ଇଭିଏମ୍ ହଟାଇ ବ୍ୟାଲଟ୍ ଦାବିରେ ଆନ୍ଦୋଳନ କରିବେ ମମତା ବାନାର୍ଜୀ

କୋଲକାତା: ସାଧାରଣ ନିର୍ବାଚନ ପାଇଁ ବ୍ୟବହୃତ ହେଉ ଥିବା ଇଭିଏମ୍ ମେସିନ୍ ହଟାଇବା ଦାବିରେ ପୁଣି ଏକ ହେବା ପାଇଁ ୨୩ ବିରୋଧୀ ଦଳକୁ ଆହ୍ୱାନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। ଇଭିଏମ୍ ବଦଳରେ ବ୍ୟାଲଟ୍ ପେପର ବ୍ୟବହାର ଦାବି କରି ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି ତୃଣମୂଳ କଂଗ୍ରେସ ଅଧ୍ୟକ୍ଷ ମମତା ବାନାର୍ଜୀ କହିଛନ୍ତି। ସାଧାରଣ ନିର୍ବାଚନରେ ବିଜେପି ପାଖରୁ ହାରିବା ପରେ ଗତକାଲି ମମତା ବାନାର୍ଜୀ ବିଧାୟକ, ମନ୍ତ୍ରୀ ଏବଂ ନବ ନିର୍ବାଚିତ ସାଂସଦଙ୍କୁ […]

mamata banarjee

mamata banarjee

Subhransu Sekhar
  • Published: Tuesday, 04 June 2019
  • Updated: 04 June 2019, 10:03 AM IST

Sports

Latest News

କୋଲକାତା: ସାଧାରଣ ନିର୍ବାଚନ ପାଇଁ ବ୍ୟବହୃତ ହେଉ ଥିବା ଇଭିଏମ୍ ମେସିନ୍ ହଟାଇବା ଦାବିରେ ପୁଣି ଏକ ହେବା ପାଇଁ ୨୩ ବିରୋଧୀ ଦଳକୁ ଆହ୍ୱାନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। ଇଭିଏମ୍ ବଦଳରେ ବ୍ୟାଲଟ୍ ପେପର ବ୍ୟବହାର ଦାବି କରି ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି ତୃଣମୂଳ କଂଗ୍ରେସ ଅଧ୍ୟକ୍ଷ ମମତା ବାନାର୍ଜୀ କହିଛନ୍ତି।
ସାଧାରଣ ନିର୍ବାଚନରେ ବିଜେପି ପାଖରୁ ହାରିବା ପରେ ଗତକାଲି ମମତା ବାନାର୍ଜୀ ବିଧାୟକ, ମନ୍ତ୍ରୀ ଏବଂ ନବ ନିର୍ବାଚିତ ସାଂସଦଙ୍କୁ ଡ଼ାକି ବୈଠକ କରିଥିଲେ। ଦୁଇ ଘଣ୍ଚା ଧରି ବୈଠକ କରିବା ପରେ ନିର୍ବାଚନରେ ଇଭିଏମ୍ ବ୍ୟବସ୍ଥା ହଟାଇବା ଦାବିରେ ଆନ୍ଦୋଳନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି।
ଆମେରିକା ଭଳି ଅନେକ ଦେଶ ଇଭିଏମ୍ ମେସିନକୁ ବ୍ୟାନ କରିଛି, ତେଣୁ ଭାରତ ମଧ୍ୟ ଇଭିଏମକୁ ବ୍ୟାନ କରିବା ଦରକାର ବୋଲି ସେ କହିଛନ୍ତି। ରାଜ୍ୟରେ ବିଜେପି ଅର୍ଥବଳ, ସରକାରୀ କଳର ଅପବ୍ୟବହାର କରି ଆଗକୁ ବଢ଼ିଛି ବୋଲି ମମତା କହିଛନ୍ତି। ଏବଂ ଏଥିପାଇଁ ବାମପନ୍ଥୀ ଦଳ ଭିତରିଆ ସମର୍ଥନ ଦେଇଛନ୍ତି ବୋଲି ସେ କହିଛନ୍ତି।
ଗତ ସାଧାରଣ ନିର୍ବାଚନରେ ଟିଏମସି ପଶ୍ଚିମବଙ୍ଗର ୪୨ ଲୋକସଭା ଆସନରୁ ଟିଏମସି ୨୨ଟିରେ ବିଜୟୀ ହୋଇଥିବା ବେଳେ ବିଜେପି ୧୮ଟି ଏବଂ କଂଗ୍ରେସ ୨ଟି ଆସନରେ ବିଜୟୀ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos