ହନିମୁନ୍‌ ବେଳେ ଚାଲିଗଲା କନ୍ୟାଙ୍କ ଜୀବନ

କଲମ୍ବୋ: ବାହାଘରର ୬ ଦିନ ପରେ ପ୍ରାଣ ହରାଇଲେ କନ୍ୟା। ଆଉ ତା’ପୁଣି ହନିମୁନ୍‌ରେ ଯାଇଥିବା ସମୟରେ। ବ୍ରିଟେନ୍‌ରେ ରହୁଥିବା ନବବିବାହିତ ଭାରତୀୟ ବଂଶୋଦ୍ଭବ ଦମ୍ପତି ଶ୍ରୀଲଙ୍କାକୁ ହନିମୁନ୍‌ରେ ଯାଇଥିବା ସମୟରେ ଏଭଳି ଘଟଣା ଘଟିଛି। ବୁଧବାର ଏହି ମାମଲାର ଶୁଣାଣି ହେବାକୁ ଅଛି, ତେଣୁ ବରକୁ ଶ୍ରୀଲଙ୍କା ଛାଡ଼ିବାକୁ ଦିଆଯାଉନଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ଖୀଲନ୍‌ ଚନ୍ଦାରିଆ ଗତ ଏପ୍ରିଲର ଶେଷ ଭାଗରେ ଶ୍ରୀଲଙ୍କା ଆସିଥିଲେ। ଏପ୍ରିଲ ୨୫ ତାରିଖରେ ହିଁ ତାଙ୍କ […]

Srilanka

Subrat Kumar Nayak
  • Published: Saturday, 11 May 2019
  • , Updated: 11 May 2019, 08:30 PM IST

କଲମ୍ବୋ: ବାହାଘରର ୬ ଦିନ ପରେ ପ୍ରାଣ ହରାଇଲେ କନ୍ୟା। ଆଉ ତା’ପୁଣି ହନିମୁନ୍‌ରେ ଯାଇଥିବା ସମୟରେ। ବ୍ରିଟେନ୍‌ରେ ରହୁଥିବା ନବବିବାହିତ ଭାରତୀୟ ବଂଶୋଦ୍ଭବ ଦମ୍ପତି ଶ୍ରୀଲଙ୍କାକୁ ହନିମୁନ୍‌ରେ ଯାଇଥିବା ସମୟରେ ଏଭଳି ଘଟଣା ଘଟିଛି। ବୁଧବାର ଏହି ମାମଲାର ଶୁଣାଣି ହେବାକୁ ଅଛି, ତେଣୁ ବରକୁ ଶ୍ରୀଲଙ୍କା ଛାଡ଼ିବାକୁ ଦିଆଯାଉନଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ ଖୀଲନ୍‌ ଚନ୍ଦାରିଆ ଗତ ଏପ୍ରିଲର ଶେଷ ଭାଗରେ ଶ୍ରୀଲଙ୍କା ଆସିଥିଲେ। ଏପ୍ରିଲ ୨୫ ତାରିଖରେ ହିଁ ତାଙ୍କ ପତ୍ନୀ ଉଶିଲା ପଟେଲ ପ୍ରାଣ ହରାଇଥିଲେ। ସେମାନେ ଏହାର ୬ ଦିନ ଆଗରୁ ହିଁ ବିବାହ କରିଥିଲେ ଏବଂ ଏହି ଘଟଣା ଘଟିବାର ୨ ଦିନ ପୂର୍ବରୁ ଶ୍ରୀଲଙ୍କାର ଏକ ହୋଟେଲକୁ ଆସିଥିଲେ।

ଦମ୍ପତିଙ୍କ ପରିବାର ବ୍ରିଟିଶ୍‌ ଗଣମାଧ୍ୟମକୁ କହିଛନ୍ତି ‘ଫୁଡ୍‌ ପଏଜନିଂ’ କାରଣରୁ ଉଶୀଲାଙ୍କ ମୃତ୍ୟୁ ଘଟିଛି। ସ୍ୱାମୀ ଖୀଲନ୍‌ ଅସୁସ୍ଥ ହୋଇ ପଡ଼ିଥିବା ତାଙ୍କ ପରିବାର କହିଛନ୍ତି। ସେମାନେ ଅମାରି ଗାଲେ ରିସର୍ଟ ନାମକ ଏକ ହୋଟେଲରେ ରହୁଥିଲେ। ଏହି ହୋଟେଲ ପକ୍ଷରୁ କୁହାଯାଇଛି ସେମାନେ ଖାଇବା ପରେ ହିଁ ଏହି ଘଟଣା ଘଟିଥିଲା, ତେବେ ଅନ୍ୟମାନେ ସେହି ସମାନ ଖାଦ୍ୟ ଖାଇ ମଧ୍ୟ ସୁସ୍ଥ ଥିଲେ। ଖୀଲନ୍‌ ବ୍ରିଟିଶ୍‌ ଗଣମାଧ୍ୟମକୁ କହିଛନ୍ତି, ସେମାନେ ଭୋଜନ ଖାଇବା ପରେ ଅସୁସ୍ଥ ହୋଇପଡ଼ିଥିଲେ ଓ ରକ୍ତବାନ୍ତି କରିଥିଲେ।

Related story