ଜଳୁଛି ଆମାଜନ୍‌: ଜଙ୍ଗଲ ବଦଳରେ ଭାବମୂର୍ତ୍ତି ସୁଧାରିବା ପ୍ରୟାସରେ ବ୍ରାଜିଲ

ବ୍ରାସିଲିଆ: ବିଶ୍ୱର ସର୍ବବୃହତ୍‌ ‘ରେନ୍‌ ଫରେଷ୍ଟ’ ଆମାଜନ୍‌ ଏବେ ମନୁଷ୍ୟକୃତ ନିଆଁ ଏବଂ ଗଛକଟା କାରଣରୁ ଧ୍ୱଂସ ହେବା ନେଇ ଅନ୍ତର୍ଜାତୀୟ ସ୍ତରରେ ବିରୋଧ ହେବାପରେ ବ୍ରାଜିଲ ଏହାର ମୁକାବିଲା କୂଟନୀତିକ ସ୍ତରରେ କରିବ ବୋଲି ସୂଚନା ମିଳିଛି। ପରିବେଶକୁ ନେଇ ଏହି ରାଷ୍ଟ୍ର ଅନ୍ତର୍ଜାତୀୟ ରାଷ୍ଟ୍ର ସମୂହଙ୍କୁ କୂଟନୀତି ଜରିଆରେ ବୁଝାଇବାର ପ୍ରୟାସ ଆରମ୍ଭ କରିଛି। ରାଷ୍ଟ୍ରପତି ଜୈର ବୋଲସୋନାରୋଙ୍କ ପ୍ରଶାସନ ଏହାର ଦୂତାବାସମାନଙ୍କୁ ଏକ ୧୨ ପୃଷ୍ଠାର ସର୍କୁଲାର ପଠାଇଥିବା ରୟଟର୍ସ ଖବର ପ୍ରକାଶ […]

amazon-2

amazon-2

Subrat Kumar Nayak
  • Published: Sunday, 25 August 2019
  • Updated: 25 August 2019, 10:31 PM IST

Sports

Latest News

ବ୍ରାସିଲିଆ: ବିଶ୍ୱର ସର୍ବବୃହତ୍‌ ‘ରେନ୍‌ ଫରେଷ୍ଟ’ ଆମାଜନ୍‌ ଏବେ ମନୁଷ୍ୟକୃତ ନିଆଁ ଏବଂ ଗଛକଟା କାରଣରୁ ଧ୍ୱଂସ ହେବା ନେଇ ଅନ୍ତର୍ଜାତୀୟ ସ୍ତରରେ ବିରୋଧ ହେବାପରେ ବ୍ରାଜିଲ ଏହାର ମୁକାବିଲା କୂଟନୀତିକ ସ୍ତରରେ କରିବ ବୋଲି ସୂଚନା ମିଳିଛି। ପରିବେଶକୁ ନେଇ ଏହି ରାଷ୍ଟ୍ର ଅନ୍ତର୍ଜାତୀୟ ରାଷ୍ଟ୍ର ସମୂହଙ୍କୁ କୂଟନୀତି ଜରିଆରେ ବୁଝାଇବାର ପ୍ରୟାସ ଆରମ୍ଭ କରିଛି। ରାଷ୍ଟ୍ରପତି ଜୈର ବୋଲସୋନାରୋଙ୍କ ପ୍ରଶାସନ ଏହାର ଦୂତାବାସମାନଙ୍କୁ ଏକ ୧୨ ପୃଷ୍ଠାର ସର୍କୁଲାର ପଠାଇଥିବା ରୟଟର୍ସ ଖବର ପ୍ରକାଶ କରିଛି। ଏଥିରେ ବିଭିନ୍ନ ଡାଟା ଆଉଟ୍‌ଲାଇନ୍‌ ଏବଂ ଷ୍ଟାଟିଷ୍ଟିକ୍ସ ରହିଛି ଯାହାକି ଏହି ସଙ୍କଟ ସମୟରେ ସରକାରଙ୍କ ଭାବମୂର୍ତ୍ତି ସୁଧାରିପାରିବ।

ଏଥିରେ କୁହାଯାଇଛି ବ୍ରାଜିଲ ୫୯ଟି ଅଞ୍ଚଳରେ ନିଆଁର ମୁକାବିଲ କରିବାର ପ୍ରୟାସ କରୁଛି। ବ୍ରିଟେନ୍‌, ଫ୍ରାନ୍ସ ଏବଂ ଜର୍ମାନୀ ଏହି ପ୍ରସଙ୍ଗରେ ଚିନ୍ତାପ୍ରକଟ କରିବା ପରେ ବ୍ରାଜିଲ ନିଜ ପକ୍ଷ ରଖିବାକୁ ଏଭଳି ପ୍ରୟାସ କରିବାକୁ ବାଧ୍ୟ କରିଛି। ଏପରିକି ଗତ ଜୁନ୍‌ ମାସରେ ଜି୨୦ ସମ୍ମିଳନୀ ସମୟରେ ବ୍ରାଜିଲ ରାଷ୍ଟ୍ରପତି ଜଳବାୟୁ ପରିବର୍ତ୍ତନ ସମସ୍ୟାକୁ ଏଡ଼ାଇବାର ପ୍ରୟାସ କରିବାକୁ ନେଇ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ୟୁଏଲ କହିଥିଲେ, ସେ ମିଛ କହୁଛନ୍ତି।

ଏହା ପୂର୍ବରୁ ଆମାଜନ୍‌ ଜଙ୍ଗଲ ପାଉଁଶ ପାଲଟୁଥିବାର ଛାତି ଥରା ଚିତ୍ର ସବୁ ସମଗ୍ର ବିଶ୍ୱବାସୀଙ୍କ ନିଦ ହଜାଇ ଦେଇଛି। ବିଶ୍ୱକୁ ସବୁଠାରୁ ଅଧିକ ଅମ୍ଲଯାନ ଯୋଗାଉଥିବା ଏହି ଜଙ୍ଗଲର ଅବସ୍ଥା ଏମିତି ହେଲେ ବିଶ୍ୱର ଭବିଷ୍ୟତ କ’ଣ ହେବ ତାହା ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି।

ତେବେ ବ୍ରାଜିଲ ସରକାର ଏକ ତୁଳନାତ୍ମକ ଚିତ୍ର ଦେଖାଇ ଏଥିରୁ ବର୍ତ୍ତିବାର ପ୍ରୟାସ ଆରମ୍ଭ କରିଛନ୍ତି। ଉଦାହରଣ ସ୍ୱରୂପ ଏତିରେ କୁହାଯାଇଛି ୧୯୯୦ ଜଙ୍ଗଲ ନଷ୍ଟ ହେବାର ମାତ୍ରା ସବୁଠାରୁ ଅଧିକ ଥିଲା। ୨୦୦୪-୨୦୧୮ ମଧ୍ୟରେ ଏଥିରେ ୭୨% ହ୍ରାସ ହୋଇଛି। ଏଥିରେ କିନ୍ତୁ କୁହାଯାଇନି ୨୦୧୨ ପରଠାରୁ ପୁଣି ଥରେ ଏପରି ହେବା ଆରମ୍ଭ ହୋଇଛି। ବ୍ରାଜିଲ ଅର୍ଥନୀତି ସୁଧାରିବା ପାଇଁ ପରିବେଶ ଲଗାମ ଛଡ଼ା ହୋଇଥିବା ଏଥିରେ କୁହାଯାଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story