କରୋନା ଆକ୍ରାନ୍ତ: ଇଟାଲୀକୁ ଟପିଲା ବ୍ରାଜିଲ୍

ନୂଆଦିଲ୍ଲୀ: ଚୀନର ଉହାନ ସହରରୁ କରୋନା ବ୍ୟାପିଥିବା କୁହାଯାଉଛି। ଏହି ପ୍ରାଣଘାତୀ ଭାଇରସ ପାଇଁ ଏବେ ସାରା ବିଶ୍ୱ ଚିନ୍ତାରେ। ଆମେରିକା କରୋନାର ହଟସ୍ପଟ ରହିଥିବା ବେଳେ ପଛକୁ ଋଷିଆ ସ୍ପେନ୍ ଭଳି ଦେଶ ରହିଛନ୍ତି। ନିକଟରେ ଭାରତ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ଚୀନକୁ ଟପି ୧୧ ନମ୍ୱର ସ୍ଥାନରେ ରହିଛି। ଏବେ ଇଟାଲୀକୁ ଟପି ବ୍ରାଜିଲ୍ ୫ ନମ୍ୱର ସର୍ବାଧିକ ଆକ୍ରାନ୍ତ ରାଜ୍ୟ ରହିଥିବା ବେଳେ ସେହିପରି ପେରୁ ଚୀନକୁ ସଂକ୍ରମିତଙ୍କ ସଂଖ୍ୟାରେ ଟପି ୧୨ […]

brazil corona (1)

brazil corona (1)

Subhransu Sekhar
  • Published: Sunday, 17 May 2020
  • Updated: 17 May 2020, 04:30 PM IST

ନୂଆଦିଲ୍ଲୀ: ଚୀନର ଉହାନ ସହରରୁ କରୋନା ବ୍ୟାପିଥିବା କୁହାଯାଉଛି। ଏହି ପ୍ରାଣଘାତୀ ଭାଇରସ ପାଇଁ ଏବେ ସାରା ବିଶ୍ୱ ଚିନ୍ତାରେ। ଆମେରିକା କରୋନାର ହଟସ୍ପଟ ରହିଥିବା ବେଳେ ପଛକୁ ଋଷିଆ ସ୍ପେନ୍ ଭଳି ଦେଶ ରହିଛନ୍ତି। ନିକଟରେ ଭାରତ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ଚୀନକୁ ଟପି ୧୧ ନମ୍ୱର ସ୍ଥାନରେ ରହିଛି। ଏବେ ଇଟାଲୀକୁ ଟପି ବ୍ରାଜିଲ୍ ୫ ନମ୍ୱର ସର୍ବାଧିକ ଆକ୍ରାନ୍ତ ରାଜ୍ୟ ରହିଥିବା ବେଳେ ସେହିପରି ପେରୁ ଚୀନକୁ ସଂକ୍ରମିତଙ୍କ ସଂଖ୍ୟାରେ ଟପି ୧୨ ନମ୍ୱର ସ୍ଥାନରେ ରହିଛି। ଚୀନ୍ ୧୩ ନମ୍ୱର ସ୍ଥାନରେ।

ବ୍ରାଜିଲରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୩୩, ୫୧୧ ରହିଥିବା ବେଳେ ୧୫,୬୬୨ ଜଣଙ୍କର ମୃତ୍ୟୁ ଘଟିଛି। ଏବେ ୧୨୮,୧୭୭ ଜଣ ଚିକିତ୍ସାଧୀନ ରହିଛନ୍ତି। ସେହିପରି ଇଟାଲୀରେ ଏବେ ସଂକ୍ରମିତଙ୍କ ସଂଖ୍ୟା ବ୍ରାଜିଲ ତୁଳନାରେ କମ୍ ରହିଛି। ଇଟାଲୀରେ ମୋଟ୍ ୨୨୪,୭୬୦ ଜଣ ସଂକ୍ରମିତ ହୋଇଥିବା ବେଳେ ୩୧,୭୬୩ ଜଣଙ୍କର ମୃତ୍ୟୁ ଘଟିଛି। ଯଦିଓ ଇଟାଲୀ ଅପେକ୍ଷା ବ୍ରାଜିଲରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି। ହେଲେ ମୃତକଙ୍କ ସଂଖ୍ୟାରେ ଇଟାଲୀର ଅଧା ବ୍ରାଜିଲ୍।

ସେହିପରି ପେରୁରେ ଏଯାବତ ୮୮,୫୪୧ ଆକ୍ରାନ୍ତ ହୋଇଥିବା ବେଳେ ୨,୫୨୩ ଜଣଙ୍କର ମୃତ୍ୟୁ ଘଟିଛି। କରୋନା ଭାଇରସର ଭିଲେନ କୁହାଯାଉଥିବା ଚୀନରେ କିନ୍ତ ସଂକ୍ରମିତଙ୍କ ସଂଖ୍ୟା ୮୨,୯୪୭ ରହିଛି। ମୃତକଙ୍କ ସଂଖ୍ୟା ୪,୬୩୩ ରହିଛି।

ବିଶ୍ୱର ୨୧୦ଟି ଦେଶକୁ ଏହି ମହାମାରୀ ବିସ୍ତାର କରିଛି। ଏଯାବତ ବିଶ୍ୱରେ ସଂକ୍ରମିତଙ୍କ ସଂଖ୍ୟା ୪,୭୩୯,୫୬୭ ରହିଥିବାବେଳେ ମୃତକଙ୍କ ସଂଖ୍ୟା ୩୧୩,୬୩୬ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos