ପ୍ରେମିକାକୁ ମାରି ପୋତିଦେଲା, ତା'ଉପରେ ତିଆରି କଲା ଘର

ଲକ୍ଷ୍ନୌ: ବଲିଉଡ ଫିଲ୍ମ ‘ଦୃଶ୍ୟମ’ରେ ଅଭିନେତା ଅଜୟ ଦେବଗନ ନିଜ ଝିଅକୁ ଅସଦାଚରଣ କରିଥିବା ଅଭିଯୁକ୍ତର ମୃତଦେହକୁ ଲୁଚାଇବାକୁ ଯାଇ ନିର୍ମାଣାଧୀନ ପୁଲିସ ଷ୍ଟେସନରେ ପୋତି ଦେଉଛନ୍ତି। ଏଭଳି କିଛି ଦୃଶ୍ୟର ପୁନାରାବୃତ୍ତି ଘଟିଛି ପ୍ରକୃତ ଜୀବନରେ। ଉତ୍ତରପ୍ରଦେଶ ଖରଗେନା ଅଞ୍ଚଳରେ ହୋଇଥିବା ଏକ ହତ୍ୟାକାଣ୍ଡର ପୁଲିସ ପର୍ଦ୍ଦାଫାଶ କରିଛି। ଯାହା ସମସ୍ତଙ୍କୁ ଚକିତ କରିଦେଇଛି। ସେଠାକର ଜଣେ ସନ୍ତୋଷ ନାମକ ପ୍ରେମିକ ନିଜ ବିବାହିତା ପ୍ରେମିକା ଛାୟା ବାଇକୁ ହତ୍ୟା କରି ପୁନିଦି ତଳେ ପୋତି […]

murder

Madhupriya Mistry
  • Published: Thursday, 28 January 2021
  • , Updated: 28 January 2021, 02:16 PM IST

ଲକ୍ଷ୍ନୌ: ବଲିଉଡ ଫିଲ୍ମ 'ଦୃଶ୍ୟମ'ରେ ଅଭିନେତା ଅଜୟ ଦେବଗନ ନିଜ ଝିଅକୁ ଅସଦାଚରଣ କରିଥିବା ଅଭିଯୁକ୍ତର ମୃତଦେହକୁ ଲୁଚାଇବାକୁ ଯାଇ ନିର୍ମାଣାଧୀନ ପୁଲିସ ଷ୍ଟେସନରେ ପୋତି ଦେଉଛନ୍ତି। ଏଭଳି କିଛି ଦୃଶ୍ୟର ପୁନାରାବୃତ୍ତି ଘଟିଛି ପ୍ରକୃତ ଜୀବନରେ। ଉତ୍ତରପ୍ରଦେଶ ଖରଗେନା ଅଞ୍ଚଳରେ ହୋଇଥିବା ଏକ ହତ୍ୟାକାଣ୍ଡର ପୁଲିସ ପର୍ଦ୍ଦାଫାଶ କରିଛି। ଯାହା ସମସ୍ତଙ୍କୁ ଚକିତ କରିଦେଇଛି।

ସେଠାକର ଜଣେ ସନ୍ତୋଷ ନାମକ ପ୍ରେମିକ ନିଜ ବିବାହିତା ପ୍ରେମିକା ଛାୟା ବାଇକୁ ହତ୍ୟା କରି ପୁନିଦି ତଳେ ପୋତି ଦେଇଛି। ଏବଂ ତା'ଉପରେ ସିମେଣ୍ଟ ପ୍ଲାଷ୍ଟର କରି ନୂଆ ଘର ତିଆରି କରିଛି। ଘଟଣା ସାମ୍ନାକୁ ଆସିବା ପରେ ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ଏହି ଘଟଣାରେ ଅଭିଯୁକ୍ତ ପ୍ରେମିକକୁ ପୁଲିସ ଗିରଫ କିରଛି।

ପୁଲିସ ସୂଚନା ମୁତାବକ, କିଛି ଦିନ ତଳେ ଛାୟା ବାଇ ମୋହନଖେଡି ଗାଁରେ ଥିବା ନିଜ ବାପ ଘରକୁ ଆସିଥିଲେ। କିନ୍ତୁ ଗତ ଡିସେମ୍ବର ୩୦ ତାରିଖ ଦିନ ହଠାତ ସେ କୁଆଡେ ଗାଏବ ହୋଇଯାଇଥିଲେ। ବହୁ ଖୋଜାଖୋଜି ପରେ ପରିବାର ଲୋକେ ୩ ଜନୁଆରୀ ୨୦୨୧ରେ ଛାୟା ବାଇ ନିଖୋଜ ହୋଇଯାଇଥିବା ନେଇ ନିକଟସ୍ଥ ଥାନାରେ ଅଭିଯୋଗ କରିଥିଲେ। ଛାୟା ବାଇଙ୍କ ସହ ତାଙ୍କ ପ୍ରେମିକ ସନ୍ତୋଷ ମଧ୍ୟ ନିଖୋଜ ଥିଲେ। ଏହାପରେ ଦୁହେଁ ଏକାଠି ଫେରାର ହୋଇଯାଇଥିବା ନେଇ ଗାଁ ଲୋକେ ଏବଂ ପୁଲିସ ସନ୍ଦେହ କରିଥିଲା । କନ୍ତୁ ଝିଅ ଘର ଲୋକେ ସନ୍ତୋଷ ତାଙ୍କ ଝିଅକୁ ଅପହରଣ କରିନେଇ, ସେ ତିଆରି କିରଥିବା ନୂଆ ଘରେ ରଖିଛି ବୋଲି ଅଭିଯୋଗ କରିଥିଲେ। ଏହାପରେ ପୁଲିସ ଛାନଭିନ କରିଥିଲା।

ପୁଲିସ ସନ୍ଦେହରେ ସନ୍ତୋଷର ନୂଆଘରକୁ ଯାଇ ତଦନ୍ତ କରିବା ପରେ ଛାୟା ବାଇଙ୍କର କିଛି ଜିନିଷ ଘର ଭିତରୁ ମିଳିଥିଲା । ଯେଉଁସ୍ଥାନରୁ ଛାୟାଙ୍କ ଜିନିଷ ମିଳିଲା ସେହିସ୍ଥାନରେ ପ୍ଲାଷ୍ଟର ହୋଇଥିବା ଦେଖି ପୁଲିସର ସନ୍ଦେହ ଆହୁରି ବଢ଼ିଥିଲା। ପରେ ପୁଲିସ ସେହି ସ୍ଥାନକୁ ଖୋଲିବା ପରେ ୩ ଫୁଟ ମାଟି ତଳୁ ଛାୟାଙ୍କ ମୃତଦେହ ଜବତ ହୋଇଥିଲା।  ଏହି ଘଟଣାରେ ପୁଲିସ ସନ୍ତୋଷକୁ ଗିରଫ କରି କୋର୍ଟ ଚାଲାଣି କରିଛି। ଶବ ବ୍ୟବଚ୍ଛଦ ପାଇଁ ପଠାଯାଇଥିବା ସହ ଘଟଣା ତଦନ୍ତ ଜାରି ରହିଛି ବୋଲି ଏସଡିପିଓ କହିଛନ୍ତି।

Related story