ନୂଆଦିଲ୍ଲୀ: ଭାରତ-ଆଫ୍ରିକା ସମ୍ମିଳନୀରେ ବୋକୋ ହରାମ୍ ଓ ଇସଲାମିକ୍ ଷ୍ଟେଟ୍ (ଆଇଏସଆଇଏସ୍) ପକ୍ଷରୁ ଆକ୍ରମଣ ଲାଗି ଯୋଜନା କରାଯାଉଥିବା ଗୁଇନ୍ଦା ବିଭାଗକୁ ସୂଚନା ମିଳିଛି। ଦିଲ୍ଲୀରେ ଚାଲିଥିବା ଏହି ସମ୍ମିଳନୀରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଛନ୍ତି। ଆତଙ୍କୀ ସଙ୍ଗଠନ ଏହି ବ୍ୟକ୍ତିମାନଙ୍କୁ ଟାର୍ଗେଟ୍ କରିବାକୁ ଯୋଜନା କରୁଥିବା ଗୁଇନ୍ଦା ବିଭାଗ କହିଛି।
ଦିଲ୍ଲୀରେ ଚାଲିଥିବା ଏହି ସମ୍ମିଳନୀରେ ଅନେକ ରାଜ୍ୟର ଅଧିକାରୀମାନେ ଯୋଗ ଦେଇଛନ୍ତି। ଏହାସହ ଆଫ୍ରିକାର ବହୁ ଅଧିକାରୀମାନେ ମଧ୍ୟ ସାମିଲ ହୋଇଛନ୍ତି। ସମ୍ମିଳନୀରେ ସାମିଲ ହେଉଥିବା ଲୋକଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି। ଫରେନ ରିଜନ୍ ରେଜିଷ୍ଟ୍ରେସନ୍ ଅଫିସ (ଏଫଆରଆରଓ) ଓ ଦିଲ୍ଲୀ ପୋଲିସ ଦକ୍ଷିଣ ଆଫ୍ରିକାରୁ ଆସୁଥିବା ପ୍ରତ୍ୟକ ଲୋକଙ୍କ ଉପରେ କଡା ନଜର ରଖିଛି।
ଭାରତ-ଆଫ୍ରିକା ସମ୍ମିଳନୀ ସୋମବାରଠାରୁ ଦିଲ୍ଲୀରେ ଆରମ୍ଭ ହୋଇଛି। ଏଥିରେ ଭାରତର ବହୁ ବରିଷ୍ଠ ଅଧିକାରୀଙ୍କ ସମେତ ୫୪ ଆଫ୍ରିକୀୟ ଦେଶ ଅଂଶ ଗ୍ରହଣ କରିଛନ୍ତି। ଭାରତ ଓ ଆଫ୍ରିକୀୟ ଦେଶମାନଙ୍କ ମଧ୍ୟରେ ରାଜନୈତିକ ସମ୍ପର୍କ ସୁଦୃଢ କରିବା ଏହି ସମ୍ମିଳନୀର ଉଦ୍ଦେଶ୍ୟ ରହିଛି। ଏହା ସହିତ ବିଶ୍ୱର ବିଭିନ୍ନ ସମସ୍ୟା ଉପରେ ମଧ୍ୟ ଆଲୋଚନା ହୋଇପାରେ। ଅକ୍ଟୋବର ୨୯ ତାରିଖ ପର୍ଯ୍ୟନ୍ତ ଏହି ସମ୍ମିଳନୀ ଚାଲିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।