ ଲାଗିବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos