ଡ୍ରାଇଭର ସାଜିଲେ ନବବଧୂ, ବରକୁ ଗାଡ଼ିରେ ବସାଇ ନେଇଗଲେ

କୋଲକତା: ସ୍ନେହା ସିନ୍ଧି  ଓ ସ୍ୱାଗତ ଉପାଧ୍ୟୟଙ୍କ ଭଲ ପାଇବା ୮ ବର୍ଷର ପୁରୁଣା। ଉଭୟ ପ୍ରଥମ ଡେଟରେ ଯାଇଥିବା ବେଳେ ସ୍ନେହା ନିଜେ କାର୍‌ ଡ୍ରାଇଭିଂ କରି ସ୍ୱାଗତଙ୍କୁ ତାଙ୍କ ଘରେ ଛାଡ଼ିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ କଥା ହୋଇଥିଲା ବିବାହ ବେଳେ ମଧ୍ୟ ସ୍ନେହା କାର୍‌ ଚଳାଇ ଶାଶୁ ଘରକୁ ଯିବେ। ଆଉ ୮ ବର୍ଷ ପରେ ନିଜ ପ୍ରେମିକରୁ ସ୍ୱାମୀ ସାଜିଥିବା ସ୍ୱାଗତଙ୍କୁ ଦେଇଥିବା ପ୍ରତିଶ୍ରୁତି ରଖିଛନ୍ତି ସ୍ନେହା। ଉଭୟଙ୍କ ବିବାହ ଗତ […]

Bride on driver seat

Bride on driver seat

Niharika Rout
  • Published: Monday, 29 March 2021
  • Updated: 29 March 2021, 02:42 PM IST

କୋଲକତା: ସ୍ନେହା ସିନ୍ଧି  ଓ ସ୍ୱାଗତ ଉପାଧ୍ୟୟଙ୍କ ଭଲ ପାଇବା ୮ ବର୍ଷର ପୁରୁଣା। ଉଭୟ ପ୍ରଥମ ଡେଟରେ ଯାଇଥିବା ବେଳେ ସ୍ନେହା ନିଜେ କାର୍‌ ଡ୍ରାଇଭିଂ କରି ସ୍ୱାଗତଙ୍କୁ ତାଙ୍କ ଘରେ ଛାଡ଼ିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ କଥା ହୋଇଥିଲା ବିବାହ ବେଳେ ମଧ୍ୟ ସ୍ନେହା କାର୍‌ ଚଳାଇ ଶାଶୁ ଘରକୁ ଯିବେ। ଆଉ ୮ ବର୍ଷ ପରେ ନିଜ ପ୍ରେମିକରୁ ସ୍ୱାମୀ ସାଜିଥିବା ସ୍ୱାଗତଙ୍କୁ ଦେଇଥିବା ପ୍ରତିଶ୍ରୁତି ରଖିଛନ୍ତି ସ୍ନେହା। ଉଭୟଙ୍କ ବିବାହ ଗତ ମାସରେ ପଶ୍ଚିମବଙ୍ଗରେ ଘଟିଥିବା ବେଳେ ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

୮ ବର୍ଷ ତଳୁ ଆରମ୍ଭ ହୋଇଥିବା ସମ୍ପର୍କର ସୁଖଦ ଅନ୍ତ ଶେଷରେ ବିବାହ ବେଦୀରେ ହାତଗଣ୍ଠି ପଡ଼ି ହେଲା। ବ୍ରାହ୍ମଣର ମନ୍ତ୍ର ଉଚ୍ଚାରଣରେ, ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଉଭୟ ସାଜିଲେ ସ୍ୱାମୀସ୍ତ୍ରୀ। ଏହାପରେ ଆସିଲା ବିଦାୟୀ ବେଳା। ଏଥିରେ କିନ୍ତୁ ଦେଖିବାକୁ ମିଳିଲା ବ୍ୟତିକ୍ରମ।

ଯୁଗ ଯୁଗରୁ ବିଦାୟୀ ବେଳେ କନିଆ ହାତେ ଓଢ଼ଣୀ ଟାଣି ବର ସହ ଗାଡ଼ିର ପଛ ସିଟ୍‌ରେ ବସି ଶାଶୁ ଘରକୁ ଯାଇଥାଏ। ବାପ ଘରକୁ ଛାଡ଼ିବାର ଦୁଃଖ ବି ମନରେ ଥାଏ । ହେଲେ ଏହି ବିବାହରେ ଦେଖିବାକୁ ମିଳିଲା ଭିନ୍ନତା।

କନିଆ ସାଜିଲେ ଡ୍ରାଇଭର। ଭାରି ଲେହେଙ୍ଗା, ଅଳଙ୍କାର ପିନ୍ଧିଥିବା ସ୍ନେହା ଡ୍ରାଇଭର ସିଟ୍‌ରେ ବସିଲେ। ନିଜ ପାଖ ସିଟ୍‌ରେ ସ୍ୱାମୀଙ୍କୁ ବସାଇ  ଖୁସି ଖୁସିରେ ଗଲେ ଶାଶୁ ଘର।

ଉଭୟଙ୍କ ବିବାହ ଗତ ମାସରେ ହୋଇଥିବା ବେଳେ ସୋଶାଲ ମିଡିଆରେ ଏହି ଭିଡିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ବିବାହ ସମ୍ପନ୍ନ ପରେ ଶାଶୁ ଘର ଯିବାକୁ ଉଭୟ ବାହାରକୁ ଆସିଥିଲେ। ଏହାପରେ ସ୍ନେହା ଡ୍ରାଇଭର ସିଟ୍‌ରେ ବସିବା ଦେଖି  ତାଙ୍କ ପରିବାର ଲୋକ ଖୁସିରେ ଚକିତ ହୋଇଯାଇଥିବା ବେଳେ ସିଟ୍‌ ଉପରକୁ କରିବାକୁ କହୁଥିବା ଭିଡିଓରେ ଶୁଣିବାକୁ ମିଳୁଛି। ଏହାପରେ ବର ସ୍ୱାଗତ ସ୍ତ୍ରୀଙ୍କ ଉପରେ ବିଶ୍ୱାସ ପ୍ରକଟ କରି ସେ ଖୁବ୍‌ ଭଲ ଭାବେ ଗାଡ଼ି ଚଳାଇପାରିବ ବୋଲି କହୁଥିବା ମଧ୍ୟ ଶୁଣିବାକୁ ମିଳୁଛି।

ଏହି ଭିଡିଓକୁ ସ୍ନେହା ନିଜ ଇନଷ୍ଟାଗ୍ରାମରେ ଶେଆର କରି ଏହାକୁ ନିର୍ଭିକ, ମଜଭୁତ ଓ ପ୍ରେରଣାଦାୟୀ ମହିଳାଙ୍କୁ ସମର୍ପଣ କରିଥିବା ଉଲ୍ଲେଖ କରିଛନ୍ତି। ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ୩.୨ ମିଲିୟନ ଭ୍ୟୁଜ ମିଳି ସାରିଲାଣି। ବହୁ ଲୋକ ଏହାକୁ ଖୁବ୍‌ ପସନ୍ଦ କରିଥିବା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos