ଭୁଶୁଡ଼ିଲା ଏକ କୋଟି ଟଙ୍କାର ବ୍ରିଜ୍:ଫସି ରହିଛି ଟ୍ରକ ଓ କାର

ଶିମଲା:  ସରକାରୀ କାମରେ କିପରି ଭ୍ରଷ୍ଟାଚାର ଓ ଖାମଖିଆଲ୍ ଭାବରେ କରାଯାଉଛି ଏହାର ଏକ ନଗ୍ନ ଚିତ୍ର ହିମାଚଳ ପ୍ରଦେଶରେ ଦେଖିବାକୁ ମିଳିଛି। ପଠାନକୋଟ ଓ ହିମାଚଳ ପ୍ରଦେଶ ଚମ୍ୱା ସହରକୁ ସଂଯୋଗ କରୁଥିବା ପ୍ରାୟ ଏକ କୋଟି ଟଙ୍କାର ଏକ କଂକ୍ରିଟ୍ ବ୍ରିଜ୍ ଭୁଶୁଡ଼ି ପଡ଼ିଛି। ଏହି ଦୁର୍ଘଟଣାରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଦୀପାବଳି ଯୋଗୁଁ ଏହି ବ୍ରିଜ୍‌ରେ ଏତେଟା ଗହଳି ନଥିଲା। ବ୍ରିଜ୍‌ ଭୁଶୁଡ଼ିବା ସମୟରେ ଗୋଟିଏ ଟ୍ରକ୍, କାର୍ ଓ […]

Rakesh Mallick
  • Published: Friday, 20 October 2017
  • Updated: 20 October 2017, 10:51 AM IST

ଶିମଲା:  ସରକାରୀ କାମରେ କିପରି ଭ୍ରଷ୍ଟାଚାର ଓ ଖାମଖିଆଲ୍ ଭାବରେ କରାଯାଉଛି ଏହାର ଏକ ନଗ୍ନ ଚିତ୍ର ହିମାଚଳ ପ୍ରଦେଶରେ ଦେଖିବାକୁ ମିଳିଛି। ପଠାନକୋଟ ଓ ହିମାଚଳ ପ୍ରଦେଶ ଚମ୍ୱା ସହରକୁ ସଂଯୋଗ କରୁଥିବା ପ୍ରାୟ ଏକ କୋଟି ଟଙ୍କାର ଏକ କଂକ୍ରିଟ୍ ବ୍ରିଜ୍ ଭୁଶୁଡ଼ି ପଡ଼ିଛି। ଏହି ଦୁର୍ଘଟଣାରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି।

ଦୀପାବଳି ଯୋଗୁଁ ଏହି ବ୍ରିଜ୍‌ରେ ଏତେଟା ଗହଳି ନଥିଲା। ବ୍ରିଜ୍‌ ଭୁଶୁଡ଼ିବା ସମୟରେ ଗୋଟିଏ ଟ୍ରକ୍, କାର୍ ଓ ବାଇକ୍  ଯାଉଥିଲା। ଏହି ସମୟରେ ବ୍ରିଜ୍‌ଟି ଭୁଶୁଡ଼ି ପଡ଼ିଥିଲା। ଫଳରେ କାର୍‌ ଓ ଟ୍ରକ୍ ଭଙ୍ଗା ବ୍ରିଜ୍‌ ତଳେ ଫସି ରହିଥିବା ବେଳେ ବାଇକ୍‌ଟି ନଦୀରେ ଭାସି ଯାଇଛି।

ଏହି ଘଟଣାକୁ ନେଇ ଜିଲ୍ଲାପାଳ ସ୍ୱଦେଶ କୁମାର ମୁକ୍ତା କହିଛନ୍ତି,“ କେଉଁ କାରଣ ପାଇଁ ବ୍ରିଜ୍ ଭୁଶୁଡ଼ିଲା ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

୧୫ ବର୍ଷ ପୁରୁଣା ଏହି ବ୍ରିଜ୍ ନିର୍ମାଣ ନ୍ୟାସନାଲ୍ ବ୍ୟାଙ୍କ୍ ଫର୍ ଏଗ୍ରିକଲ୍‌ଚର୍ ଏଣ୍ଡ୍‌ ରୁରାଲ୍‌ ଡେଭଲମେଣ୍ଟ(NABARD) କରିଥିଲା। ଏହି ବ୍ରିଜ୍‌ ନିର୍ମାଣ କରିବାରେ ପ୍ରାୟ ଏକ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ବ୍ରିଜ୍ ଭୁଶୁଡ଼ିବା ପରେ ବର୍ତ୍ତମାନ ଏହାର ଡିଜାଇନକୁ ନେଇ  ପ୍ରଶ୍ନ ଉଠିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos