ସୋମାଲିଆର ରାଜଧାନୀରେ ଭୟାବହ ବୋମା ବିସ୍ଫୋରଣ: ୨୩୧ ମୃତ୍ୟୁ  

ନୂଆଦିଲ୍ଲୀ: ସୋମାଲିଆର ରାଜଧାନୀ ମୋଗାଡିସୁରେ ଭୟାଭବ ବୋମା ବିସ୍ଫୋରଣ। ଏହି ବିସ୍ଫୋରଣରେ ୨୩୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୭୫ଜଣ  ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଅନେକ ଗୁରୁତର ଅ଼ଛନ୍ତି। ବିସ୍ଫୋରଣର ମାତ୍ରା ଏତେ ଅଧିକ ଥିଲା ଯେ, ଅନେକ ଲୋକ ନିଆଁରେ ଜଳିଯାଇଛନ୍ତି। ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ସେମାନଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି। ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି। ଏହି ଆକ୍ରମଣ ପାଇଁ ସୋମାଲିଆର ରାଷ୍ଟ୍ରପତି ମହମ୍ମଦ ଅବ୍‌ଦୁଲାହି ମହମ୍ମଦ କୁଖ୍ୟାତ […]

somalia-attacks

somalia-attacks

Rakesh Mallick
  • Published: Sunday, 15 October 2017
  • Updated: 16 October 2017, 08:25 AM IST

Sports

Latest News

ନୂଆଦିଲ୍ଲୀ: ସୋମାଲିଆର ରାଜଧାନୀ ମୋଗାଡିସୁରେ ଭୟାଭବ ବୋମା ବିସ୍ଫୋରଣ। ଏହି ବିସ୍ଫୋରଣରେ ୨୩୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୭୫ଜଣ  ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଅନେକ ଗୁରୁତର ଅ଼ଛନ୍ତି। ବିସ୍ଫୋରଣର ମାତ୍ରା ଏତେ ଅଧିକ ଥିଲା ଯେ, ଅନେକ ଲୋକ ନିଆଁରେ ଜଳିଯାଇଛନ୍ତି। ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ସେମାନଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି। ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି।

ଏହି ଆକ୍ରମଣ ପାଇଁ ସୋମାଲିଆର ରାଷ୍ଟ୍ରପତି ମହମ୍ମଦ ଅବ୍‌ଦୁଲାହି ମହମ୍ମଦ କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନ ଆଲକାଏଦା ସଙ୍ଗଠନର ସହଯୋଗୀ ତଥା ବିଛିନ୍ନତାବଦୀ ଗୋଷ୍ଠୀ ଅଲସାବାବ୍‌କୁ ଦାୟୀ କରିଛନ୍ତି। ସୋମାଲିଆ ସରକାର ଏହାକୁ ଜାତୀୟ ବିପତ୍ତି ବୋଲି ଘୋଷଣା କରିଛନ୍ତି। ସେହିପରି ଦେଶରେ ୩ ଦିନିଆ ଶୋକ ମଧ୍ୟ ଘୋଷଣା କରିଛନ୍ତି। ମୁଖ୍ୟତଃ ସୋମାଲିଆର ରାଜଧାନୀର ଜନଗଳହଳିପୂର୍ଣ୍ଣ ଅଞ୍ଚଳକୁ ଟାର୍ଗେଟ କରାଯାଇଥିଲା। ଏହି ଆକ୍ରମଣକୁ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ଆତଙ୍କବାଦୀଙ୍କ ବିରୋଧରେ ମୁକାବିଲା ପାଇଁ ସୋମାଲିଆ ସରକାର ଆଫ୍ରିକୀୟ ରାଷ୍ଟ୍ରଙ୍କୁ ଆହ୍ୱାନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos